ମୁମ୍ୱାଇ ୦୪/୧୨: ପୂର୍ବ ଭାରତୀୟ ସ୍ପିନର ହରଭଜନ ସିଂହ ଧୋନୀଙ୍କୁ ନେଇ କରିଛନ୍ତି ଖୁଲାସା । ଏମିତି କିଛି କହିଛନ୍ତି ଯାହାକୁ ନେଇ ଫ୍ୟାନ୍ସଙ୍କୁ ଲାଗିଛି ଝଟ୍କା । ହରଭଜନ କହିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀଙ୍କ ସହ କେବେ କଥା ହୋଇନାହାଁନ୍ତି । ଚମକାଇଦେବାଭଳି ଦାବିରେ ହରଭଜନ କହିଛନ୍ତି ସାଙ୍ଗ ଦୁଇ ପ୍ରକାରର । ସେ କେବଳ ସେମାନଙ୍କୁ ଫୋନ କରନ୍ତି, ଯିଏ ତାଙ୍କ ଫୋନ ଉଠାନ୍ତି ।
ହରଭଜନ ଏବଂ ଏମଏସ ଧୋନୀ ୨୦୦୭ ଟି-୨୦ରେ ବିଶ୍ୱ କପ୍ ଏବଂ ୨୦୧୧ ଦିନିକିଆ ବିଶ୍ୱକପ୍ ଜିତାଇବାରେ ସେମାନଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା । ହରଭଜନ ଆହୁରି କହିଛନ୍ତି ମୁଁ ଧୋନୀଙ୍କୁ ସହ କଥା ହୁଏନି । ଯେବେ ମୁଁ ସିଏସ୍କେରେ ଖେଳୁଥିଲି, ସେବେ ତାଙ୍କ ସହ କଥା ହୋଇଥିଲେ । ଏହା ପରଠୁ ଆଉ କେବେ ତାଙ୍କ ସହ କଥା ହୋଇନି ।
ଭଜ୍ଜି ଏହାରି ଭିତରେ ଆହୁରି କହିଛନ୍ତି କି, ୟାରି ଭିତରେ ୧୦ ବର୍ଷ ବିତିଗଲାଣି ମୋ ପାଖେ କିଛି କାରଣ କଥା ନହେବାର । କାଳେ ତାଙ୍କ ପାଖେ ଥାଇପାରେ କିଛି କାରଣ । ସେ କହିଛନ୍ତି ଯେବେ ମୁଁ ସିଏସ୍କେ ପାଇଁ ଖେଳୁଥିଲେ ସେବେ ଆମେ କଥା ହେଉଥିଲୁ । ତା କେବଳ ମୈଦାନରେ ସୀମିତ ଥିଲା । ତା ପରେ ନା ମୁଁ ସେ ମୋ ରୁମ୍କୁ ଆସନ୍ତି, ନା ସେ ମୁଁ ତାଙ୍କ ରୁମ୍କୁ ଯାଏ ।
ତେବେ ଧୋନୀଙ୍କ ମନରେ ସେଭଳି କିଛି କଥା ଥିବା ପରି ମୋତେ ମନେହୁଏନି ବୋଲି ଭଜ୍ଜି କହିଛନ୍ତି । ଯଦି କିଛି ଥାଆନ୍ତା ତେବେ ସେ ମୋତେ କହିସାରନ୍ତେଣି । ସେ ଆହୁରି କହିଛନ୍ତି କି, ମୁଁ ତାଙ୍କୁ କେବେ ବି ଫୋନ କରିନି । କାରଣ ମୁଁ ସେମାନଙ୍କୁ କଲ୍ କରେ ଯିଏ ମୋ ଫୋନ ଉଠାନ୍ତି । ଆଉ ମୁଁ ସେମାନଙ୍କ ସହ ସଂପର୍କ ରଖେ ଯିଏ ମୋର ପ୍ରକୃତ ବନ୍ଧୁ ।
ହରଭଜନ ଏବଂ ଧୋନୀ ଶେଷଥର ପାଇଁ ୨୦୧୫ରେ ସାଉଥ୍ ଆଫ୍ରିକା ବିପକ୍ଷରେ ଖେଳିଥିଲେ । ୨୦୧୫ ବିଶ୍ୱକପ୍ ବିଜୟ ପରେ ହରଭଜନ ସିଂହ ଏବଂ ଯୁବରାଜ ସିଂହଙ୍କୁ ଟିମ୍ରୁ ବାହାର କରାଯାଇଥିଲା । ୨୦୧୫ ପରଠୁ ଭଜ୍ଜି କୌଣସି ମ୍ୟାଚ୍ ଖେଳିନାହାଁନ୍ତି, କିନ୍ତୁ ୨୦୨୧ରେ ସେ କ୍ରିକେଟର ସବୁ ଫର୍ମାଟରୁ ନେଇଥିଲେ ଅବସର ।