ଜଳ ଭାର ବଦଳରେ ବାହୁରେ ପିତା-ମାତାଙ୍କ ଭାର, ହରିଦ୍ୱାରରୁ ପର୍ଶୁରାମେଶ୍ୱର କଠିନ ଯାତ୍ରା

Published By : Prameya-News7 Bureau | July 26, 2024 IST

ଉତ୍ତରାଖଣ୍ଡ ୨୬/୦୭: ଚାଲିଛି ଶ୍ରାବଣ ମାସ  ଶୈବାଳୟରେ କାଉଡିଆ କରୁଛନ୍ତି ଜଳଲାଗି  ବିଶ୍ୱାସ ଅଛି ଦୁଃଖ ଶୁଣନ୍ତି ଦେବଦେବ  ସେଥିପାଇଁ ମାସର ପ୍ରତି ସୋମବାରରେ ହୁଏ ଜଳଳାଗି  ସାରା ଦେଶରେ କାଉଡିଆମାନେ କାନ୍ଧରେ ପାଣିଭାର ନେଇ ଯାଆନ୍ତି ଭୋଳା ବାବାଙ୍କ ପାଖକୁ  ପଲ୍ଲୀରୁ ଦିଲ୍ଲୀ ସବୁଠି ଲାଗି ଗହଳି  ମନୋସ୍କାମନା ପୂରଣ ଲାଗି କିଏ ଚାଲି ଚାଲି ଯାଏଁ ତ ଆଉ କିଏ ଦଣ୍ଡ ମାରି ମାରି  କିନ୍ତୁ କିଛି ଅଛନ୍ତି ନିଆରା ଭାବେ ଦେବଦେବଙ୍କ ଦର୍ଶନ କରନ୍ତି  କିନ୍ତୁ ତାଙ୍କର ଏହି ଦର୍ଶନ କରିବାର ଯାତ୍ରା ଥାଏ ବହୁତ କଠିନ  

କାନ୍ଧରେ ବାହୁଙ୍ଗୀହେଲେ ପାଣି ନାହିଁ  ଜଳ ଭାର ବଦଳରେ ବାହୁରେ ପିତା-ମାତାଙ୍କ ଭାର  କଷ୍ଟ ହେଲେ ସଂଘର୍ଷ କରୁଛି ହରିଦ୍ୱାରର ଶ୍ରବଣ କୁମାର  ମାନସିକ ନୁହେଁ ପୂରଣ କରୁଛି ମନର ଇଚ୍ଛା  କହୁଛି ବାବାଙ୍କ ଦର୍ଶନ କରିବେ ମୋ ଚଳନ୍ତା ଭଗବାନ  ଘଡିଏ ଚାଲିଲେ ଘଡିଏ ଅଟକୁଛନ୍ତି  ତଥାପି କଷ୍ଟ ହଉନି  ବରଂ ଦୃଢ ଇଚ୍ଛାଶକ୍ତି ବଳରେ ଚାଲିଛନ୍ତି ଆଗେଇ ଦୁଇ କାନ୍ଧରେ ବାପା-ମାଆଙ୍କୁ ବୋହି ଚାଲିଛନ୍ତି ରାସ୍ତାରେ  ଖାଲି ପାଦରେ ମାଇଲ ମାଇଲ ଦୂର ପାର୍ କରି ସେ ଚାଲିଛନ୍ତି ଖାଲି ଚାଲୁନାହାଁନ୍ତି ତ ବାଟରେ ବାପାଙ୍କ ପାଦ ଛୁଇଁ ବି ନେଉଛନ୍ତି ଆଶିଷ  


ଗାଜିଆବାଦ ଜିଲ୍ଲାର ମିରପୁର ହିନ୍ଦୁ ଗାଁର ବ୍ରଜମୋହନ ଗେହଲୋଟ୍  ଜୁଲାଇ ୧୭ରୁ ଆରମ୍ଭ କରିଥିଲେ ଏହି ଶ୍ରାବଣ ଯାତ୍ରା ହରିଦ୍ୱାରରୁ ଗଙ୍ଗାଜଳ ଧରି ସଂକଳ୍ପ କରି ଚାଲିଥିଲେ ବ୍ରଜମୋହନ  ହାତରେ ଟାର୍ଗେଟ ରଖିଥିଲେ ୧୦ ଦିନରେ ପୂରଣ କରିବେ ଯାତ୍ରା  କିନ୍ତୁ ବୋଧହୁଏ ସମୟ ପୂର୍ବରୁ କରିପାରିଛନ୍ତି ସେ  ରାସ୍ତାରେ ଅନ୍ୟ କାଉଡିଆଙ୍କ ସହ ଚାଲିଛନ୍ତି ତାଳ ପକାଇ ।

ଶ୍ରବଣ କୁମାରଙ୍କ କାହାଣୀ କାହାକୁ ବା ଅଛପା  ପୁରାଣରେ ବର୍ଣ୍ଣିତ ଏହି ଗାଥା ଆଜିବି ଉଦ୍ଜିବୀତ  ଆଧୁନିକ ଯୁଗରେ ପିଲାମାନେ ଯେଉଁଠି ବାପା-ମାଆଙ୍କୁ ପଚାରୁନାହାଁନ୍ତି ସେଠି ବ୍ରଜମୋହନଙ୍କ ଏପରି କାମ ଉଦାହରଣ ନିଶ୍ଚୟ  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.