ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ପୋଲ ଉପରେ ଚାଲିଛି ବନ୍ୟାପାଣି

Published By : Prameya-News7 Bureau | July 21, 2024 IST

ମାଲକାନଗିରି ୨୧।୦୭ : ମାଲକାନଗିରି ଜିଲ୍ଲାରେ ଆଜି ମଧ୍ୟ ବର୍ଷାଜାରି ରହିଛି । ଲଗାଣ ବର୍ଷାରେ ବେହାଲ ହୋଇଛି ସମଗ୍ର ମାଲକାନଗିରି ଜିଲ୍ଲା । ଗତ ତିନି ଦିନ ଧରି ବର୍ଷା ପାଣିରେ ବୁଡି ରହିଛି ଜିଲ୍ଲାର ଅନେକ । ଏପିରିକି ପୋଲ ଉପରେ ମଧ୍ୟ ଯାତାୟାତ ଠପ୍ ରହିଛି। 

ମାଲକାନଗିରି ଠାରୁ ମୋଟୁ ପର୍ଯ୍ୟନ୍ତ ୩୨୬ ନମ୍ବର ଜାତୀୟ ରାଜପଥର ସବୁଠି ପୋଲ ଉପରେ ବନ୍ୟା ପାଣି ପ୍ରବାହିତ ହେଉଛି । ଏମଭି-96 ପୋଲ ଉପରେ ୨ ରୁ ୩ ଫୁଟ ପାଣି ପ୍ରବାହିତ ହେଉଥିବା ବେଳେ ପୋଟେରୂ ଓ କାଙ୍କୁରୁକୋଣ୍ଡା ପୋଲ ଉପରେ ୫ ରୁ ୬ ଫୁଟ ପର୍ଯ୍ୟନ୍ତ ବନ୍ୟା ପାଣି ପ୍ରବାହିତ ହେଉଛି । ଫଳରେ ମାଲକାନଗିରି ଠାରୁ କାଲିମେଳା ମୋଟୁ ଓ ପଡିଆ ମଧ୍ୟରେ ଯୋଗାଯୋଗ ସଂପୂର୍ଣ୍ଣ ଭାବେ ବିଚ୍ଛିନ୍ନ ରହିଛି । ସବୁଠି ପୋଲର ଦୁଇ ପାର୍ଶ୍ଵରେ ଶହ ଶହ ଯାନବାହାନ ଅଟକି ରହିଛି । ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନେ ସବୁଠି ଉପସ୍ଥିତ ରହି ଘଟଣା ଉପରେ ନଜର ରଖିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.