ଭୁବନେଶ୍ବର ୧୦।୯: ରାଜ୍ୟରେ ଲଗାଣ ବର୍ଷା ଓ ବନ୍ୟାର ସ୍ଥିତି ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ରାଜୀବ ଭବନ ସ୍ଥିତ ଏସଆରସିଙ୍କ କାର୍ଯ୍ୟାଳୟରେ ମନ୍ତ୍ରୀ ସମୀକ୍ଷା କରିଛନ୍ତି । ରାଜସ୍ବ ମନ୍ତ୍ରୀଙ୍କ ସହ ଏସଆରସି ଦେଓରଞ୍ଜନ କୁମାର ସିଂ, ଅତିରିକ୍ତ ଡିଜି ସଞ୍ଜୟ କୁମାର ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ।
ସମୀକ୍ଷା ପରେ ମନ୍ତ୍ରୀ କହିଛନ୍ତି, ୩୦ ଜିଲ୍ଲାରେ ବର୍ଷା ହୋଇଛି । ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । କୋରାପୁଟ ଜିଲ୍ଲାରେ ମଧ୍ୟ ବର୍ଷାର ପ୍ରଭାବ ରହିଛି । ସମସ୍ତ ଜିଲ୍ଲାପାଳଙ୍କୁ ଆଗୁଆ ସତର୍କ କରାଯାଇଥିଲା । ୬ଟି ଓଡ୍ରାଫ ଓ ୫ଟି ଅଗ୍ନିଶମ ଟିମ୍ ମାଲକାନଗିରି ଜିଲ୍ଲାରେ ନିୟୋଜିତ ହୋଇଥିଲେ । ରାସ୍ତାରେ ବନ୍ୟାପାଣି ଚାଲିଥିବାରୁ ପ୍ରଭାବିତ ହୋଇଥିଲା । ବର୍ଷା ସତ୍ତ୍ବେ କାହାର ମୃତ୍ୟୁ ହୋଇନାହିଁ । ୮୦ଟି ଉଦ୍ଧାର ବୋଟ୍ ନିୟୋଜିତ ହୋଇଥିଲା । କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ସଚିବ ସହିତ ରାଜ୍ୟ ଅତିରିକ୍ତ ଶାସନ ସଚିବ କଥା ହୋଇଥିଲେ । ବିଏସଏସକୁ ଷ୍ଟାଣ୍ଡବାଏ ରଖାଯାଇଥିଲା । ଚପର ମଧ୍ୟ ପ୍ରସ୍ତୁତ ହୋଇଥିଲା ।
ମାଲକାନଗିରି ଜିଲ୍ଲାରେ ୧୭୦୦ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ସମସ୍ତ ରିଲିଫ ସେଣ୍ଟରରେ ସେମାନେ ରହିବେ । ଜଳ ସମ୍ପୂର୍ଣ୍ଣ ଛାଡିବା ଯାଏଁ ସେମାନେ ରହିବେ । ତିନି ଜଣ ବରିଷ୍ଠ ଅଧିକାରୀ ସେଠାରେ ଅଛନ୍ତି । ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଜିଲ୍ଲା ଓ ବ୍ଲକ ପ୍ରଶାସନ ସହିତ ରାଜ୍ୟ ସରକାର ସମନ୍ୱୟ ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଘଟଣା ଉପରେ ନଜର ରଖିଛନ୍ତି । ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ଭୁସ୍ଖଳନ ଯୋଗୁଁ ଜଣେ ଆହତ ହୋଇଛନ୍ତି । ବନ୍ୟା ଓ ବର୍ଷା ଯୋଗୁଁ ଘର ଭାଙ୍ଗିଛି । ଲୋକଙ୍କ ପାଖରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ । ବର୍ଷା ଓ ବନ୍ୟା ଯୋଗୁଁ ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନ ହେଉଛି । ଏନେଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
You Can Read:
ଭାସିଗଲା ଅସ୍ଥାୟୀ ଲୁହା ପୋଲ, ଆନ୍ଧ୍ର-ଓଡ଼ିଶାକୁ ଯୋଗାଯୋଗ ବିଚ୍ଛିନ୍ନ