ବୈକୁଣ୍ଠ ଧାମ ଆଶ୍ରମ ମାମଲା : ଆଶ୍ରମକୁ ମିଳିଥିବା ଅନୁମତି ପତ୍ରର ସତ୍ୟତା ଯାଞ୍ଚ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | December 20, 2024 IST

କଟକ ୨୦।୧୨: ହାଇକୋର୍ଟରେ ବୈକୁଣ୍ଠ ଧାମ ଆଶ୍ରମ ମାମଲାର ଶୁଣାଣି ହୋଇଛି । ଚିଠି ଯଦି ନକଲି ତେବେ ସତ୍ୟପାଠ ଦିଅ । ଆଶ୍ରମକୁ ମିଳିଥିବା ଅନୁମତି ପତ୍ରର ସତ୍ୟତା ଯାଞ୍ଚ କର । ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । 

ଉଚ୍ଛେଦ ରୋକିବା ନେଇ ଆଶ୍ରମ ପକ୍ଷରୁ ଦାୟର ହୋଇଛି ମାମଲା । ଉଚ୍ଛେଦ ନିର୍ଦ୍ଦେଶ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି କୋର୍ଟ । ଆଶ୍ରମ ପାଇଁ ସରକାରୀ ଅନୁମତି ଥିବା ନେଇ ପୂର୍ବରୁ କୋର୍ଟଙ୍କୁ ଜଣାଇଥିଲେ ଆଶ୍ରମ କର୍ତ୍ତୃପକ୍ଷ । ଜାନୁଆରୀ ୩ରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।

You Can Read:

ସମବାୟ ସମିତି ସଭାପତିଙ୍କ ମନମୁଖୀ କାମକୁ ପ୍ରତିବାଦ, ଧାନ କିଣା ପୂର୍ବରୁ ୧୧ ପରିଚାଳନା ପରିଷଦ ସଦସ୍ୟଙ୍କ ଇସ୍ତଫା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.