ସମବାୟ ସମିତି ସଭାପତିଙ୍କ ମନମୁଖୀ କାମକୁ ପ୍ରତିବାଦ, ଧାନ କିଣା ପୂର୍ବରୁ ୧୧ ପରିଚାଳନା ପରିଷଦ ସଦସ୍ୟଙ୍କ ଇସ୍ତଫା

Published By : Prameya-News7 Bureau | December 20, 2024 IST

ଭଦ୍ରକ ୨୦।୧୨: ଧାନ କିଣା ପୂର୍ବରୁ ଇସ୍ତଫା ଦେଲେ ସମବାୟ ସମିତି ପରିଚାଳନା ପରିଷଦର ୧୧ ଜଣ ସଦସ୍ୟ । ଭଦ୍ରକ ଜିଲ୍ଲା ବ୍ରହ୍ମପୁର ସେବା ସମବାୟ ସମିତିରେ ଥିବା ବୋର୍ଡରେ ସମୁଦାୟ ୧୫ ଜଣ ସଦସ୍ୟ ଥିବା ବେଳେ ସଭାପତିଙ୍କ ମନମୁଖୀ କାର୍ଯ୍ୟକୁ ପ୍ରତିବାଦ କରି ଇସ୍ତଫା ଦେଇଛନ୍ତି  । କିଛି ଦିନରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ । କିନ୍ତୁ ଏବେ ବୋର୍ଡର ୧୧ ସଦସ୍ୟଙ୍କ ଇସ୍ତଫା ପରେ ସେବା ସମବାୟ ସମିତିରେ ଅବ୍ୟବସ୍ଥା ସୃଷ୍ଟି ହୋଇଛି । ଇସ୍ତଫା ଦେଇଥିବା ସଦସ୍ୟଙ୍କ କହିବା କଥା ଯେ, ଦୁଇ ମାସରେ ଥରେ ସମିତିରେ ବୈଠକ ହେବା କଥା କିନ୍ତୁ ବିଗତ ୬ ମାସ ହେବ ବୈଠକ ହୋଇନାହିଁ । ପୂର୍ବରୁ ଏ ନେଇ ଭଦ୍ରକ ସର୍କଲ ସହକାରୀ ନିବନ୍ଧକଙ୍କୁ ମଧ୍ୟ ଅବଗତ କରାଯାଇଥିଲା । କିନ୍ତୁ ଏବେ ଇସ୍ତଫା ପରେ ବୋର୍ଡ ଭାଙ୍ଗିବା ନେଇ ସୂଚନା ମିଳିଛି । ଚାଷୀ ମାନେ ଋଣ ନେବା ଓ ଋଣ ରାଶି ଜମା କରିପାରୁ ନାହାନ୍ତି । ଏମିତି କି ସେବା ସମବାୟ ସମିତିର ସମ୍ପାଦକ କହିଛନ୍ତି ଯେ ଇସ୍ତଫା ନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି । କିନ୍ତୁ ୨୭ ତାରିଖରୁ ଧାନକିଣା ଆରମ୍ଭ ହେବ । କିନ୍ତୁ ବୋର୍ଡ ଭଙ୍ଗିବା ପରେ ଧାନ କିଣିବା ସମ୍ଭବ ନୁହେଁ । ତେଣୁ ଯଥାଶୀଘ୍ର ସମାଧାନ କରାଯିବାର ଆବଶ୍ୟକ ରହିଛି ।

You Can Read:

ମନରେଗା ଯୋଜନା କାମ ପଛେଇବାରୁ ଆକ୍ସନ : ୧୨ ଏଡିଇଓଙ୍କ ଦରମା ବନ୍ଦ ନିର୍ଦ୍ଦେଶ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.