ମନରେଗା ଯୋଜନା କାମ ପଛେଇବାରୁ ଆକ୍ସନ : ୧୨ ଏଡିଇଓଙ୍କ ଦରମା ବନ୍ଦ ନିର୍ଦ୍ଦେଶ

Published By : Prameya-News7 Bureau | December 20, 2024 IST

ସାଲେପୁର ୨୦।୧୨: ମନରେଗା ଯୋଜନା କାମ ପଛେଇବାରୁ ଆକ୍ସନ । କାର୍ଯ୍ୟରତ ୧୨ ଏଡିଇଓଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦିଆଯାଇଛି । ଟାଙ୍ଗୀ-ଚୌଦ୍ୱାର ଓ ନରସିଂହପୁର ବ୍ଲକ ଏଡିଇଓଙ୍କ ଦରମା ବନ୍ଦ କରାଯାଇଛି । ଦରମା ବନ୍ଦ ପାଇଁ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି । 

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗତ ୧୮ ତାରିଖରେ ମନରେଗା ଯୋଜନାର ତର୍ଜମା କରୁଥିଲେ । ଏହି ତର୍ଜମାରୁ ଜିଲ୍ଲାପାଳ ଜାଣିବାକୁ ପାଇଥିଲେ ଏଡିଇଓ ମାନେ ଶତପ୍ରତିଶତ ମନରେଗା କାର୍ଯ୍ୟ କରିନାହାନ୍ତି । କଟକ ଜିଲ୍ଲାର ୧୪ଟି ବ୍ଲକ୍ ମଧ୍ୟରୁ ଟାଙ୍ଗୀ-ଚୌଦ୍ୱାର ଓ ନରସିଂହପୁର ବ୍ଲକ ବ୍ୟତୀତ ଅନ୍ୟ ୧୨ଟି ବ୍ଲକ୍‌ ରେ କାର୍ଯ୍ୟରତ ଏଡିଇଓ ମାନଙ୍କ ଦରମା ବନ୍ଦ କରିବାକୁ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ବିଡ଼ିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରେ ମନରେଗା ଯୋଜନା କାର୍ଯ୍ୟ ପଛେଇଥିବା ନେଇ ଏଭଳି ନିର୍ଦ୍ଦେଶନାମା ଦିଆଯାଇଛି ।

You Can Read:

ଆସିବ ନୂଆ କୃଷି ନୀତି, ଜୈବିକ କୃଷି ଉପରେ ଦିଆଯିବ ଅଧିକ ଗୁରୁତ୍ଵ : ଉପମୁଖ୍ୟମନ୍ତ୍ରୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.