ସବୁ ଗେଟ୍ ବନ୍ଦ ବେଳେ ଉଛୁଳୁଛି ହୀରାକୁଦ ଡ୍ୟାମ୍, କ୍ରାଷ୍ଟ ଗେଟ୍ ଦେଇ ଲିକ୍ ହେଉଛି ପାଣି

Published By : Prameya-News7 Bureau | October 03, 2024 IST

ସମ୍ବଲପୁର ୩।୧୦: ଉଛୁଳୁଛି ହୀରାକୁଦ ଜଳଭଣ୍ଡାର । କ୍ରାଷ୍ଟ ଗେଟ୍ ଦେଇ ପାଣି ଲିକ୍ ହେଉଛି । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବର୍ତ୍ତମାନ ୬୩୦ ଫୁଟ ରହିଥିବା ବେଳେ ସମସ୍ତ ଗେଟ୍ ବନ୍ଦ ରହିଛି । ଫଳରେ ଉପରୁ ପାଣି ଉଛୁଳୁଛି । 

ଡ୍ୟାମ୍‌ର ଆଉଟ୍ ଫ୍ଲୋ ଓ ଇନ୍‌ ଫ୍ଲୋ ସମାନ ରହିଥିବା ବେଳେ ପାଣି ଉଛୁଳୁଥିବା ପ୍ରଥମଥର ଦେଖାଦେଇଛି । ବର୍ତ୍ତମାନ ଉପରମୁଣ୍ଡରୁ ୪୧ ହଜାର କ୍ୟୁସେକ ପାଣି ଆସୁଥିବା ବେଳେ ସମସ୍ତ ଗେଟ୍ ବନ୍ଦ ଫଳରେ ପାଣି ଉଛୁଳୁଥିବା ଦେଖିବାକୁ ମିଳିଛି । ତେବେ ଏହାଦ୍ବାରା ବନ୍ଧ ପ୍ରତି ବିପଦ ଆଶଙ୍କା କରୁଛନ୍ତି ବୁଦ୍ଧିଜୀବି । ହେଲେ ପବନ ଯୋଗୁଁ ଏମିତି ହୋଇଥିବା ମୁଖ୍ୟଯନ୍ତ୍ରୀ କହିଛନ୍ତି ।

You Can Read:

ସୋହେଲାରୁ ଧାନ କିଣା ଆରମ୍ଭ କରିବେ ରାଜ୍ୟ ସରକାର, ୫ରେ ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଯୋଜନାର ୧୮ତମ କିସ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.