ସୋହେଲାରୁ ଧାନ କିଣା ଆରମ୍ଭ କରିବେ ରାଜ୍ୟ ସରକାର, ୫ରେ ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଯୋଜନାର ୧୮ତମ କିସ୍ତି

Published By : Prameya-News7 Bureau | October 03, 2024 IST

ଭୁବନେଶ୍ବର ୩।୧୦: ଧାନ କିଣାକୁ ନେଇ ବଡ଼ ଘୋଷଣା କଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ବିଜେପି ସରକାର ସୋହେଲାରୁ ଧାନ କିଣା ଆରମ୍ଭ କରିବେ । ସରକାର ୩୧୦୦ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀଙ୍କ ଧାନ କିଣିବେ । ଯେଉଁ ସୋହେଲାରେ ପୂର୍ବ ବିଜେଡ଼ି ସରକାର ୧୦୦ ଟଙ୍କା ବୋନସ ଦେବେ କହି ଚାଷୀଙ୍କୁ ଦେଇନଥିଲେ, ସେହି ସୋହେଲାରୁ ହିଁ ଧାନ ଏମଏସପିରେ ୮୦୦ ଟଙ୍କା ବୋନସ ଦେଇ ଧାନ କିଣିବେ ସରକାର ।

ଆସନ୍ତା ଅକ୍ଟୋବର ୫ ତାରିଖରେ ଚାଷୀଙ୍କୁ ପିଏମ୍ କିଷାନ ଯୋଜନାର ୧୮ତମ କିସ୍ତି ମିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ପିଏମ୍ କିଷାନ ସହାୟତା ରାଶି ବଣ୍ଟନ କରିବେ । ପ୍ରତ୍ୟେକ ଜିଲ୍ଲା ସ୍ତରରେ ଚାଷୀ ମାନଙ୍କୁ ନେଇ କାର୍ଯ୍ୟକ୍ରମ କରାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତ ।

କୃଷି ଭବନରେ କୃଷି ଯନ୍ତ୍ରପାତି ମାନୁଫାକଚରର ମାନଙ୍କୁ ନେଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ବୈଠକ କରିଛନ୍ତି । ରାଜ୍ୟସାରା ହେବାକୁ ଥିବା କୃଷି ଯନ୍ତ୍ରପାତି ମେଳା ପୂର୍ବରୁ ବୈଠକ ବସିଛି । ୨୬ଟି ଜିଲ୍ଲାରେ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହେବ । କେନ୍ଦୁଝର, ବଲାଙ୍ଗୀର, ଜୟପୁର ଓ ବ୍ରହ୍ମପୁରରେ ଆଞ୍ଚଳିକ ମେଳା ଆୟୋଜନ କରାଯିବ । ଚାଷରେ ଯନ୍ତ୍ରପାତି ବ୍ୟବହାର ଉପରେ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । କୃଷି କ୍ଷେତ୍ର ପାଇଁ ଶ୍ରମିକ ନମିଳିବା ଏକ ବଡ଼ ସମସ୍ୟା । ତେଣୁ ଚାଷୀ ମାନେ ଯନ୍ତ୍ରପାତି ବ୍ୟବହାର ପାଇଁ ଆଗ୍ରହୀ ହେଉଛନ୍ତି । 


କୃଷି ଯନ୍ତ୍ରପାତି ନିର୍ମାଣକାରୀ ସଂସ୍ଥା ମାନଙ୍କୁ ମେକ୍ ଇନ୍ ଓଡ଼ିଶା କରିବା ପାଇଁ କୃଷି ମନ୍ତ୍ରୀ ଅନୁରୋଧ କରିଛନ୍ତି । କାରଣ ଯେଉଁ ଯନ୍ତ୍ରପାତି ଚାଷୀଙ୍କୁ ଯୋଗାଇ ଦିଆଯାଏ, ତାର ପାର୍ଟସ ମିଳେନାହିଁ ଓ ମେସିନ ଅଚଳ ହୋଇ ପଡ଼ିରହେ । ଏହାସହ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଲିଜ୍‌ରେ କୃଷି ଯନ୍ତ୍ରପାତି ଯୋଗାଇ ଦେବାର ବ୍ୟବସ୍ଥା କରିବା ପାଇଁ କୃଷି ମନ୍ତ୍ରୀ  ପ୍ରସ୍ତାବ ଦେଇଛନ୍ତି । 

ସେପଟେ ଦୁର୍ନୀତିକୁ ବିଜେପି ସରକାର ବରଦାସ୍ତ କରିବେ ନାହିଁ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି । ଦୁର୍ନୀତି ଉପରେ ଶୂନ୍ୟ ସହନଶୀଳତା ନୀତିରେ ସରକାର କାମ କରୁଛନ୍ତି । ଦୁର୍ନୀତି କଲେ କାହାକୁ ଛଡ଼ାଯିବ ନାହିଁ, ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

You Can Read:

ଦାୟିତ୍ବ ନେଲେ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର, ଧାର୍ମିକ କ୍ଷେତ୍ରର ସେବା କରିବାର ସୁଯୋଗ ମିଳିଥିବାରୁ ସରକାରଙ୍କୁ ଧନ୍ୟବାଦ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.