ଦାୟିତ୍ବ ନେଲେ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର, ଧାର୍ମିକ କ୍ଷେତ୍ରର ସେବା କରିବାର ସୁଯୋଗ ମିଳିଥିବାରୁ ସରକାରଙ୍କୁ ଧନ୍ୟବାଦ

Published By : Prameya-News7 Bureau | October 03, 2024 IST

ଛତ୍ରପୁର ୩।୧୦: ଗଞ୍ଜାମ ପୁଲିସ ଜିଲ୍ଲାର ନୂତନ ଏସ୍‌ପି ଭାବେ ୨୦୧୯ ବ୍ୟାଚ୍‌ର ଯୁବ ଆଇପିଏସ ଶୁଭେନ୍ଦୁ କୁମାର ପାତ୍ର କାର୍ଯ୍ୟରେ ଯୋଗ ଦେଇଛନ୍ତି । ଶୁଭେନ୍ଦୁ କୁମାର ପାତ୍ର କାର୍ଯ୍ୟରେ ଯୋଗଦେବା ପରେ ପୁଲିସ ଅଧିକାରୀ ଓ କର୍ମଚାରୀ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।  

ପୂର୍ବରୁ ଶୁଭେନ୍ଦୁ ପାତ୍ର କନ୍ଧମାଳରେ ଏସ୍‌ପି ଭାବେ ନିଜ ଦାୟିତ୍ୱ ସଠିକ୍ ଭାବେ ତୁଲାଉଥିଲେ । ଗଞ୍ଜାମ ଜିଲ୍ଲା ଏକ ଧାର୍ମିକ କ୍ଷେତ୍ର । ଏଠାରେ ସେବା କରିବାର ସୁଯୋଗ ମିଳିଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ । ଏବେ ପାର୍ବଣ ଋତୁ ଚାଲିଥିବାରୁ ଶାନ୍ତି ଶୃଙ୍ଖଳା କିପରି ରକ୍ଷା କରାଯିବ ସେ ଦିଗରେ ଆମେ କାମ କରିବୁ । ଗଞ୍ଜାମରେ ଅପରାଧି ସମସ୍ୟାକୁ ସେ ଦକ୍ଷତାର ସହିତ ମୁକାବିଲା କରିବା ସହ ଲ’ ଆଣ୍ଡ ଅର୍ଡର ସମସ୍ୟା ଉପରେ ଅଧିକ ଧ୍ୟାନ ଦିଆଯିବ । ଅପରାଧ ମୁକ୍ତ ଗଞ୍ଜାମ ସମେତ ନାଗରିକ ମାନଙ୍କୁ ସୁରକ୍ଷା ଯୋଗାଇବା ସହ ଶାନ୍ତି ଶୃଙ୍ଖଳା ଉପରେ ଅଧିକରୁ ଅଧିକ ଫୋକସ ରହିବ । ପୂର୍ବରୁ ଥିବା ଏସ୍‌ପି ଜଗମୋହନ ମୀନା କଟକ ଡିସିପି ଭାବେ ବଦଳି ହୋଇଛି । ସେ ଗଞ୍ଜାମ ପୁଲିସ ଜିଲ୍ଲାରେ  ୮ ଜାନୁଆରୀ ୨୦୨୩ରୁ ୩୦ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ଏସ୍‌ପି ଭାବେ ଦାୟିତ୍ୱ ସମ୍ପାଦାନ କରିଥିଲେ ।

You Can Read:

ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଭାବେ ଦାୟିତ୍ବ ନେଲେ ମଡ଼କର ସନ୍ଦୀପ ସମ୍ପତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.