ଟ୍ରେନ ଦୁର୍ଘଟଣାରେ ଯୁବକ ମୃତ, ମଣିଷ ପଣିଆ ଦେଖାଇଲେ ପାଇଲଟ୍

Published By : Prameya-News7 Bureau | October 03, 2024 IST

ନୀଳଗିରି: ନୀଳଗିରି ଗୋପିନାଥପୁର ଷ୍ଟେସନରୁ ବାଲେଶ୍ଵର ଯାଉଥିବା ଯାତ୍ରୀବାହୀ ମେମୁ ଟ୍ରେନ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଛଟପଟ ହୋଇ ଡାକୁଥିଲେ। ଏହି ସମୟରେ ପାଇଲଟ ନିଜର ମାନବିକତା ଦେଖାଇ ଟ୍ରେନକୁ ଛିଡା କରାଇ ଗୁରୁତର ଯୁବକଙ୍କୁ ଉକ୍ତ ଟ୍ରେନରେ ନେଇ ବାଲେଶ୍ଵର ହସ୍ପିଟାଲ  ଆମ୍ବୁଲାନ୍ସ ଯୋଗେ ମେଡିକାଲ ନେଇଥିଲେ।ହେଲେ ସେତେବେଳକୁ ଯୁବକ ଜଣକର ପ୍ରାଣବାୟୁ ଉଡିଯାଇଥିଲା। 

ସୂଚନା ଅନୁଯାୟୀ, ଗୁରୁବାର ଦିନ ପ୍ରାୟ ୧ଟା୧୫ମିନିଟ୍ ସମୟରେ ନୀଳଗିରି ଗୋପିନାଥପୁର ଷ୍ଟେସନରୁ ଯାତ୍ରୀବାହୀ ଟ୍ରେନ ଟି ବାଲେଶ୍ଵର ଅଭିମୁଖେ ଛାଡିଥିଲା। ରାଇ ଗାଁ  ବାଙ୍କ ନିକଟରେ ନୀଳଗିରି ଏନଏ ସି ୧୧ନମ୍ବର ୱାର୍ଡର ଷ୍ଟେସନ୍ ସାହି (ପଣ୍ଡା ଅଫିସ) ଗ୍ରାମର ବାଙ୍ଗୁରୁ ସିଂ ର ପୁଅ ବାପିଲି ସିଂ ରେଳ ଲାଇନରେ ଛିଡା ହୋଇଥିବା ଡ୍ରାଇଭର ଦେଖି ଟ୍ରେନକୁ ଅଟକାଇବାକୁ ଚେଷ୍ଟାକରିଥିଲେ।ଶେଷ ମୁହୂର୍ତ୍ତରେ ଯୁବକଙ୍କ ସହିତ ଟ୍ରେନ ଧକ୍କା ହୋଇଥିଲା। ମୁଣ୍ଡରେ ଗଭୀର କ୍ଷତ ଲାଗିଥିବା ବେଳେ ତାଙ୍କୁ ସ୍ଥାନୀୟ କିଛି ଲୋକଙ୍କ ସହାୟତାରେ ପାଇଲଟ ଉକ୍ତ ଟ୍ରେନରେ ନେଇଯାଇଥିଲେ।

ପୂର୍ବରୁ ବିଭାଗ ତରଫରୁ ସୁତେଇ ବଡ଼ଗାଁ ନିକଟରେ ଆମ୍ବୁଲାନ୍ସ ଯୋଗାଡ଼ କରିଥିବା ବେଳେ ତାଙ୍କୁ ସେଥିରେ ବାଲେଶ୍ଵର ମେଡ଼ିକାଲକୁ ନିଆଯାଇଥିଲା।ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ଦୁଃଖଦ ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ପୋଷ୍ଟମୋଟମ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.