ବାଇକ୍‌ରେ ପିଛା କଲେ, ମଉକା ଦେଖି ଝାମ୍ପିନେଲେ ୩ ଲକ୍ଷ ଟଙ୍କା ଭର୍ତ୍ତି ଭ୍ୟାନିଟି

Published By : Prameya-News7 Bureau | October 03, 2024 IST

ଭୁବନେଶ୍ବର ୩।୧୦: ଦିନ ଦ୍ୱିପ୍ରହରରେ ରାଜଧାନୀରେ ଲୁଟ୍ । ମହିଳାଙ୍କ ଠାରୁ ଝାମ୍ପି ନେଲେ ୩ ଲକ୍ଷରୁ ଅଧିକ ଟଙ୍କା । ପଲସର ଗାଡ଼ିରେ ପିଛା କରି ଆସି ନେଇଗଲେ ଟଙ୍କା । ଘର କାମ କରିବାକୁ ବ୍ୟାଙ୍କରୁ ଉଠାଇଥିଲେ ଟଙ୍କା। ଟଙ୍କା ଝାମ୍ପିବା ବେଳେ ମହିଳା ଘୋଷାଡି ହୋଇ ମହିଳା ହେଲେ ଆହତ ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଲୁଟେରା ମାନେ ପୁଣି ଆତଙ୍କ ଖେଳାଇଛନ୍ତି । ଘର କାମ ପାଇଁ ପ୍ରତିମା ବେହେରା ଏବଂ ତାଙ୍କ ଭାଇ ବ୍ୟାଙ୍କରୁ ଟଙ୍କା ଉଠାଇ ପ୍ଲଟ ପାଖକୁ ଯାଉଥିବା ବେଳେ ଲୁଟ୍‌ର ଶିକାର ହୋଇଛନ୍ତି । ପ୍ଲଟ୍ ନିକଟରେ ମହିଳା ଧରିଥିବା ଭ୍ୟାନିଟି ବ୍ୟାଗ୍‌କୁ ଝାମ୍ପି ନେଇଥିଲେ ଦୁଇ ଲୁଟେରା । ବ୍ୟାଗ୍‌ ଝାମ୍ପି ନେବାବେଳେ ମହିଳା ଜଣକ ତଳେ ପଡ଼ି କିଛି ବାଟ ଘୋଷାଡି ହୋଇ ଯାଇଥିଲେ । ଫଳରେ ମହିଳା ଜଣଙ୍କ ଆହତ ମଧ୍ୟ ହୋଇଛନ୍ତି । ଏନେଇ ମହିଳା ଜଣଙ୍କ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । 


ସେପଟେ କମିଶନରେଟ୍ ପୋଲିସ ସହରରେ ଅପରାଧ ରୋକିବା ପାଇଁ ସମସ୍ତ ଅଧିକାରୀଙ୍କୁ ବଦଳି କରି ନୂଆ ଟିମ୍ ଗଠନ କରିଥିବା ବେଳେ ଦିନ ଦ୍ୱିପ୍ରହରରେ ଏଭଳି ଲୁଟ୍ ଘଟଣା ଉଭୟ ନୂଆ ପୋଲିସ କମିଶନର ଏବଂ ଡିସିପିଙ୍କ ପାଇଁ ବଡ ଚାଲେଞ୍ଜ ସୃଷ୍ଟି ହୋଇଛି ।

You Can Read:

ମୁଁ ଇସ୍ତଫା ଦେବାର ନାହିଁ କି ପ୍ରଣବ ପ୍ରକାଶ ଦାସ ଉପନିର୍ବାଚନ ଲଢ଼ିବାର ନାହିଁ : ବିଧାୟିକା ସୁଜାତା ସାହୁ

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.