ଧର୍ମଶାଳା ବିଜେପି କାର୍ଯ୍ୟାଳୟରେ ଭଙ୍ଗାରୁଜା, ହୋର୍ଡିଂ ଚିରି ଝରକା କାଚ ଭାଙ୍ଗିଲେ ଦୁର୍ବୃତ୍ତ

Published By : Prameya-News7 Bureau | October 03, 2024 IST

ଚଣ୍ଡିଖୋଲ ୩।୧୦: ଯାଜପୁର ଜିଲ୍ଲା ଜାରକା ଛକ ନିକଟରେ ଥିବା ଧର୍ମଶାଳା ବିଜେପି କାର୍ଯ୍ୟାଳୟରେ ଭଙ୍ଗାରୁଜା । କାର୍ଯ୍ୟାଳୟର ବୋର୍ଡ, ହୋର୍ଡିଂ ଆଦି ଚିରା ଯିବା ସହ ଝରକାର କାଚ ଭଙ୍ଗା ଯାଇଛି । ବୁଧବାର ରାତିରେ ଏଭଳି ଘଟଣା ଘଟିଥିବା ବେଳେ ଗୁରୁବାର ସକାଳୁ ଦଳର କର୍ମକର୍ତ୍ତା ଏହା ଜାଣିବାକୁ ପାଇଥିଲେ । କେହି ଦୁର୍ବୃତ୍ତ ବାଇକରେ ଆସି ଢେଲା ପଥର ମାଡ଼ କରି ଭଙ୍ଗାରୁଜା କରିଥିବା ଦଳ ପକ୍ଷରୁ ଅଭିଯୋଗ ହୋଇଛି । 

ତେବେ ବୁଧବାର ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଧର୍ମଶାଳା ନିର୍ବାଚନମଣ୍ଡଳୀର ବରକଣା ଖେଳ ପଡିଆ ଠାରେ ସଫେଇ କାର୍ଯ୍ୟକ୍ରମରେ ମୁହାଁମୁହିଁ ହୋଇଥିଲେ ଦୁଇ ଗୋଷ୍ଠୀ । ଧର୍ମଶାଳା ବିଜେପି ନେତ୍ରୀ ସ୍ମୃତିରେଖା ପହି ଓ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ସମର୍ଥକ ମୁହାଁମୁହିଁ ହୋଇଥିଲେ । ଉଭୟ ଗୋଷ୍ଠୀ ସଦସ୍ୟଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ଗଣ୍ଡଗୋଳ ହୋଇଥିଲା । ଜେନାପୁର ପୋଲିସ ପହଞ୍ଚି ଘଟଣାକୁ ଆୟତ୍ତ କରିଥିଲା । ଏନେଇ ଜେନାପୁର ଥାନାରେ ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ଅଭିଯୋଗ ମଧ୍ୟ କରାଯାଇଛି ।


You Can Read:

ବାଇକ୍‌ରେ ପିଛା କଲେ, ମଉକା ଦେଖି ଝାମ୍ପିନେଲେ ୩ ଲକ୍ଷ ଟଙ୍କା ଭର୍ତ୍ତି ଭ୍ୟାନିଟି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.