ଝିଅର ଭାବପ୍ରବଣ ଅପିଲ, ମୋ ବାପାଙ୍କୁ ଚାକିରି ଦିଅ, ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ

Published By : Prameya-News7 Bureau | January 12, 2025 IST

ନୂଆଦିଲ୍ଲୀ ୧୨/୧: ଦିଲ୍ଲୀର ପ୍ରିୟାଂଶୀ ଭଟ୍ଟ । ବାପାଙ୍କ ପାଇଁ ଖୋଜୁଛନ୍ତି ଚାକିରି । ଏନେଇ ସେ ଲିଙ୍କଡିନରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ମୋ ବାପା ଅଟୋମୋବାଇଲ ସେକ୍ଟରରେ କାମ କରନ୍ତି । ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି । ହେଲେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆକ୍ଟିଭ ନଥିବାରୁ ଚାକିରି ପାଇଁ ଆବେଦନ କରିପାରୁନାହାନ୍ତି । 

ତେଣୁ ଝିଅ ହିସାବରେ ମୁଁ ତାଙ୍କର ଅଭିଜ୍ଞତା ବାଣ୍ଟିବାକୁ ଚାହେଁ । ବାପାଙ୍କ ଦକ୍ଷତା ଓ କାର୍ଯ୍ୟଶୈଳୀକୁ ପ୍ରଶଂସା କରି ପ୍ରିୟାଂଶୀ ଲେଖିଛନ୍ତି ବାପା ବେଶ ପରିଶ୍ରମୀ,ସଚ୍ଚୋଟ ଓ ଦୟାଳୁ । ତାଙ୍କର ଅଟୋମୋବାଇଲ ସେକ୍ଟରରେ ୩୦ରୁ ୪୦ ବର୍ଷର ଅଭିଜ୍ଞତା ରହିଛି । ବାପା ସ୍ବରାଜ ମାଜଦା,ମାରୁତି ଜଏଣ୍ଟ ଭେଞ୍ଚର ,ଆଲଫା କୋଟେକ ଇଣ୍ଡଷ୍ଟ୍ରି ଓ କେଡି ଇଣ୍ଡଷ୍ଟ୍ରି ଭଳି ପ୍ରତିଷ୍ଠିତ କଂପାନୀର ମ୍ୟାନେଜର,ପ୍ଲାଣ୍ଟ ମୁଖ୍ୟ,ନିର୍ଦ୍ଦେଶକ ଓ ସିଇଓ ଭଳି ପଦବିରେ କାମ କରିସାରିଛନ୍ତି । 

ବାପାଙ୍କ ନେତୃତ୍ବ ବିଷୟରେ ଲେଖି ପ୍ରିୟାଂଶୀ କହିଛନ୍ତି ତାଙ୍କ ଅନେକ ପୂର୍ବତନ ସହକର୍ମୀ ଆଜି ମଧ୍ୟ ତାଙ୍କ ସହ କାମ କରୁଛନ୍ତି । ୨୦-୩୦ ବର୍ଶ ପୂର୍ବ ବାପାଙ୍କ ଟ୍ରେନିଂ ନେଇଥିବା ପିଲାମାନେ ଏବେ ବି ତାଙ୍କ ସହ ଯୋଗାଯୋଗରେ ଅଛନ୍ତି ଓ ତାଙ୍କ ସହ କଂପାନୀ ପରିବର୍ତ୍ତନ କରୁଛନ୍ତି । ବାପା ଏବେ ଯେଉଁଠି କାମ କରୁଛନ୍ତି ଗୋଟିଏ ବର୍ଷ ହେବ ନିୟମିତ ଦରମା ପାଇନାହାନ୍ତି । ଏହା ସତ୍ତ୍ବେ ସେ ଛୁଟି ନନେଇ କଂପାନୀ ପାଇଁ ଅଧିକ କାମ କରୁଛନ୍ତି । 

ଆର୍ଥିକ ସମସ୍ୟା ଯୋଗୁ ବାପା ଶେଷରେ ଅଟୋମୋବାଇଲ ସେକ୍ଟରରେ ନୂଆ ଚାକିରି ଖୋଜିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରିୟାଂଶୀ ଆହୁରି ଲେଖିଛନ୍ତି ମୋ ବାପା ଯେକୌଣସି କଂପାନୀ ପାଇଁ ଏକ ମୂଲ୍ୟବାନ ସଂପତ୍ତି ହେବେ । ଦୟାକରି ଏହି ସୁଯୋଗ ହାତଛଡା କରନ୍ତୁ ନାହିଁ । ଯଦି କେହି ମୋ ବାପାଙ୍କୁ ନିଯୁକ୍ତି ଦେବାକୁ ଆଗ୍ରହୀ,ମୋ ସହ ଯୋଗାଯୋଗ କରନ୍ତୁ । ମୁଁ ବାପାଙ୍କ ସହ ଯୋଗାଯୋଗ କରାଇଦେବି । ପ୍ରିୟଙ୍କାଙ୍କ ପୋଷ୍ଟକୁ ପ୍ରଶଂସା କରିଛନ୍ତି ୟୁଜର୍ସ । ଜଣେ ଲେଖିଛନ୍ତି ମୁଁ  ପ୍ରଥମ ଥର ପାଇଁ ଏପରି ପୋଷ୍ଟ ଦେଖୁଛି । ତୁମ ପରି ଜଣେ ଝିଅ ପାଇବା ଜଣେ ବାପା ପାଇଁ ସୌଭାଗ୍ୟର କଥା । ଭଗବାନ ତୁମ ୨ ଜଣଙ୍କୁ ଆଶୀର୍ବାଦ କରନ୍ତୁ । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.