ନୂଆଦିଲ୍ଲୀ: ବିପିଏସସି ଆଶାୟୀଙ୍କ ସମର୍ଥନରେ ବାହାରିଛନ୍ତି ବିହାର ପୂର୍ଣ୍ଣିଆର ସ୍ବାଧୀନ ସାଂସଦ ପପ୍ପୁ ଯାଦବ। ପପ୍ପୁ ଯାଦବ ବିପିଏସସି ଆଶାୟୀଙ୍କ ସମର୍ଥନରେ ବିହାର ବନ୍ଦ ଘୋଷଣା କରିଛନ୍ତି। ଏମିତିକି ତାଙ୍କ ସମର୍ଥକମାନେ ଛାତ୍ରଙ୍କ ସହ ମିଶି ବିହାରର ଭିନ୍ନ ଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଅନେକ ସ୍ଥାନରେ ପୋଡ଼ାଜଳା ମଧ୍ୟ ହୋଇଛି। ଏହାରି ମଧ୍ୟରେ ପପ୍ପୁ ଯାଦବଙ୍କୁ ହେପାଜତକୁ ନିଆଯାଇଛି।
ପପ୍ପୁ ଯାଦବଙ୍କ ସମେତ ଅନେକ ଛାତ୍ର ଏବଂ ସମର୍ଥକଙ୍କୁ ହେପାଜତକୁ ନିଆଯାଇଛି। ‘ବିହାର ବନ୍ଦ’କୁ ନେଇ ପପ୍ପୁ କହିଛନ୍ତି ‘‘ସରକାରଙ୍କର ରାମ ନାମ ସତ୍ୟ କରିବାର ଅଛି। ଯେଉଁମାନେ ଛାତ୍ର ବିରୋଧୀ ତାଙ୍କର ରାମ ନାମ ସତ୍ୟ ହେ। ବିହାରର ଜନତା ରାସ୍ତାରେ। ଛାତ୍ରମାନେ ରାସ୍ତାରେ। ସମସ୍ତେ ବିହାର ବନ୍ଦକୁ ସମର୍ଥନ କରୁଛନ୍ତି। ସେହିଭଳି ପ୍ରଶାନ୍ତ କିଶୋରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ପ୍ରଶାନ୍ତ କିଶୋର ବିଜେପର ସବୁଠୁ ବଡ଼ ଦଲାଲ।
ସୂଚନାଥାଉକି ଗତ ବର୍ଷ ଡିସେମ୍ବର ୧୩ରେ ୭୦ତମ ବିପିଏସସି ପ୍ରିଲିମ୍ସ ପରୀକ୍ଷା ହୋଇଥିଲା। ରାଜଧାନୀ ପାଟନାର ଏକ ସେଣ୍ଟରରେ ପରୀକ୍ଷା ରଦ୍ଦ ହୋଇଥିଲା। ଏହା ପରେ ଅସନ୍ତୁଷ୍ଟ ଆଶାୟୀ ଏହାକୁ ନେଇ ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିଲେ ଏବଂ ପରୀକ୍ଷା ରଦ୍ଦ କରିବାକୁ ଦାବି କରୁଛନ୍ତି।