ଟିକେଟ କଟିବାରୁ ବିଦ୍ରୋହୀ ହେଲେ ବିଜେପି ନେତା, ବଢ଼ିପାରେ କପିଲ ମିଶ୍ରାଙ୍କ ଅଡ଼ୁଆ

Published By : Prameya-News7 Bureau | January 12, 2025 IST

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିବା ପରେ ବିଜେପିର ଜଣେ ନେତା ବଦ୍ରୋହ କରିଛନ୍ତି। ତାଙ୍କ କହିବା କଥା ବିଜେପି ଭାବୁଛି ଏମିତି ସେମିତି ନେତାଙ୍କୁ ଆଣି ନିର୍ବାଚନ ଜିତିଯିବ। କିନ୍ତୁ ଏହା ଭୁଲ ଧାରଣା।

ଆଉ ଏହି ବିଦ୍ରୋହର ସ୍ବର ଉଠାଇଛନ୍ତି ଦିଲ୍ଲୀ କରାଓ୍ବଲ ନଗର ସିଟ୍‌ରୁ ପାଞ୍ଚ ଥରର ବିଧାୟକ ରହିଥିବା ବିଜେପି ନେତା ମୋହନ ସିଂହ ବିଷ୍ଟ। ପ୍ରକୃତରେ ଦଳ ଏଥର ତାଙ୍କ ଟିକେଟ କାଟି ଏହି ସିଟ୍‌ରେ ଆପ୍‌ର ପୂର୍ବତନ ନେତା ତଥା ଦିଲ୍ଲୀ ସରକାରରେ ମନ୍ତ୍ରୀ ରହିସାରିଥିବା କପିଲ ମିଶ୍ରାଙ୍କୁ ମଇଦାନକୁ ଓହ୍ଲାଇଛି। ମୋହନ ବିଷ୍ଟ କରାଓ୍ବଲ ନଗରରୁ ୧୯୯୮, ୨୦୦୩, ୨୦୧୩ ଏବଂ ୨୦୨୦ରେ ବିଜୟୀ ହୋଇଥିଲେ। ଆପ୍‌ର ଲହରରେ ସେ ୨୦୧୫ରେ କପିଲଙ୍କ ମିଶ୍ରାଙ୍କ ଠାରୁ ହାରିଥିଲେ। 

ଟିକେଟ କଟିବା ପରେ ବିଷ୍ଟ କହିଛନ୍ତି, ବିଜେପି ଭାବୁଛି କାହାକୁବି ଏହି ସିଟ୍‌ରେ ଛିଡ଼ା କରାଇ ନିଶ୍ଚୟ ଜିତିବ।  ହେଲେ ଏହା ବହୁତ ବଡ଼ ଭୁଲ। କେବଳ ଏହି ସିଟ୍‌ରେ ହିଁ ନୁହେଁ, ବୁରାଡ଼ୀ, ଘୋଣ୍ଡା, ସୀଲମପୁର, ଗୋକଲପୁର ହେଉ କିମ୍ବା ନନ୍ଦନଗରୀ। ଏହି ସିଟ୍‌ରେ ବିଜେପିର ଅବସ୍ଥା କ’ଣ ହେବ ତାହା ଆଗାମୀ ସମୟ କହିବ। ସେ ଆହୁରି କହିଛନ୍ତି ପାର୍ଟିକୁ ଏହା କହିବେନି ଯେ, ପୁଣି ଥରେ ଏହା ଉପରେ ବିଚାର କରାଯାଉ। ଏମିତିକି ପାର୍ଟି ଯଦି ତାଙ୍କୁ ଅନ୍ୟ ସ୍ଥାନରୁ ଲଢ଼ିବାକୁ କହିବେ ତେବେ ସେ କୌଣସି ଅନ୍ୟ ସ୍ଥାନରୁ ଲଢ଼ିବେନି। ସେ କରାଓ୍ବଲ ନଗର ସିଟ୍‌ରୁ ହିଁ ନିର୍ବାଚନ ଲଢ଼ିବେ। ତେବେ କଂଗ୍ରେସକୁ ଯିବା କଥାକୁ ମଧ୍ୟ ଅଗ୍ରାହ୍ୟ କରିବା ସହ ନିର୍ଦ୍ଦଳୀୟ ଭାବରେ ନିର୍ବାଚନ ଲଢ଼ିବା ପ୍ରଶ୍ନରେ ସେ କହିଛନ୍ତି ଏହା ଆଗାମୀ କାଲି କହିବ । ସେ କହିଛନ୍ତି ୧୭ ତାରିଖ ନିଶ୍ଚୟ ନାମାଙ୍କନ ଭରିବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.