ନିର୍ବାଚନ ପୂର୍ବରୁ ଶକ୍ତିଶାଳୀ ରାଷ୍ଟ୍ରକୁ ଘାରିଲାଣି ମାନ୍ଦାବସ୍ଥା ଭୟ, ମନେପଡିଲାଣି ଅଙ୍କଲ ସାମ୍‌ଙ୍କ କଥା

Published By : Prameya-News7 Bureau | September 11, 2024 IST

ଓ୍ୱାଶିଂଟନ ୧୧/୦୯:  ଆମେରିକା ରାଷ୍ଟ୍ରପତି ନିର୍ବାଚନ କାଉଣ୍ଟଡାଉନ  ନିର୍ବାଚନ ପୂର୍ବରୁ ତାତିଲାଣି ମାହୋଲ  କମଲା ହାରିସ୍ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡ୍ଡା ଟକ୍କର  ଡିବେଟରେ ପ୍ରତିପକ୍ଷଙ୍କୁ କରୁଛନ୍ତି ହମ୍ଲା  କିଏ ମାରିବ ବାଜିକିଏ ସମ୍ଭାଳିବ ଗାଦି  ସମଗ୍ର ବିଶ୍ୱର ନଜର ବହୁଚର୍ଚ୍ଚିତ ନିର୍ବାଚନ ଉପରେ  କାରଣ ଶକ୍ତିଶାଳୀ ରାଷ୍ଟ୍ରରେ ଯେ କୌଣସି ପରିବର୍ତ୍ତନରେ ପ୍ରଭାବିତ ହୁଏ ସାରା ବିଶ୍ୱ  ଏବେ  ଅଙ୍କଲ ସାମଙ୍କ ବ୍ଲାକେ ଟ୍ୟୁଜ୍‌ ଡେ ଘଟଣାକୁ ନେଇ ଚର୍ଚ୍ଚା  ୯୫ ବର୍ଷର ପୁରୁଣା ଇତିହାସର ହେବାକୁ ଯାଉଛି ପୁନରାବୃତ୍ତି  ହେଲେ କଣ ଏହି ଅଶୁଭ ମଙ୍ଗଳବାରକାହିଁକି ଆମେରିକା ନିର୍ବାଚନ ସହ ଜଡିତଯାହାକୁ ନେଇ ଥରିଲାଣି ସାରା ବିଶ୍ୱ  

ଗତ ଶୁକ୍ରବାର କ୍ରାସ୍ ହୋଇଥିଲା ଭାରତୀୟ ଷ୍ଟକ ମାର୍କେଟ  ଗୋଟିଏ ଷ୍ଟ୍ରୋକ୍ରେ ନିବେଶକ ହରାଇଥିଲେ ୫ ଲକ୍ଷ କୋଟି ଟଙ୍କା  କୁହାଯାଏ ଯଦି ମାନ୍ଦାବସ୍ଥା ଘଟେ ତେବେ ଏହାର ପ୍ରଭାବ ପଡିଥାଏ ଭାରତୀୟ ଷ୍ଟକ ବଜାରରେ  ଗତ ମାସ ଅଗଷ୍ଟରେଆମେରିକାରେ ବୃଦ୍ଧି ପାଇଥିଲା  ବେକାରୀ ହାର  ଯାହାକୁ ନେଇ ଥରହର ହୋଇଥିଲା ସମଗ୍ର ବିଶ୍ୱ  ଆମେରିକାର ଷ୍ଟକ୍ ମାର୍କେଟରେ ହଲଚଲ ହେଲାକିନ୍ତୁ ଇଫେକ୍ଟ ପଡିଥିଲା ଜାପାନକୋରିଆ ଓ ଭାରତରେ  ଘଟଣା ପରେ ଲୋକଙ୍କ ମନକୁ ଆସିଥିଲା ୧୯୨୯ ମହା ମାନ୍ଦାବସ୍ଥା ଘଟଣା  ଆଉ ମନେପଡିଥିଲା ବ୍ଲାକ TUESDAY ଦିନ କଥା  କାରଣ ୯୫ ବର୍ଷ ପୂର୍ବେ ଏମିତି କିଛି ଘଟିଥିଲା ଯେଉଁଥିପାଇଁ ଅଙ୍କଲ ସାମ ଘୋଷଣା କରିଥିଲେ ଅଶୁଭ ମଙ୍ଗଳବାରର ତତ୍ତ୍ୱ  

୧୯୨୮ର କଥାକିଛି ଘୋଷଣା କରିଥିଲେ ଆମେରିକାର ଭାବି ରାଷ୍ଟ୍ରପତି ହର୍ବର୍ଟ ହୁଭର  କହିଥିଲେ 'ଆମେରିକାର ଇତିହାସରେ ପ୍ରଥମ ଥର ପାଇଁ ଆମେ ଦାରିଦ୍ର୍ୟ ଉପରେ ଚୂଡ଼ାନ୍ତ ବିଜୟର ନିକଟତର  ଯାହାକି ଏଠାକାର ଲୋକେ କେବେ ବି ଜୀବନକାଳରେ ଭାବିନଥିଲେ  ହେଲେ ଠିକ୍ ବର୍ଷକ ପରେ ଦେଖାଦେଇଥିଲା ଘୋଟିଆସିଥିଲା ଆର୍ଥିକ ସଂକଟ  ନ୍ୟୁୟର୍କର ଷ୍ଟକ୍ ମାର୍କେଟ୍ କ୍ରାସ ହେବା ସହ ଠପ୍ ହୋଇଥିଲା ବ୍ୟବସାୟ  ରାସ୍ତା କଡକୁ ଚାଲିଆସିଥିଲେ କୋଟିପତି  ନା ରହିଲା ଚାକିରି ନା ରହିଲା ଘର  ଧୀରେ ଧୀରେ ଏହି ସଙ୍କଟ ଆମେରିକା ପାର୍ କରି ବ୍ୟାପିଗଲା ସାରା ବିଶ୍ୱକୁ  


୨୪ ଅକ୍ଟୋବରସେଦିନ ଥିଲା ଗୁରୁବାର  ଧମ୍ କରି ଖସିଥିଲା ସେୟାର ବଜାର  ହେଲେ ଅପରାହ୍ନରେ ପୁଣି ଝୁମିଥିଲା ସେୟାର ବଜାର  ଲୋକେ ଖୁସିଲେ ନାଚିଥିଲେକିନ୍ତୁ ଜାଣିଥିଲେ କି ଏହା ଥିଲା ଝଡ ପୂର୍ବର ଆଭାସ  ପରେ ସୋମବାର ଅକ୍ଟୋବର ୨୮ରେ ପୁଣି ଥରେ ଡାଉନ୍ ହୋଇଥିଲା ପୁଞ୍ଜି ବଜାର  ଲୋକେ ଏହାକୁ କରିଥିଲେ ନଜର ଅନ୍ଦାଜ  କିନ୍ତୁ ମଙ୍ଗଳବାର ଅର୍ଥାତ୍ ୨୯ ଅକ୍ଟୋବରରେ ଘୋଟିଆସିଥିଲା କଳାବାଦଲ  ଏହି ଦିନନ୍ୟୁୟର୍କ ଷ୍ଟକ୍ ଏକ୍ସଚେଞ୍ଜରେ ପଡିଥିଲା ହାହାକାର  ସ୍ଥିତି ଏମିତି ହୋଇଥିଲା କି ମ୍ୟାନହାଟାନର ୪୪ ତମ ମହଲାରୁ ଡେଇଁ ଜଣେ ଜୀବନ ହାରିଥିଲେ ଜଣେ ମହିଳା  ଏମିତିକି ସବୁକିଛି ହରାଇଥିଲେ ଅଭିନେତା ଗ୍ରୋସୋ ମାର୍କ୍ସ  ପରବର୍ତ୍ତୀ ଦୁଇ ବର୍ଷରେଦେବାଳିଆ ହୋଇଗଲେ ଦୁଇ ହଜାରରୁ ଅଧିକ ବ୍ୟାଙ୍କ  ଧୀରେ ଧୀରେ ବଢିଛାଲିଥିଲା ଆତ୍ମହତ୍ୟା ସଂଖ୍ୟା  

ଗୋଟିଏ ପଟେ ଆମେରିକାର ନିର୍ବାଚନ ପାଖେଇ ଆସୁଛି ଓ ଅନ୍ୟପଟେ ଘାରିଛି ମାନ୍ଦାବସ୍ଥା  ରିପୋର୍ଟ  ଅନୁଯାୟୀଆମେରିକାରେ ବେକାରୀ ହାର ୪.% ରେ ପହଞ୍ଚିଛି  ଯାହା ଅକ୍ଟୋବର ୨୦୨୧ ପରଠାରୁ ସର୍ବୋଚ୍ଚ ସ୍ତର ଅଟେ। ଏହା ହେଉଛି କ୍ରମାଗତ ତୃତୀୟ ମାସ ଯେତେବେଳେ ବିଶ୍ୱର ସବୁଠାରୁ ଧନୀ ଦେଶ ଆମେରିକାରେ ବେକାରୀ ହାର ବୃଦ୍ଧି ପାଇଛି। ଏମିତି ଅନେକ ସମସ୍ୟା ଦେଖିବା ପରେ ଚର୍ଚ୍ଚା ହେଲାଣି କି ମାଡିଆସୁଛି ଘୋର ସଂକଟ  


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.