ବିଶ୍ୱବିଦ୍ୟାଳୟରେ ହୋଲି ପାଳନ ଉପରେ ବ୍ୟାନ୍‌ ଲଗାଇଲା ପାକିସ୍ତାନ, ଦେଲା ଇସଲାମିକ୍‌ ପରିଚୟ ବଞ୍ଚାଇବାର ଦ୍ୱାହି

Published By : Prameya-News7 Bureau | June 21, 2023 IST

ନୂଆଦିଲ୍ଲୀ, ୨୧/୦୬: ପାକିସ୍ତାନ ବିଶ୍ବବିଦ୍ୟାଳୟରେ ବ୍ୟାନ୍‌ ହେଲା ହୋଲି ପାଳନ। ଏଭଳି ଏକ ନିଷ୍ପତ୍ତି ନେଇଛି ପାକିସ୍ତାନ ଉଚ୍ଚଶିକ୍ଷା ଆୟୋଗ। ପ୍ରକୃତରେ ଗତ ଜୁନ୍‌ ୧୨ ତାରିଖ ଦିନ ପାକିସ୍ତାନ କାଏଦ-ଇ-ଆଜମ ବିଶ୍ବବିଦ୍ୟାଳୟରେ ହୋଲି ପାଳନ ହୋଇଥିଲା। ଯାହାର ଭିଡିଓ ମଧ୍ୟ ଖୁବ୍ ଭାଇରାଲ ହୋଇଥିଲା । ଆଉ ଏହି ଉତ୍ସବର କିଛି ଦିନ ପରେ ୟୁନିିଭର୍ସିଟିରେ ହୋଲି ପାଳନ ଉପରେ ବ୍ୟାନ୍ ଲଗାଯାଇଛି।

ନୋଟିସ୍‌ରେ ଆୟୋଗ କହିଛି ଯେ, ‘‘ଛାତ୍ରମାନଙ୍କୁ “ସାମାଜିକ ସଂସ୍କୃତିର ମୂଲ୍ୟବୋଧ” ଶିଖାଇବା ପାଇଁ ଏହି ପର୍ବ ପାଳନ କରିବାକୁ ବାରଣ କରାଯାଇଛି। ଏଭଳି କାର୍ଯ୍ୟକଳାପ ଦେଶର ସାମାଜିକ-ସାଂସ୍କୃତିକ ମୂଲ୍ୟବୋଧଠାରୁ ସଂପୂର୍ଣ୍ଣ ଭାବରେ ଭିନ୍ନ ଏବଂ ଦେଶର ଇସଲାମିକ୍‌ ପରିଚୟକୁ କ୍ଷତି ପହଞ୍ଚାଉଛି।’’ ବିଜ୍ଞପ୍ତିରେ ଆହୁରି କୁହାଯାଇଛି ‘‘ଏହାଦ୍ବାରା ଦେଶ ଛବି ଖରାପ ହୋଇଛି। ଏହା ସହ ଶିକ୍ଷା ବିଭାଗ ଛାତ୍ରଙ୍କୁ ଏଭଳି କାର୍ଯ୍ୟକଳାପରୁ ଦୂରରେ ରହିବାକୁ ପରାମର୍ଶ ଦେଇଛି। ଏହିଭଳି ଇଭେଣ୍ଟ ବଦଳରେ ଛାତ୍ରଙ୍କୁ ପାଠ୍ୟକ୍ରମରେ ଥିବା କାର୍ଯ୍ୟକଳାପ ବଢ଼ାଇବାକୁ କହିଛି। ନୋଟିସ୍‌ରେ କୁହାଯାଇଛି ଯେ କ୍ୟାମ୍ପସରେ ଏଭଳି ହୋଲି ପାଳନ ଦେଶର ପରିଚୟ ଏବଂ ସାମାଜିକ ମୂଲ୍ୟବୋଧ ସହ ମେଳ ଖାଉନାହିଁ।’’

ଆହୁରି ପଢ଼ନ୍ତୁ: ପାକିସ୍ତାନରେ ପ୍ରକୃତିର ତାଣ୍ଡବ, ପ୍ରବଳ ବର୍ଷାରେ ବିଭିନ୍ନ ସ୍ଥାନ ଜଳମଗ୍ନ, ୨୮ ମୃତ, ଶତାଧିକ ଆହତ

ଚଳିତ ମାସ ଆରମ୍ଭରେ ଇସଲାମାବାଦ ସ୍ଥିତ କାଏଦ-ଏ-ଆଜମ ବିଶ୍ବବିଦ୍ୟାଳୟରେ ହୋଲି ସମାରୋହର ଭିଡିଓ ଭାଇରାଲ ହୋଇଥିଲା। ଭିଡିଓରେ ଛାତ୍ରମାନେ କଲେଜ କ୍ୟାମ୍ପସରେ ହୋଲି ଖେଳୁଥିବା ଏବଂ ଉତ୍ସବର ମଜା ଉଠାଉଥିବାର ନଜର ଆସିଥିଲେ। ଏହି ଇଭେଣ୍ଟକୁ ବିଶ୍ବବିଦ୍ୟାଳୟର ଅଣ-ରାଜନୀତିକ ସାଂସ୍କୃତିକ ସଂସ୍ଥାନ ମେହରାନ ଷ୍ଟୁଡେଣ୍ଟ କାଉନ୍ସିଲ ଆୟୋଜନ କରିଥିଲା।

ଏହା ପୂର୍ବରୁ ପଞ୍ଜାବ ୟୁନିଭର୍ସିଟି କ୍ୟାମ୍ପସ୍‌ରେ ଏହା ପୂର୍ବରୁ ହୋଲି ପାଳନରେ କଟ୍ଟରପନ୍ଥୀ ଏବଂ ଛାତ୍ରଙ୍କ ମଧ୍ୟରେ ବଚସା ହୋଇଥିଲା। ସେମାନଙ୍କୁ ହୋଲି ପାଳନ କରିବାକୁ ରୋକାଯାଇଥିଲା। ହୋଲି ପାଳନ ଉପରେ ଲଗାଯାଇଥିବା ବ୍ୟାନର ବିରୋଧ ମଧ୍ୟ ହେଉଛି। ବ୍ୟାନ୍‌ ପରେ ଧାର୍ମିକ ଏବଂ ସାଂସ୍କୃତିକ ସ୍ବତନ୍ତ୍ରତା ପ୍ରତି ସରକାରଙ୍କ ପ୍ରତିବଦ୍ଧତା ଉପ​‌ରେ ପ୍ରଶ୍ନ ଉଠିଛି। ପାକିସ୍ତାନ ଲୋକେ ନିଜ ପରମ୍ପରା, ସମ୍ମାନ ଏବଂ ନିଜ ସମୃଦ୍ଧ ଉତ୍ତରଦାୟିତ୍ବକୁ ମାନ୍ୟତା ଦେବାକୁ ଦାବି କରୁଛନ୍ତି।

ଆହୁରି ପଢ଼ନ୍ତୁ: ଭାରତ ବିରୋଧରେ ପାକିସ୍ତାନୀ ଅଭିନେତ୍ରୀଙ୍କ ବିବାଦୀୟ ମନ୍ତବ୍ୟ, ଟ୍ଵିଟ୍‌କୁ ନେଇ ହଙ୍ଗମା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.