ବୈପାରୀଗୁଡାରେ ଲଗାଣ ବର୍ଷା : ଉପୁଡ଼ିଲା ବିଶାଳ ଗଛ, ଅଳ୍ପକେ ବର୍ତ୍ତିଲେ ଯବାନ

Published By : Prameya-News7 Bureau | July 21, 2024 IST

ବୈପାରୀଗୁଡା ୨୧।୭ଲଗାଣ ବର୍ଷା ପ୍ରଭାବରେ ଉପୁଡ଼ିଲା ବିଶାଳ ଆମ୍ବ ଗଛ l ଅଳ୍ପକେ ବର୍ତ୍ତିଲେ ପୋଲିସ ଏବଂ ବିଏସଏଫ ଯବାନ l 

ସୂଚନାଯୋଗ୍ୟ ଯେ, ରବିବାର ସକାଳେ କୋରାପୁଟ ଜିଲ୍ଲା ବୈପାରୀଗୁଡା ସଦର ମହକୁମା ସ୍ଥିତ ଥାନା ତଥା ବିଏସଏଫ କ୍ୟାମ୍ପ ପରିସରରେ ଥିବା ବିଶାଳ ଆମ୍ବ ଗଛ ଉପୁଡି ଯାଇଛି l ଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପୋଲିସ କର୍ମଚାରୀ ଏବଂ ବିଏସଏଫ ଯବାନ l ସୂଚନା ପାଇ ବୈପାରୀଗୁଡା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛ କାଟୁଛନ୍ତି l ଗତ କିଛି ଦିନ ହେବ କୋରାପୁଟ ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିଛି l ଯାହା ଫଳରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ l ସେହିପରି ବୈପାରୀଗୁଡା ଅଞ୍ଚଳରେ ମଧ୍ୟ କେଉଁଠି ଘର ଭାଙ୍ଗିଛି ତ ଆଉ କେଉଁଠି ଗଛ ଉପୁଡୁଛି ।

You Can Read:

ଉଦନ୍ତୀ ନଦୀରେ ଭାସି ଯାଇଥିଲେ ମହିଳା, ସୁରକ୍ଷିତ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.