ଆନ୍ଧ୍ରପ୍ରଦେଶ ୨୨/୦୭ : ହାଇଦ୍ରାବାଦର ଜଣେ ଭକ୍ତ ସୋମବାର ଦିନ ଆନ୍ଧ୍ରପ୍ରଦେଶର ତିରୁମାଲା ତିରୁପତି ବାଲାଜୀ ମନ୍ଦିରରେ ପ୍ରଭୁ ଭେଙ୍କଟେଶ୍ୱରଙ୍କୁ ଦୁଇ କିଲୋଗ୍ରାମ ସୁନା ଏବଂ ତିନି କିଲୋଗ୍ରାମ ରୂପାରେ ନିର୍ମିତ ଖଣ୍ଡା ଭେଟି ଦେଇଛନ୍ତି। ଏହି ଖଣ୍ଡାର ଓଜନ ପ୍ରାୟ ୫ କିଗ୍ରା। ବ୍ୟବସାୟୀ ତାଙ୍କ ପତ୍ନୀଙ୍କ ସହ ସୋମବାର ଦିନ ମନ୍ଦିର କର୍ତ୍ତୃପକ୍ଷଙ୍କୁ ଖଣ୍ଡା ପ୍ରଦାନ କରିଛନ୍ତି ।
ଅଧିକାରୀ କହିଛନ୍ତି ବ୍ୟବସାୟୀ ଭକ୍ତ ଜଣଙ୍କ ଭଗବାନଙ୍କୁ ସୂର୍ଯ୍ୟକଟାରୀ ଅର୍ପଣ କରିଛନ୍ତି । ଏହି ଖଣ୍ଡାଟି ତିରୁମାଲା-ତିରୁପତି ଦେବସ୍ଥାନମ୍ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଏ ଭେଙ୍କଟ ଧର୍ମ ରେଡ୍ଡୀ ଙ୍କୁ ହାସଲ କରିଛନ୍ତି । ଏହି ଖଣ୍ଡାଟି ଦୁଇ କିଲୋଗ୍ରାମ ସୁନା ଏବଂ ତିନି କିଲୋଗ୍ରାମ ରୂପାରେ ନିର୍ମିତ ଏବଂ ଏହାର ମୂଲ୍ୟ ୧ କୋଟି ଟଙ୍କା ।
ତାମିଲନାଡୁର କୋଏମ୍ବାଟୁରର ବିଶେଷଜ୍ଞ ଜୁଏଲର୍ସ ଦ୍ୱାରା ଏହି ଖଣ୍ଡା ତିଆରି କରାଯାଇଥିଲା ଏବଂ ଏହାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବାରେ ପ୍ରାୟଃ ୬ ମାସ ସମୟ ଲାଗିଥିଲା । ଏହା ପ୍ରଥମ ନୁହେଁ ଯେ ଭଗବାନ ଭେଙ୍କଟେଶ୍ୱରଙ୍କୁ ଏପରି ମହଙ୍ଗା ସୁନା ଖଣ୍ଡା ଅର୍ପଣ କରାଯାଇଛି। ୨୦୧୮ ରେ, ଜଣେ ପ୍ରସିଦ୍ଧ କପଡା ବ୍ୟବସାୟୀ ଏବଂ ତାମିଲନାଡୁର ଜଣେ ଭକ୍ତ ମନ୍ଦିର କର୍ତ୍ତୃପକ୍ଷଙ୍କୁ ସେହିଭଳି ଏକ ଖଣ୍ଡା ପ୍ରଦାନ କରିଥିଲେ। ଏହି ସୁନା ଖଣ୍ଡାଟିରେ ଆନୁମାନିକ ୬ କିଲୋଗ୍ରାମ ସୁନା ରହିଥିଲା ଏବଂ ଏହାର ମୂଲ୍ୟ ୧.୭୫ କୋଟି ଟଙ୍କା ଥିଲା।