ସନାତନ ଧର୍ମ ବିଷୟରେ ଯାହା କହିଛି ଠିକ୍ କହିଛି ଓ ବାରମ୍ବାର କହିବି: ଉଦୟନିଧି ଷ୍ଟାଲିନ୍

Published By : Prameya-News7 Bureau | September 04, 2023 IST

ଚେନ୍ନାଇ: ସନାତନ ଧର୍ମ ବିରୋଧରେ ନାନା କୁକଥା କହିବା ପରେ ଏହାର ମୂଳୋତ୍ପାଟନ କଥା କହୁଥିବା ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ ପୁଣିଥରେ ଧମକ ଦେଇଛନ୍ତି। ସେ ଏକଥା ଥରେ ନୁହେଁ ବରଂ ବାରମ୍ବାର କହିବେ ବୋଲି ବି କହିଛନ୍ତି। ତେବେ ସେ କେବଳ ଜାତିଗତ ବିଭେଦ ସୃଷ୍ଟି କରିବାକୁ ବିରୋଧ କରୁଛନ୍ତି ବୋଲି ଉଦୟନିଧି କହିଛନ୍ତି।  

ଏନେଇ ଆଜି ପ୍ରତିକ୍ରିୟା ରଖି ଉଦୟନିଧି କହିଛନ୍ତି “ଗତ ପରଦିନ ମୁଁ ଏକ କାର୍ଯ୍ୟକ୍ରମରେ ସନାତନ ଧର୍ମ ବିଷୟରେ କହିଥିଲି। ତେବେ ଯାହା ମୁଁ କହିଛି ସେ କଥା ବାରମ୍ବାର କହିବି। ମୁଁ ଏଥିରେ ସମସ୍ତ ଧର୍ମ ବିଷୟକୁ ସାମିଲ୍ କରିଥିଲି କେବଳ ହୀନ୍ଦୁଙ୍କୁ ନୁହେଁ। ମୁଁ ଜାତିଗତ ବିଭେଦ ବିଷୟରେ କହିଥିଲି।”

wp:embed {"url":"https://twitter.com/ANI/status/1698722148930724183?s=20","type":"rich","providerNameSlug":"twitter","responsive":true}
https://twitter.com/ANI/status/1698722148930724183?s=20
/wp:embed

ଏହା ପୂର୍ବରୁ ମଧ୍ୟ ଉଦୟନିଧି ତାଙ୍କ ବୟାନକୁ ନେଇ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ବିଜେପି ଯେତେ ଏହାକୁ ଜାତିଆଣା ରୂପ ଦେଉ ଏଥିପାଇଁ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ ଏମ୍‌କେ ଷ୍ଟାଲିନ୍‌ଙ୍କ ପୁଅ ଉଦୟନିଧି।

ସେ କହିଥିଲେ ଯେ ସେମାନେ ମୋ ବିରୋଧରେ ଯେଉଁ କେସ୍ ରୁଜୁ କରିବେ କରନ୍ତୁ, ମୁଁ ପ୍ରସ୍ତୁତ ଅଛି। ବିଜେପି ଇଣ୍ଡିଆ ମେଣ୍ଟରେ ଭୟଭୀତ ହୋଇ ଏସବୁ କହି ଲୋକଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛି। ଏ କ୍ଷେତ୍ରରେ ରାହୁଲ ଗାନ୍ଧୀ, ନୀତୀଶ ଓ ଲାଲୁଙ୍କୁ ଏ ବିଷୟରେ ମତ ରଖିବାକୁ ବିଜେପି ଚାପ ପକାଉଛି ବୋଲି ତାମିଲନାଡୁ ମନ୍ତ୍ରୀ ଉଦୟନିଧି କହିଛନ୍ତି।

wp:embed {"url":"https://twitter.com/ANI/status/1698689034607112621?s=20","type":"rich","providerNameSlug":"twitter","responsive":true}
https://twitter.com/ANI/status/1698689034607112621?s=20
/wp:embed

ସୂଚନା ଥାଉକି ଉଦୟନୀଧି ଷ୍ଟାଲିନଙ୍କ ଦଳ ଦ୍ରାଭିଡ଼ ମୁନେତ୍ରା କାଝାଗମ ବର୍ତ୍ତମାନ ତାମିଲନାଡୁରେ କ୍ଷମତାରେ ରହିଛି। କଂଗ୍ରେସ ସହ ମିଶି ଦଳ ସରକାର ଗଠନ କରିଛି ଓ ବିରୋଧୀ ମିଳିତ ମେଣ୍ଟ ଇଣ୍ଡିଆର ସଦସ୍ୟ ବି ରହିଛି। ଯାହାକୁ ନେଇ ବିରୋଧୀ ଟାର୍ଗେଟ୍ କରୁଥିବା ବେଳେ ଏପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିପାରି ନାହିଁ।

ତେବେ ବିଜେପି କିନ୍ତୁ ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘଟଣାକୁ ନେଇ ଉଦନିଧିକୁଙ୍କୁ ସମାଲୋଚନା କରିବା ସହିତ ସେ କ୍ଷମା ମାଗନ୍ତୁ ବୋଲି ଦଳ ଦାବି କରିଛି। ଏଥିସିହତି ଇଣ୍ଡିଆ ମେଣ୍ଟ ସନାତନ ଧର୍ମ ବିରୋଧୀ ବୋଲି ଶାହ କହିଛନ୍ତି।

ଅନ୍ୟପଟେ ଘଟଣାରେ ମତ ରଖିଛି ଇଣ୍ଡିଆ ମେଣ୍ଟ ସଦଶ୍ୟ ତୃଣମୁଳ କଂଗ୍ରେସ। ପାର୍ଟି ପ୍ରବକ୍ତା କୁନାଲ ଘୋଷ ଏହାକୁ ନିନ୍ଦା କରିବା ସହିତ ଏଥିରେ ମେଣ୍ଟର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି। ସେହିପରି ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ମଧ୍ୟ ଘଟଣାକୁ ନିନ୍ଦା କରିଛନ୍ତି।

wp:embed {"url":"https://twitter.com/ANI/status/1698708867818090671?s=20","type":"rich","providerNameSlug":"twitter","responsive":true}
https://twitter.com/ANI/status/1698708867818090671?s=20
/wp:embed

ତେବେ କଂଗ୍ରେସ ନେତା କମଲ ନାଥ ଏହାକୁ ଉଦୟନୀଧିଙ୍କର ବ୍ୟକ୍ତିଗତ ମତ, ଓ ଏଥିରେ ଦଳର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି। ଅନ୍ୟପଟେ କର୍ଣ୍ଣାଟକ କ୍ଷମତାଶୀନ କଂଗ୍ରେସ ନେତା ପ୍ରିୟଙ୍କ ଖଡ଼କେ ଉଦୟନୀଧିକଙ୍କୁ ସମର୍ଥନ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି କୌଣସି ଧର୍ମରେ ସମାନତା ନାହିଁ ତେବେ ସେ ଏକ ରୋଗ ଭଳି ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୁଅ ତଥା କର୍ଣ୍ଣାଟକ ମନ୍ତ୍ରୀ ପ୍ରିୟଙ୍କ ଖଡ଼ଗେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.