ନୂଆଦିଲ୍ଲୀ: ଗଲୱାନ ଘାଟିରେ ସଂଘର୍ଷ ପରେ ବାସ୍ତବିକ ନିୟନ୍ତ୍ରଣ ରେଖା ନିକଟରେ ମୁତୟନ କରିବା ପାଇଁ ଭାରତୀୟ ବାୟୁ ସେନା ସାରା ଦେଶରୁ ୬୮ ହଜାରରୁ ଅଧିକ ଯବାନ ଏବଂ ପ୍ରାୟ ୯୦ ଟ୍ୟାଙ୍କ ଏବଂ ହତିଆର ପ୍ରଣାଳୀକୁ ଆକାଶମାର୍ଗରେ ପୂର୍ବ ଲଦ୍ଦାଖରେ ପହଞ୍ଚାଇଛି । ପ୍ରତିରକ୍ଷା ଏବଂ ସୁରକ୍ଷା ପ୍ରତିଷ୍ଠାନ ସହ ଜଡ଼ିତ ଶୀର୍ଷ ସୂତ୍ରରୁ ଏହି ସୂଚନା ମିଳିଛି ।
ସୂତ୍ର ଅନୁସାରେ ଭାରତୀୟ ବାୟୁ ସେନା ୨୦୨୦, ଜୁନ ୧୫ରେ ଦୁଇ ପକ୍ଷ ମଧ୍ୟରେ ହୋଇଥିବା ସୈନ୍ୟ ସଂଘର୍ଷକୁ ନଜରରେ ରଖି ଯୁଦ୍ଧ ବିମାନର ଅନେକ ସ୍କ୍ୱାଡନକୁ ଆକ୍ରାମକ ସ୍ଥିତିରେ ରଖାଯାଇଛି । ଏହାଛଡ଼ା ଶତ୍ରୁର ନିର୍ମାଣ ଉପରେ ନଜର ରଖିବା ଏବଂ ଗୁଇନ୍ଦା ସୂଚନା ଏକାଠି କରିବା ପାଇଁ ଅଞ୍ଚଳରେ ଏସୟୁ-୩୦ ଏମକେଆଇ ଏବଂ ଜଗୁଆର ବିମାନ ମୁତୟନ କରାଯାଇଛି ।
ପଢନ୍ତୁ: ଚୀନ ଓ ପାକିସ୍ତାନ ପଟୁ ବିପଦ ଆଶଙ୍କା: କାଶ୍ମୀର ସୀମାରେ ଏମ୍ଆଇଜି-୨୯ ଲଢ଼ୁଆ ବିମାନ ମୁତୟନ କଲା ଭାରତ
ଏକ ସ୍ୱତନ୍ତ୍ର ଅଭିଯାନ ଜରିଆରେ ଏଲଏସି ନିକଟରେ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ତ୍ୱରିତ ମୁତୟନ ପାଇଁ ଭାରତୀୟ ବାୟୁ ସେନାର ପରିବହନ ବିମାନ ଖୁବ କମ ସମୟରେ ସୈନିକ ଏବଂ ହତିଆରକୁ ପହଞ୍ଚାଇଛି । କୁହାଯାଇଛି ଯେ ବାୟୁସେନର ବିମାନ ଭାରତୀୟ ସେନାର ଅନେକ ଡିଭିଜନକୁ ଏୟାରଲିଫ୍ଟ କରିଛି, ଏଥିରେ ମୋଟ ୬୮,୦୦୦ରୁ ଅଧିକ ସୈନିକ, ୯୦ରୁ ଅଧିକ ଟ୍ୟାଙ୍କ, ପରାୟ ୩୩୦ ବିଏମପି ଇନଫେଣ୍ଟ୍ରି ଯୁଦ୍ଧ ବାହାନ, ରାଡାର ସିଷ୍ଟମ, ଆର୍ଟିଲରୀ ଗନ୍ ଏବଂ ଅନ୍ୟ ଉପକରଣ ସାମିଲ ଥିଲା । ସେ କହିଛନ୍ତି ଯେ ସି-୧୩୦ ଜେ ସୁପର ହରକ୍ୟୁଲିସ ଏବଂ ସି-୧୭ ଗ୍ଲୋବମାଷ୍ଟର ବିମାନ ସହ ବାୟୁସେନାର ପରିବହନ ବିମାନର ମୋଟ ଓଜନ ୯୦୦୦ ଟନ୍ ଥିଲା ଏବଂ ଏହା ଭାରତୀୟ ବାୟୁସେନାର ବଢୁଥିବା ରଣନୈତିକ ଏୟାରଲିଫ୍ଟ କ୍ଷମତାକୁ ଦର୍ଶାଉଛି ।
ସଂଘର୍ଷ ପରେ ରାଫେଲ ଏବଂ ମିଗ-୨୯ ସହ ଅନେକ ଲଢୁଆ ବିମାନକୁ ନଜର ରଖିବା ପାଇଁ ମୁତୟନ କରାଯାଇଥିଲା । ସୂତ୍ର ଅନୁସାରେ ଏସୟୁ-୩୦ ଏମକେଆଇ ଏବଂ ଜଗୁଆର ଲଢୁଆ ବିମାନ ଦ୍ୱାରା ନରୀକ୍ଷଣ ସୀମକୁ ପ୍ରାୟ ୫୦ କିମି ଯାଏ କରାଯାଇଥିଲା ।
Also read: ପୁଞ୍ଜିନିବେଶ ପାଇଁ ଚୀନ ଠାରୁ ବି ଅକର୍ଷଣୀୟ ଭାରତ: ରିପୋର୍ଟ