ସିଏ ଇଣ୍ଟରମିଡିଏଟ୍ ପରୀକ୍ଷା ୨୦୨୫ ପାଇଁ ମାଗଣା ଲାଇଭ୍ କ୍ଲାସ୍ ଘୋଷଣା କଲା ICAI; କେମିତି କ୍ଲାସ୍ କରିବେ ଜାଣନ୍ତୁ

Published By : Prameya-News7 Bureau | September 05, 2024 IST

indiatoday

ନୂଆଦିଲ୍ଲୀ: ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ICAI) ମାଗଣା ଶିକ୍ଷା ଦେବାକୁ ଘୋଷଣା କରିଛି।  ମେ ୨୦୨୫ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଚାଟାର୍ଡ ଆକାଉଣ୍ଟାଣ୍ଟ ଇଣ୍ଟରମିଡିଏଟ ଛାତ୍ରମାନଙ୍କ ପାଇଁ ମାଗଣା ଲାଇଭ୍ ସେସନ ଆରମ୍ଭ ହେବ ବୋଲି ଆଇସିଏଏଆଇ କହିଛି। ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ, ଏହି ଅଧିବେଶନ ଚଳିତ ବର୍ଷ ସେପ୍ଟେମ୍ବର ୯ ତାରିଖରୁ ଆରମ୍ଭ ହେବ।  

ବୋର୍ଡ ଅଫ୍ ଷ୍ଟଡିଜ୍ (BoS) ଦ୍ୱାରା ଏହି ମାଗଣା ଅଧିବେଶନଗୁଡିକ ଆୟୋଜିତ କରାଯାଉଛି। ଏଥିରେ ଲାଇଭ୍ ଲେକ୍‌ଚର୍ସ, ଇଣ୍ଟରାକ୍ଟିଭ୍ ପ୍ରଶ୍ନର ସମାଧାନ ଆଦି କରାଯିବ। ଏଥିସହିତ ଛାତ୍ରଛାତ୍ରୀ ଚାହିଁଲେ ଏହାକୁ ରେକର୍ଡ କରି ରଖିପାରିବେ। ଏଥିପାଇଁ ଆକ୍‌ସେସ ଦିଆଯିବ ବୋଲି ICAI କହିଛି।

ଭର୍ଚୁଆଲ୍ ଅଧିବେଶନ ପାଇଁ ଟାଇମ ସ୍ଲଟ୍

ଭର୍ଚୁଆଲ୍ କ୍ଲାସ୍ ତିନୋଟି ଟାଇମ୍ ସ୍ଲଟ୍‌ରେ ହେବ: ସକାଳ ୭ ରୁ ୯:୩୦,  ପୁଣି ଦିନ ୨:୩୦ ରୁ ଅପରାହ୍ଣ ୫ ଟା ଏବଂ ସନ୍ଧ୍ୟା ୬:୩୦ ରୁ ୮ ଟା ପର୍ଯ୍ୟନ୍ତ କ୍ଲାସ ହେବ। ଅଫିସିଆଲ୍ ICAI ୱେବସାଇଟ୍ ମାଧ୍ୟମରେ ଛାତ୍ରମାନେ ଏହି ଏହି କ୍ଲାସ୍ କରିପାରିବେ। ସେପ୍ଟେମ୍ବର ୯ ତାରିଖରେ, ଆଡ୍‌ଭାନ୍ସ ଆକାଉଣ୍ଟିଂ ଏବଂ କର୍ପୋରେଟ୍ ଲ’ ପଢ଼ାଯିବ। ସେହିପରି ସେପ୍ଟେମ୍ବର ୧୦ ତାରିଖରେ କଷ୍ଟ ମ୍ୟାନେଜ୍‌ମେଣ୍ଟ, ଅଡିଟ୍ ଏଥିକ୍ସ ନ, ସେପ୍ଟେମ୍ବର ୧୩ ରେ ଫାଇନାନ୍ସିଆଲ ମ୍ୟାନେଜ୍‌ମେଣ୍ଟ, ସେପ୍ଟେମ୍ବର ୧୯ରେ ଟ୍ୟାକ୍ସେସନ (ଜିଏସ୍‌ଟି), ସେପ୍ଟେମ୍ବର ୨୮ରେ ଷ୍ଟ୍ରାଟେଡିକ ମ୍ୟାନେଜ୍‌ମେଣ୍ଚ, ଏବଂ ଅକ୍ଟୋବର ୪ରେ ଇନକମ ଟ୍ୟାକ୍ସ ଲ ବିଷୟରେ ଶିକ୍ଷା ଦିଆଯିବ।

କେବଳ ସେତିକି ନୁହେଁ, ଜାନୁଆରୀ ୨୦୨୫ରେ ହେବାକୁ ଥିବା ପରୀକ୍ଷା ପାଇଁ ICAI ସେପ୍ଟେମ୍ବର ୨୦ ରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ରିଭିଜନ କ୍ଲାସ୍ ମଧ୍ୟ କରିବ। ଆଗ୍ରହୀ ଛାତ୍ରମାନେ ସଂପୂର୍ଣ୍ଣ କାର୍ଯ୍ୟସୂଚୀ ଏବଂ ଆକ୍ସେସ୍ ଲିଙ୍କ୍ ଡାଉନଲୋଡ୍ କରିବାକୁ ICAIର ୱେବସାଇଟ୍ ଭିଜିଟ୍ କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.