‘ଯଦି ଭବିଷ୍ୟତ ଦେଖିବାକୁ ଚାହୁଁଛନ୍ତି, ତେବେ ଭାରତ ଆସନ୍ତୁ’: ଆମେରିକୀୟ ରାଷ୍ଟ୍ରଦୂତ

Published By : Prameya-News7 Bureau | April 10, 2024 IST

ନୂଆଦିଲ୍ଲୀ: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ଏରିକ ଗାର୍ସେଟି ବୁଧବାର ଭାରତର ବିକାଶାତ୍ମକ ପ୍ରଗତି ଏବଂ ଦୁନିଆର ଭବିଷ୍ୟତକୁ ନୂଆ ରୂପ ଦେବାରେ ଏହାର ଭୂମିକାକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଯଦି କିଏ ଭବିଷ୍ୟ ଦେଖିବାକୁ ଚାହୁଁଛି, ସେ ଭାରତ ଆସିବା ଦରକାର ।

ଆମେରିକୀୟ ରାଷ୍ଟ୍ରଦୂତ କହିଛନ୍ତି ଯେ ସେମାନେ ଭାଗ୍ୟଶାଳୀ ଯେଉଁମାନେ ଭାରତକୁ ନିଜ ଘର କହୁଛନ୍ତି । ସେ ଏହି ଅନୁଭୂତିକୁ ଏକ ମାହନ ବିଶେଷାଧିକାର ବୋଲି କହିଛନ୍ତି । ସେ କହିଛନ୍ତି, 'ମୁଁ ସବୁବେଳେ କୁହେ ଯେ ଯଦି ଆପଣ ଭବିଷ୍ୟତ ଦେଖିବାକୁ ଚାହୁଁଛନ୍ତି, ତେବେ ଭାରତ ଆସନ୍ତୁ, ଯଦି ଆପଣ ଭବିଷ୍ୟତକୁ ଅନୁଭୂବ କରିବାକୁ ଚାହୁଁଛନ୍ତି, ତେବେ ଭାରତ ଆସନ୍ତୁ ଏବଂ ଯଦି ଆପଣ ଭବିଷ୍ୟତରେ କାମ କରିବାକୁ ଚାହୁଁଛନ୍ତି, ତେବେ ଭାରତ ଆସନ୍ତୁ । ମୋତେ ଆମେରିକୀୟ ମିଶନର ଲିଡର ରୂପେ ପ୍ରତିଦିନ ଏପରି କରିବାରେ ସକ୍ଷମ ହେବାର ବଡ଼ ସୌଭାଗ୍ୟ ମିଳିଛି ।' 

ଏରିକ ଗାର୍ସେଟି ଭାରତରେ ବିତାଇଥିବା ନିଜ ପିଲା ଦିନ କଥା ଉଲ୍ଲେଖ କରି କହିଛନ୍ତି ଯେ ଭାରତ ସହ ତାଙ୍କ ଗଭୀର ଭାବନାତ୍ମକ ସମ୍ପର୍କ ରହିଛି । ଭାରତକୁ ତାଙ୍କ ଆତ୍ମ କେବେ ଛାଡ଼ି ନାହିଁ । ଏହାସହ ଗାର୍ସେଟି ଦୁଇ ଦେଶର ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସନ୍ଦେଶକୁ ଦୋହରାଇଛନ୍ତି । ସେ କହିଛନ୍ତି ଯେ ରାଷ୍ଟ୍ରପତି ତାଙ୍କୁ ଜଣାଇଛନ୍ତି ଯେ ଭାରତ ଦୁନିଆର ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ ଦେଶ ରହିଛି ଏବଂ ଏହି ଶତାବ୍ଦୀରେ ନୂଆଦିଲ୍ଲୀ ସହ ୱାଶିଂଟନର ସମ୍ପର୍କ ଦୁନିଆର ବ୍ୟବସ୍ଥାକୁ ନୂଆ ରୂପ ଦେବାରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ରହିବ ।

  • America
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.