ୱାୟନାଡ ୩।୧୧: ରବିବାର ନିର୍ବାଚନ ପ୍ରଚାର ନିମନ୍ତେ ୱାୟନାଡ ପହଞ୍ଚିଥିବା ପ୍ରିୟଙ୍କା ଗାନ୍ଧି କହିଛନ୍ତି ସରକାର ସାଧାରଣ ଜନତାଙ୍କୁ ଅଣଦେଖା କରୁଛନ୍ତି ଓ କେବଳ ଧନୀ ବ୍ୟବସାୟୀମାନଙ୍କୁ ଋଣ କ୍ଷମା କରି ସେମାନଙ୍କୁ ଲାଭ ଦେଉଛନ୍ତି। ନିର୍ବାଚନୀ ସଭାରେ ପ୍ରିୟଙ୍କାଙ୍କ ସହ ୱାୟନାଡର ପୂର୍ବତନ ସାଂସଦ ତଥା ତାଙ୍କ ଭାଇ ରାହୁଲ ଗାନ୍ଧି ମଧ୍ୟ ପ୍ରଚାର କରିଛନ୍ତି। ନଭେମ୍ବର ୧୩ ତାରିଖରେ ହେବାକୁ ଥିବା ୱାୟନାଡ ଉପ ନିର୍ବାଚନ ପାଇଁ ପ୍ରିୟଙ୍କା ତାଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ଆରମ୍ଭ କରିଛନ୍ତି।
ଏହି ଅବସରରେ ରାହୁଲ ଗାନ୍ଧି କହିଛନ୍ତି ଯେ ଦେଶରେ ଲଢେଇ, ବିନମ୍ରତା ଓ ପ୍ରେମରେ ତିଆରି ହୋଇଥିବା ସମ୍ବିଧାନର ରକ୍ଷା ଓ ଏହାକୁ କାୟମ ରଖିବା ପର୍ଯ୍ୟନ୍ତ ସୀମିତ। ଏହି ଅବସରେ ରାହୁଲ ତାଙ୍କ ଭଉଣୀ ପ୍ରିୟଙ୍କାଙ୍କର ମଧ୍ୟ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ କେବେ କେବେ ମୁଁ ଅଧିକ ତାର୍କିକ ହୋଇଥାଏ ହେଲେ ପ୍ରିୟଙ୍କା ଅଧିକ ଭାବୁକ। ଏଣୁ ମୁଁ ଭାବୁଛି ଆପଣମାନଙ୍କୁ ସବୁଠୁ ବଢିଆ ସାଂସଦ ମିଳିବାକୁ ଯାଉଛନ୍ତି। ରାହୁଲ କହିଛନ୍ତି ଯେ ମୁଁ ଏହା ବିଶ୍ୱାସର ସହ କହୁଛି ତାଙ୍କଠୁ କେହି ଅଧିକ ଭଲ ସାଂସଦ ହୋଇ ପାରିବେ ନାହିଁ।
I’m confident Wayanad will get its best MP in Priyanka.
— Rahul Gandhi (@RahulGandhi) November 3, 2024
Her dedication shines through—she’s already setting priorities, planning how to tackle issues, and focusing on unleashing Wayanad’s full potential.
She’ll be more than a representative; she’ll be your sister, your… pic.twitter.com/bW6TkSMfZQ
ରାହୁଲ ତାଙ୍କ ଭଉଣୀଙ୍କ ସଂକଳ୍ପର ଉଦାହରଣ ଦେଇ କହିଛନ୍ତି ଯେ ଆଜି ସକାଳେ ଯେବେ ସେ ଏଠାକୁ ଆସିବାକୁ ବାହାରିଲେ ସେତବେଳେ ତାଙ୍କ ପାଖରେ ଏକ ସୂଚୀ ଥିଲା, ଯେଉଁଥିରେ ଆମେ ଭବିଷ୍ୟତରେ କାହାଉପରେ ଧ୍ୟାନ କେନ୍ଦ୍ରିତ କରିବୁ, ଆମେ ବାୟନାଡ ପାଇଁ କେଉଁଠି ଲଢିବୁ ଓ ଆମେ ବାୟନାଡର କ୍ଷମତାକୁ କେଉଁଠି ମଜଭୁତ କରିବୁ ସେ ସମ୍ପର୍କରେ ସେ ବିସ୍ତୃତ ଚିନ୍ତା କରିଛନ୍ତି। ସେ ପ୍ରିୟଙ୍କା ଗାନ୍ଧିଙ୍କ ବ୍ୟକ୍ତିତ୍ୱର ଭାବନାତ୍ମକ ପକ୍ଷ ଉପରେ ମଧ୍ୟ ଆଲୋକପାତ କରିଛନ୍ତି।
ରାହୁଲ କହିଥିଲେ ଯେ ପ୍ରିୟଙ୍କା ସେହି ମଣିଷ ଯିଏ ସେହି ଝିଅକୁ କୋଳାଗ୍ରତ କରିଥିଲେ ଯିଏ ଆମ ପିତାଙ୍କ ହତ୍ୟାରେ ସାମିଲ ଥିଲା। ସେ ନଳିନୀ ଶ୍ରୀହରନଙ୍କୁ ଭେଟିବା ପରେ ମୋତେ କହିଥିଲେ ଯେ ତାଙ୍କ ଅବସ୍ଥା ପାଇଁ ମୋତେ ଖରାପ ଲାଗୁଛି। ଏହି ଅବସରରେ ପ୍ରିୟଙ୍କା ତାଙ୍କ ଭାଇ ରାହୁଲ ଗାନ୍ଧିଙ୍କ ସହ ୱାୟନାଡର ଜନତା ଛିଡା ହୋଇଥିବାରୁ ଧନ୍ୟବାଦ ଜଣାଇଥିଲେ ଓ ଏଠାରେ ରାହୁଲ ଆରମ୍ଭ କରିଥିବା ଲଢେଇକୁ ସେ ଜାରି ଜାରି ରଖିବେ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।