କରୋନା ଆକ୍ରାନ୍ତ ବଢ଼ିବା ପରେ ଆଲର୍ଟ, ଟେଷ୍ଟିଂ ଓ ସର୍ଭିଲାନ୍ସ ବଢ଼ାଇବାକୁ ପରାମର୍ଶ

Published By : Prameya-News7 Bureau | December 29, 2023 IST

ଭୁବନେଶ୍ୱର: କରୋନା ଆକ୍ରାନ୍ତ ବଢିବା ପରେ ଆଲର୍ଟ ହେଲା ଓଡ଼ିଶା। କରୋନା ସଂକ୍ରମଣ ବଢୁଥିବାରୁ ସତର୍କତାମୂଳକ ପଦକ୍ଷେପ ନେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଏନେଇ ସବୁ ହସ୍ପିଟାଲକୁ ଚିଠି କରାଯାଇଛି।

ମେଡିକାଲ କଲେଜକୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ଟେଷ୍ଟିଂ ଓ ସର୍ଭିଲାନ୍ସ ବଢାଇବାକୁ ପରାମର୍ଶ ଦିଆଯାଇଛି। ଆକ୍ରାନ୍ତଙ୍କୁ କ୍ୱାରାଣ୍ଟିନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି।   

ଅଧିକ ପଢନ୍ତୁ- ରାଜ୍ୟରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୫ ପଜିଟିଭ ଚିହ୍ନଟ

ରାଜ୍ୟରେ ବଢିବାରେ ଲାଗିଛି କରୋନା ଅକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଜ୍ୟରେ ୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.