ବ୍ରହ୍ମୋସ ମିସାଇଲ ଉପରେ ବିଶ୍ବର ଭରସା; ଫିଲିପାଇନ୍ସ ପରେ ୪ ଅନ୍ୟ ଦେଶ ନେବାକୁ ଆଗ୍ରହୀ

Published By : Prameya-News7 Bureau | February 13, 2025 IST

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ସଶକ୍ତ ହେଉଛି ଭାରତ । ବ୍ରହ୍ମୋସ ବାଲାଷ୍ଟିକ୍ ମିସାଇଲ୍ ସିଷ୍ଟମ ଦେଶକୁ ଆହୁରି ଶକ୍ତିଶାଳୀ କରୁଛି । ଅନ୍ୟପଟେ ପ୍ରତିରକ୍ଷା ସାମଗ୍ରୀ ତଥା ଅସ୍ତ୍ରଶସ୍ତ୍ର ରପ୍ତାନୀ କ୍ଷେତ୍ରରେ ଭାରତ ନିଜର ସ୍ଥିତି ମଜବୁତ୍ କରୁଛି । ବିଶେଷ କରି ବ୍ରହ୍ମୋସ ବାଲାଷ୍ଟିକ୍ ମିସାଇଲ୍ ସିଷ୍ଟମ ପ୍ରତି ବିଦେଶୀ ରାଷ୍ଟ୍ର ମାନେ ଆକୃଷ୍ଟ ହେଉଛନ୍ତି । ଫିଲିପାଇନ୍ସ ପରେ ଏବେ ୪ଟି ଦେଶ ସୁପର ସୋନିକ୍ କ୍ରୁଜ୍ ମିସାଇଲ୍ ନେବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ତେବେ ଏହାକୁ ନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ସରକାରୀ ଭାବେ କୌଣସି ସୂଚନା ମିଳିନଥିବା ବେଳେ ସୂତ୍ର ଏହି ରିପୋର୍ଟ ପ୍ରକାଶ ପାଇଛି । ଏପେଟ ଭାରତ ଫିଲିପାଇନ୍ସକୁ ବ୍ରହ୍ମୋସ ସିଷ୍ଟମକୁ ରପ୍ତାନୀ କରିବା ଆରମ୍ଭ କରି ଦେଇଛି । 

ଟ୍ରିବ୍ୟୁନ୍ ଇଣ୍ଡିଆ ରିପୋର୍ଟ ମୁତାବକ, ଭାରତ ସରକାର ଫିଲିପାଇନ୍ସ ପରେ ଅନ୍ୟ ୪ଟି ଦେଶକୁ ବ୍ରହ୍ମୋସ ସୁପର ସୋନିଲ୍ କ୍ରୁଜ୍ ମିସାଇଲ ସିଷ୍ଟମ ବିକ୍ରି କରିବାକୁ ଯୋଜନା କରୁଛନ୍ତି । ଏଥିରେ ସଂଯୁକ୍ତ ଆରବ ଅମିରାତ, ସାଉଦୀ ଆରବ, ଇଜିପ୍ଟ ଏବଂ ଭିଏତନାମ ଦେଶ ସାମିଲ୍ ରହିଛି । ସେହିପରି ଏହି ମହାବିନାଶକ ମିସାଇଲ୍ ସିଷ୍ଟମକୁ ଇଣ୍ଡୋନେସିଆ ବିକ୍ରିକୁ ପାଇଁ ଡିଲ୍ ହୋଇଥିବା ସୂତ୍ରରୁ ପ୍ରକାଶ ପାଇଛି । ମିସାଇଲ୍ ଚୁକ୍ତି ପାଇଁ ଇଣ୍ଡୋନେସିଆ ପ୍ରତିନିଧି ଦଳ ଭାରତ ଆସି ପାରନ୍ତି ବୋଲି କୁହାଯାଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.