ନୂଆଦିଲ୍ଲୀ: ୨୦୨୪ ମସିହାର ସାମ୍ୱାଦିକ/ଖବରଦାତାଙ୍କ ପାଇଁ ସବୁଠୁ ରକ୍ତାକ୍ତ ବର୍ଷ ଥିଲା । ସିପିଜେ (କମିଟି ଟୁ ପ୍ରୋଟେକ୍ଟ ଜର୍ଣ୍ଣାଲିଷ୍ଟ) ଦ୍ୱାରା ଜାରି ରିପୋର୍ଟ ଅନୁସାରେ ଗତ ବର୍ଷ ଅତି କମରେ ୧୨୪ ଜଣଙ୍କ ଜୀବନ ଯାଇଛି । ଏଥିରୁ ୭୫ ପ୍ରତିଶତ କେବଳ ଇସ୍ରାଏଲ୍ ଆକ୍ରମଣରେ ପ୍ରାଣ ହରାଇଛନ୍ତି । CPJ ଅନୁସାରେ ୨୦୨୩ ତୁଳନାରେ ୨୦୨୪ରେ ପ୍ରତିଶତ ଅଧିକ ମୃତ୍ୟୁ ହୋଇଛି । ଏହି ସଂଖ୍ୟା ସାରା ଦୁନିଆରେ ଅନ୍ତରାଷ୍ଟ୍ରୀୟ ସଂଘର୍ଷ, ରାଜନୀତିକ ଅଶାନ୍ତି ଏବଂ ଅପରାଧକୁ ବଢୁଥିବା ସ୍ତରରକୁ ଦର୍ଶାଉଛି ।
CPJ ୩୦ ବର୍ଷ ଧରି ସାମ୍ୱାଦିକଙ୍କ ବିରୋଧରେ ଘଟୁଥିବା ହିଂସା ଓ ଅନ୍ୟ ଘଟଣାର ଡାଟା ଏକାଠି କରୁଛି । ସଂସ୍ଥାର ରିପୋର୍ଟ ଅନୁସାରେ ୧୮ ଦେଶରେ ସାମ୍ୱାଦିକ ଏବଂ ମିଡିଆକର୍ମୀଙ୍କ ହତ୍ୟା ହୋଇଛି । CPJ ଅନୁସାରେ ଗାଜାରେ ମୋଟ ୮୫ ସାମ୍ୱାଦିକଙ୍କ ଜୀବନ ଯାଇଛି । ମୃତ ୮୫ ସାମ୍ୱାଦିକଙ୍କ ମଧ୍ୟରୁ ୮୨ ଜଣ ପାଲେଷ୍ଟାଇନର ଥିଲେ ।
ସୁଡାନ ଏବଂ ପାକିସ୍ତାନରେ ସାମ୍ୱାଦିକ ଏବଂ ମିଡିଆକର୍ମୀଙ୍କ ହତ୍ୟା ମାମଲାରେ ଦ୍ୱିତୀୟ ସ୍ଥାନରେ ରହିଛି । ଏଠାରେ ୬-୬ ଜଣ ସାମ୍ୱାଦିକଙ୍କ ମୃତ୍ୟୁ ହୋଇଛି । ଏହାପରେ ମେକ୍ସିକୋରେ ପାଞ୍ଚ ଜଣ ସାମ୍ୱାଦିକଙ୍କ ହତ୍ୟା ହୋଇଛି, ଯାହା ସାମ୍ୱାଦିକଙ୍କ ପାଇଁ ସବୁଠୁ ବିପଦଜ୍ଜନକ ଦେଶ ବୋଲି ବିବେଚନା କରାଯାଏ । ଏହା ବ୍ୟତୀତ ମ୍ୟାଁମାର, ଭାରତ ଏବଂ ଇରାକରେ ବି ସାମ୍ୱାଦିକଙ୍କ ହତ୍ୟା ହୋଇଛି ।
CPJ ୧୯୯୨ ମସିହାରୁ ସାମ୍ୱାଦିକଙ୍କ ମୃତ୍ୟୁ ଉପରେ ନଜର ରଖଛି ଏବଂ ୨୦୨୪ ରିପୋର୍ଟ ଅନୁସାରେ ୨୪ ସାମ୍ୱାଦିକଙ୍କୁ ସେମାନଙ୍କ କାମ ଯୋଗୁ ଜାଣିଶୁଣି ହତ୍ୟା କରାଯାଇଛି । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ସମ୍ୱଳର ଅଭାବ ଯୋଗୁ ଫ୍ରାଲାନ୍ସରଙ୍କ ସ୍ଥିତି ସବୁଠୁ ଜଟିଳ । ୨୦୨୪ରେ ୪୩ ଜଣଙ୍କ ମୃତ୍ୟୁ ହୋଇଛି । ରିପୋର୍ଟ ଅନୁସାରେ ୨୦୨୫ ବର୍ଷ ବି ସାମ୍ୱାଦିକଙ୍କ ପାଇଁ ଭଲ ନଥିବା ଆରମ୍ଭରୁ ଦେଖାଯାଉଛି, କାରଣ ଗତ ସପ୍ତାହରେ ୬ ସାମ୍ୱାଦିକଙ୍କ ହତ୍ୟା ହୋଇସାରିଛି ।