IMDX ମଙ୍କିପକ୍ସ RT-PCR ଟେଷ୍ଟ କୀଟ୍ ବିକଶିତ; ଉତ୍ପାଦନ ପାଇଁ CDSCOର ମଞ୍ଜୁରୀ

Published By : Prameya-News7 Bureau | August 27, 2024 IST

ନୂଆଦିଲ୍ଲୀ: ମଙ୍କିପକ୍ସରୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସ୍ବାସ୍ଥ୍ୟ ଏମର୍ଜେନ୍ସି ଘୋଷଣା କରିଛି । ଏହି ଭାଇରସର ନୂଆ ଷ୍ଟ୍ରେନ୍ ଘାତକ ହୋଇଛି ଏବଂ ମୃତ୍ୟୁ ହାର ମଧ୍ୟ ଅଧିକ । ମଙ୍କିପକ୍ସ ଅଫ୍ରିକା ମହାଦେଶ ଅଧିକାଂଶ ଦେଶରେ କାୟା ବିସ୍ତାର କରିଛି । ସ୍ବିଡେନ୍, ପାକିସ୍ତାନ ଭଳି ଦେଶରେ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ଅଧିକ ସତର୍କ ହୋଇଛି ଭାରତ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶରେ ସର୍ଭିଲାନ୍ସକୁ ବଢ଼ାଇ ଦିଆଯାଇଛି । ଏପଟେ ମଙ୍କିପକ୍ସ ବିରୋଧରେ ଲଢ଼େଇ ପାଇଁ ଘରୋଇ ଆର୍‌ଟି ପିସିଆର୍ ପରୀକ୍ଷା କୀଟ ବିକଶିତ ହୋଇଛି । ଏହି କୀଟକୁ ସେଣ୍ଟ୍ରାଲ୍  ପ୍ରୋଟେକ୍ସନ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ ମଞ୍ଜୁରୀ ପ୍ରଦାନ କରିଛି ।    

IMDX ମଙ୍କିପକ୍ସ ଡିଟେକ୍ସନ RT-PCR ପ୍ରସ୍ତୁତି ପାଇଁ ସିମେନ୍ସ ହେଲ୍‌ଥନିୟର୍ସକୁ CDSCO ମଞ୍ଜୁରୀ ପ୍ରଦାନ କରିଛି । ଏହା ‘ମେକ୍ ଇନ୍ ଇଣ୍ଡିଆ’ର ପ୍ରଥମ ମହତ୍ବପୂର୍ଣ୍ଣ ଉପଲବ୍ଧ । WHOର ସ୍ବାସ୍ଥ୍ୟ ଏମର୍ଜେନ୍ସି ଘୋଷଣା ଭିତରେ ମଙ୍କିପକ୍ସ RT-PCR କୀଟକୁ ବିକଶିତ କରିବା ବଡ଼ ଉପଲବ୍ଧି ବୋଲି କୁହାଯାଇଛି । ସିମେନ୍ସ ହେଲ୍‌ଥନିୟର୍ସ କହିଛି, IMDX ମଙ୍କିପକ୍ସ ଡିଟେକ୍ସନ  RT-PCR କୀଟ୍ ଗୁଜରାଟର ଭଦୋଦରାରେ ତିଆରି କରାଯିବ । ଏହି ଲ୍ୟାବରେ ବର୍ଷକୁ ୧୦ ଲକ୍ଷ କୀଟ୍ ପ୍ରସ୍ତୁତ କରିବାର କ୍ଷମତା ରହିଛି । ଫ୍ୟାକ୍ଟ୍ରିରେ କୀଟ୍ ତିଆରି ପାଇଁ ସମସ୍ତ ପ୍ରକାଶ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ମଙ୍କିପକ୍ସ ଭାଇରାସ୍ ମଣିଷ ଶରୀରରେ ଭିନ୍ନ ଭିନ୍ନ କ୍ଷେତ୍ରକୁ ଟାର୍ଗେଟ୍ କରିଥାଏ । କ୍ଲେଡ୍-୧ ଏବଂ କ୍ଲେଡ୍-୨ ଭଳି ଦୁଇଠି ଭାରିଆଣ୍ଟ ରହିଛି ।   

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.