ମଜଭୁତ ହେଲା ମୋଦି ଓ ବାଇଡେନଙ୍କ ସମ୍ପର୍କ, ରାଜିନାମା ପରେ ରାଜିନାମା, ଭାରତକୁ ମିଳିଲା ୮ ଖୁସି ଖବର

Published By : Prameya-News7 Bureau | June 23, 2023 IST

ୱାସିଂଟନ ୨୩।୬:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ କାଳରେ ଅନେକ ବଡ଼ବଡ଼ ବୁଝାମଣା  ସ୍ୱାକ୍ଷରିତ ହୋଇଛି। ହ୍ୱାଇଟ୍ ହାଉସ୍‌ର ଓଭାଲ କାର୍ଯ୍ୟାଳୟରେ ଗୁରୁବାର ରାଷ୍ଟ୍ରପତି ଜୋ ବାଇଡେନ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ଗୋଟିଏ ପରେ ଗୋଟିଏ ଅନେକ ବୁଝାମଣାରେ ମୋହର ଲାଗିଛି। ଏଥିରେ ଭାରତରେ ସେମି କଣ୍ଡକ୍ଟର ପ୍ଲାଣ୍ଟ, ରେଲୱେ, ଡ୍ରୋନ, ଜେଟ୍ ଇଞ୍ଜିନ ଓ ସ୍ପେଶ୍ ସେକ୍ଟରରେ ରାଜିନାମା ହୋଇଥିବା ଜଣାପଡିଛି।

ଧାଡ଼ିରେ ଛିଡ଼ା ହୋଇ ମୋଦୀଙ୍କ ଅଟୋଗ୍ରାଫ୍ ନେଲେ ଆମେରିକା ସାଂସଦ, ସେଲ୍ଫୀ ମଧ୍ୟ ଉଠାଇଲେ

ଏହା ଛଡା ଭାରତ ଓ ଆମେରିକା ମଧ୍ୟରେ ଜଟିଳ ଟେକନିକ୍‌କୁ ସୁରକ୍ଷିତ ରଖିବା ଓ ପରସ୍ପର ମଧ୍ୟରେ ସହଯୋଗ ନିମନ୍ତେ ସହମତି ମଧ୍ୟ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ଦିଗ୍ଗଜ କମ୍ପାନୀଙ୍କ ସିଇଓଙ୍କ ସହ ବୈଠକ କରି ସେମାନଙ୍କୁ ଭାରତରେ ନିବେଶ ନିମନ୍ତେ ଆହ୍ୱାନ ଦେଇଛନ୍ତି। ତେବେ ଆସନ୍ତୁ ନଜର ପକାଇବା ଆମେରିକାରୁ ପ୍ରଧାନମନ୍ତ୍ରୀ କେଉଁସବୁ ଉପହାର ନେଇ ଆସିବେ।

{"id":807557,"sizeSlug":"full","linkDestination":"none"}

ଗୁଜରାଟରେ ସ୍ଥାପିତ ହେବ ସେମିକଣ୍ଡକ୍ଟର ପ୍ଲାଣ୍ଟ
ଆମେରିକୀୟ ସେମିକଣ୍ଡକ୍ଟର କମ୍ପାନୀ ମାଇକ୍ରନ ଗୁଜରାଟରେ ପ୍ଲାଣ୍ଟ ସ୍ଥାପନା କରିବ।  ନିଷ୍ପତ୍ତି ଅନୁସାରେ କମ୍ପାନୀ ପକ୍ଷରୁ ଭାରତରେ ୨.୭ ବିଲିୟନ ଡଲାର ନିବେଶ ହେବ।  ପ୍ରଧାନମନ୍ତ୍ରୀଙ୍କ ଆମେରିକା ଯାତ୍ରାରେ ଏହି ଖବର ସାମ୍ନାକୁ ଆସୁଛି। ଭାରତରେ ମାଇକ୍ରନର ସେମିକଣ୍ଡକ୍ଟର ଟେଷ୍ଟିଂ ଏଣ୍ଡ ପ୍ୟାକେଜିଂ କମ୍ପାନୀ ଲାଗି କ୍ୟାବିନେଟର ମଞ୍ଜୁରୀ ମିଳିଛି। ଅନ୍ୟପଟେ ବୁଝାମଣା ଅନୁସାରେ ଆମେରିକୀୟ ସେମିକଣ୍ଡକ୍ଟର କମ୍ପାନୀକୁ ୧.୩୪ ବିଲିୟନ ଡଲାରର ପ୍ରଡକ୍ସନ ଲିଙ୍କଡ୍ ଇଂସେଣ୍ଟିଭ (ପିଏଲଆଇ)ଲାଭ ମଧ୍ୟ ମିଳିବ।

ଭାରତୀୟ ରେଳବାଇଙ୍କ ଗୁରୁତ୍ୱପୂର୍ଣ୍ଣ ରାଜିନାମା
ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତକାର୍ଯ୍ୟକ୍ରମରେ ଭାରତୀୟ ରେଳ ୟୁନାଇଟେଡ ଷ୍ଟେଟ୍ ଏଜେନ୍ସୀ ଫର ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ ଇଣ୍ଡିଆଙ୍କ ସହ ଏମଓୟୁ ସ୍ୱାକ୍ଷର କରିଛନ୍ତି। ଏହା ଛଡା କ୍ଲିନ୍ ଏନର୍ଜୀ ଓ ଉର୍ଜାଦକ୍ଷତା ସମାଧାନ ଲାଗି ମଧ୍ୟ ପରିକଳ୍ପନା କରାଯାଇଛି। ଏଥିରେ ମିସନ ନେଟ୍ ଜିରୋ କାର୍ବନ ଉତ୍ସର୍ଜନ ଲକ୍ଷ ହାସଲ ନିମନ୍ତେ ଭାରତୀୟ ରେଲୱେଙ୍କ କାର୍ବନ ଫୁଟପ୍ରିଣ୍ଟସ୍‌ କମ୍ କରିବାକୁ ଉଦ୍ୟମ କରାଯାଇଛି।

ଭବାନୀପାଟଣା ଗରିବ କଲ୍ୟାଣ ସମାବେଶରେ ନଡ୍ଡାଙ୍କ ଉଦ୍‌ବୋଧନ, କହିଲେ ମୋଦିଙ୍କ ନେତୃତ୍ୱ ଦେଶକୁ ଦେଇଛି ନୂଆ ଦିଶା

ଅର୍ଟେମିସ୍ ଏକର୍ଡ ବୁଝାମଣା
ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ କାର୍ଯ୍ୟକ୍ରମରେ ଯେଉଁ ଗୁରୁତ୍ୱପୂର୍ଣ୍ଣ ରାଜିନାମାରେ ସ୍ୱାକ୍ଷର ହୋଇଛି ସେଥିରେ ଅର୍ଟେମିସ୍ ଏକର୍ଡ ବୁଝାମଣା ଅନ୍ୟତମ। ଏହା ସମାନ ବିଚାରଧାରା ଦେଶଙ୍କ ନାଗରିକଙ୍କୁ ଅନ୍ତରୀକ୍ଷ ଅନୁସନ୍ଧାନ ପ୍ରସଙ୍ଗରେ ଏକତ୍ର ଆଣିଥାଏ। ନାସା ଓ ଇସ୍ରୋ ୨୦୨୪ରେ ଅନ୍ତର୍ଜାତୀୟ ଅନ୍ତରୀକ୍ଷ ଷ୍ଟେସନ ଲାଗି ଏକ ମିଳିତ ମିସନ ନିମନ୍ତେ ସହମତ ହୋଇଛନ୍ତି। ଏହି ବୁଝାମଣାର ଉଦ୍ଦେଶ୍ୟ ଦୁଇ ଦେଶଙ୍କ ଅନ୍ତରୀକ୍ଷ ସହଯୋଗକୁ ପ୍ରୋତ୍ସାହନ ଦେବା। ଏହା ଦ୍ୱାରା ଭାରତ ସେହି ସବୁ ଦେଶଙ୍କ ସହ ସାମିଲ ହୋଇଛି ଯେଉଁମାନେ ଅନ୍ତରୀକ୍ଷ କ୍ଷେତ୍ରରେ ଆମେରିକାର ସହଯୋଗୀ ଅଛନ୍ତି।

{"id":807559,"width":841,"height":473,"sizeSlug":"full","linkDestination":"none"}

ଫାଇଟରଜେଟ୍ ଇଞ୍ଜିନ ପ୍ଲାଣ୍ଟ
ଭାରତରେ ଜିଇ ଏରୋସ୍ପେସ୍ କମ୍ପାନୀର ଇଞ୍ଜିନ ମେନୁଫେକ୍ଚରିଂ ପ୍ଲାଣ୍ଟ ସ୍ଥାପିତ ହେବ। ଏହା ଦ୍ୱାରା ଫାଇଟର ଜେଟ୍‌ ଇଞ୍ଜିନ ନିର୍ମାଣ ଭାରତରେ ଆରମ୍ଭ ହୋଇଯିବ। ଏଥିରେ ଭାରତ ପକ୍ଷରୁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡକୁ  ଜିଇ ସହଯୋଗ କରିବେ। ଏହି ପ୍ଲାଣ୍ଟରେ ଭାରତୀୟ ବାୟୁସେନାର ‘ତେଜସ୍ ମେକ-୨’ ଭାରିଏଣ୍ଟ ଲାଗି ଇଞ୍ଜିନ ନିର୍ମାଣ ହେବ। ଅର୍ଥାତ ଭାରତୀୟ ବାୟୁସେନା ଅଧିକ ମଜଭୁତ ହେବ।

ଆରମ୍ଭ ହେବ ଇଣ୍ଡସ-ଏକ୍ସ
ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ କାର୍ଯ୍ୟକ୍ରମରେ ସ୍ୱାକ୍ଷରିତ ହୋଇଥିବା ସବୁଠୁ ବଡ଼ ବୁଝାମଣା ମଧ୍ୟରେ ୟୁଏସ-ଇଣ୍ଡିଆ ଡିଫେନ୍ସ ଏକ୍ସେଲେରେସନ ଇକୋସିଷ୍ଟମ (ଇଣ୍ଡସ-ଏକ୍ସ) ଆରମ୍ଭ କରିବା ପାଇଁ ସହମତ ହେବା ସବୁଠୁ ବଡ଼ ବୁଝାମଣା ବୋଲି ଏବେ ବୁଝା ଯାଉଛି। ଏହି ନେଟୱାର୍କରେ ଉଭୟ ଦେଶର ୟୁନିଭର୍ସିଟି, ଷ୍ଟାର୍ଟଅପସ୍‌, ଇଣ୍ଡଷ୍ଟ୍ରି ଓ ଥିଙ୍କ ଟ୍ୟାଙ୍କସ୍ ସାମିଲ ହେବେ। ଏହି ବୁଝାମଣା ମାଧ୍ୟମରେ ପ୍ରତିରକ୍ଷା ଟେକ୍ନୋଲଜି ସମ୍ପର୍କିତ ଇନୋଭେସନ ଦେଖିବାକୁ ମିଳିବ। ଏହି କ୍ରମରେ ଆମେରିକାର ଡିପାର୍ଟମେଣ୍ଟ ଅଫ ଡିଫେନ୍ସ ସ୍ପେସ୍ ଫୋର୍ସ ଭାରତୀୟ ଷ୍ଟାର୍ଟଅପ   ୧୧୪ ଏଆଇ ଓ ଥ୍ରୀଆରଡିଆଇ ଟେକ୍ ସହିତ ବୁଝାମଣା ହୋଇଛି।

{"id":807560,"sizeSlug":"full","linkDestination":"none"}

ପ୍ରିଡେଟର ଡ୍ରୋନ ଲାଗି ବୁଝାମଣା
ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତିଙ୍କ ମଧ୍ୟରେ ଜେନେରାଲ ଆଟୋମିକ୍ସ ଏମକ୍ୟୁ-୯ ରିପର ସଶସ୍ତ୍ର ଡ୍ରୋନ କ୍ରୟ ଲାଗି ମଧ୍ୟ ଏକ ମେଗା ଡିଲ ହୋଇଛି। ଏମକ୍ୟୁ-୯ ରିପର ଡ୍ରୋନ ଭାରତର ସୁରକ୍ଷା ଲାଗି ବହୁତ ଗୁରୁତ୍ୱପୂର୍ଣ୍ଣ। ଏହା ହୀନ୍ଦ ମହାସାଗର, ଚୀନ୍ ସୀମା ସହିତ ଅନ୍ୟ ଅନ୍ତର୍ଜାତୀୟ ସୀମା ସୁରକ୍ଷା ସୁନିଶ୍ଚିତ କରିବ। ପାଖାପାଖି ୨୯ ହଜାର କୋଟି ଟଙ୍କାର ଏହି ବୁଝାମଣାରେ ଭାରତକୁ ୩୦ଟି ଡ୍ରୋନ ମିଳିବ।

ଭାରତରେ ଖୋଲିବ ଆଉ ୨ଟି ନୂଆ ଆମେରିକୀୟ ଦୂତାବାସ
ଆମେରିକା ଭାରତର ବେଙ୍ଗାଲୁରୁ ଓ ଅହମ୍ମଦାବାଦରେ ଦୁଇଟି ନୂଆ ବାଣିଜ୍ୟ ଦୂତାବାସ ଖୋଲିବ। ଏହା ଛଡା ଭାରତୀୟଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ଲାଗି ସିଏଟଲରେ ମଧ୍ୟ ଏକ ମିସନ ସ୍ଥାପନା କରାଯିବ। ବୈଠକରେ ଏଥି ଲାଗି ଉଭୟ ନେତା ସେମାନଙ୍କ ସହମତି ପ୍ରଦାନ କରିଛନ୍ତି। ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆମେରିକା ନିର୍ମିତ ବିମାନ ପାଇବା ଲାଗି ବୋଇଂ ସହିତ ଏୟାର ଇଣ୍ଡିଆ କରିଥିବା ରାଜିନାମାକୁ ପୁଣି ଥରେ ସ୍ୱାଗତ କରିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.