ଆଇସିସି ଚାମ୍ପିଅନ୍ସ ଟ୍ରଫି ମହାସମର; ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଫୁଲ୍ ଫର୍ମରେ ଭାରତ-ପାକ୍, ୨୩ରେ ମହାମୁକାବିଲା

Published By : Prameya-News7 Bureau | February 13, 2025 IST

ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ମହାସମର । ଫେବ୍ରୁଆରୀ ୧୯ରୁ ବଢ଼ିବ କ୍ରିକେଟ୍ ଫିଭର । ପାକିସ୍ତାନରୁ ଦୁବାଇ ଦୁଲୁକିବ ଷ୍ଟାଡିୟମ । ପଡ଼ିଆରେ ଭିଡ଼ାଭିଡ଼ି ହେବେ ୮ ଚାମ୍ପିଅନ୍ । ଚେକ୍ ଦେବାକୁ ଫୁଲ୍ ଫର୍ମରେ ରୋହିତ୍ ସେନା । ୨୩ରେ ଟିମ୍ ରିଜଓ୍ବାନ୍ ସହ ହାଇ-ଭୋଲଟେଜ୍ ଟକ୍କର । ହାତରେ ଆଉ ମାତ୍ର ଦିନ କେଇଟା । ପାକିସ୍ତାନରେ ଆରମ୍ଭ ହେବ ଆଇସିସି ଚାମ୍ପିଅନ୍ସ କ୍ରିକେଟ୍ ମହାକୁମ୍ଭ । ଆୟୋଜକ ପାକିସ୍ତାନ ସହିତ ୮ଟି ଟିମ୍ ଆଇସିସିକୁ ନିଜର ଚୂଡାନ୍ତ ଟିମ୍ ତାଲିକା ପଠାଇ ସାରିଲେଣି । ଫେବ୍ରୁଆରୀ ୧୯ରେ ଉଦଘାଟନୀ ଉତ୍ସବ । ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଭେଟି ଟିମ୍ ପାକିସ୍ତାନ । ସେହିପରି ୨୦ରେ ଟିମ୍ ଇଣ୍ଡିଆ ତା’ର ଚାମ୍ପିଅନ୍ସ ଟ୍ରଫି ଅଭିଯାନ ଆରମ୍ଭ କରିବ । ପ୍ରଥମ ମୁକାବିଲା ବାଂଲାଦେଶ ସହିତ ରହିଛି । ହେଲେ ଆସଲ ଖେଳ ଆରମ୍ଭ ହେବ ଫେବ୍ରୁଆରୀ ୨୩ରୁ । ଦୁବାଇ ଇଣ୍ଟର ନ୍ୟାସନାଲ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ଏବଂ ପାକ୍ । 

ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଫୁଲ୍ ଫର୍ମରେ ଉଭୟ ଟିମ୍ । ଦିନିକିଆ ଶୃଙ୍ଖଳାରେ ଦେଖିବାକୁ ମିଳିଛି ଧମାଲ୍ । ଭାରତୀୟ ଦଳ ବ୍ରିଟିଶ୍ ବାହିନୀକୁ ପରାସ୍ତ କରିଥିବା ବେଳେ ସେପଟେ ପାକିସ୍ତାନ, ସାଉଥ୍ ଆଫ୍ରିକାରୁ ମାତ୍ ଦେଇଛି । ଗୋଟିଏ ଦିନରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ୭୧୧ ରନ୍ ସ୍କୋର ବୋର୍ଡ ଲଗାଇଛନ୍ତି । ଦୁଇ ଟିମର ଦୁର୍ଦ୍ଦଶ ବ୍ୟାଟିଂରେ ମିଳିତ ଭାବେ ୯୦ ବାଉଣ୍ଡାରୀ ଲାଗିଛି । ଏଥିରେ ୧୬ ଛକା ଏବଂ ୭୪ଟି ଚୌକା ରହିଛି । 

ବୁଧବାର ଅହମଦାବାଦରେ ପ୍ରଥମେ ବ୍ୟାଟିଂ କରିଥିଲା ରୋହିତ୍ ସେନା । ହିଟ୍ ମ୍ୟାନଙ୍କୁ ଛାଡ଼ି ବାକି ସମସ୍ତ ବ୍ୟାଟର ବଟଲର ବାହିନୀର ବୋଲିଂ ଲାଇନ୍ ଅଫ୍ ଉପରେ ବର୍ଷିଥିଲେ । ଶୁବମନ ଗିଲଙ୍କ ଶତକୀୟ ଇନିଂସ ଏବଂ ବିରାଟ କୋହଲି, ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ବଳରେ ଭାରତୀୟ ଦଳ ଇନିଂଶ୍ ଟିମ୍ ସାମ୍ନାରେ ୩୫୬ର ବିଶାଳ ଟାର୍ଗେଟ୍ ରଖିଥିଲା । ଏଥିରେ ୧୦ ଛକା ଏବଂ ୩୬ଟି ଚୌକା ରହିଛି । ହେଲେ ଏହି ଲକ୍ଷ୍ୟକୁ ପିଛା କରି ଧରାଶାୟୀ ହୋଇଥିଲା ଇଂଲଣ୍ଡ ଟିମ୍ । ମାତ୍ର ୩୪.୨ ଓଭର ଖେଳି ୨୧୪ ରନରେ ଅଲଆଉଟ୍ ହୋଇଥିଲା । ସେପଟେ କରାଚୀରେ ସାଉଥ୍ ଆଫ୍ରିକାକୁ ଚେସ୍ କରିଥିଲା ପାକିସ୍ତାନ । ୩୫୩ ଟାର୍ଗେଟକୁ ଗୋଟିଏ ଓଭର ବାକି ଥାଇ ୬ ଓ୍ବିକେଟରେ ଜିତି ନେଇଥିଲା । ଏଥିରେ ୩୮ ଚୌକା ଏବଂ ୬ଟି ଛକା ରହିଛି । 

ଆଇସିସି ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଦମଦାର ଫର୍ମରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ । ତେଣୁ ଫେବ୍ରୁଆରୀ ୨୩ରେ ଦୁବାଇ ଗ୍ରାଉଣ୍ଡରେ ମହାମୁକାବିଲା ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ରୋ-କୋ ଯୋଡ଼ି ଫର୍ମକୁ ଫେରିଛନ୍ତି । ଅନ୍ୟପଟେ ଟିମ୍ ରିଜଓ୍ବାନ, କ୍ରିକେଟ ର ସତରଂଜରେ ଚେକ୍ ଦେବାକୁ ରଣନୀତି ପ୍ରସ୍ତୁତ କରିଛି । ଆଇସିସି ଚାମ୍ପିଅନ୍ସ ଟ୍ରଫି ଇଭେଣ୍ଟରେ ଭାରତ ଏବଂ ପାକିସ୍ତାନ ୫ଥର ମୁହାଁମୁହିଁ ହୋଇଛନ୍ତି । ଏଥିରେ ପାକ୍ ଟିମ୍ ୩ଟି ମ୍ୟାଚ୍ ଜିତିଥିବା ବେଳେ ଟିମ୍ ଇଣ୍ଡିଆ ୨ଟି ବିଜୟୀ ହୋଇଛି । ତେବେ ଦୁବାଇ ମ୍ୟାଚ୍ ସଂଘର୍ଷ ପୂର୍ଣ୍ଣ ହେବା ବୋଲି କୁହାଯାଇଛି ....

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.