ତୁର୍କୀରେ ଭାରତୀୟ ସେନାର ‘ଅପରେସନ୍ ଦୋସ୍ତି’, ବନ୍ଦ ହେଉଥିବା ନିଶ୍ବାସରେ ଅମ୍ଳଜାନ ଭରୁଛନ୍ତି ଯବାନ

Published By : Prameya-News7 Bureau | February 10, 2023 IST

ନୂଆଦିଲ୍ଲୀ: ତୁର୍କୀରେ ଭୂମିକମ୍ପ ପରେ ଜୀବନ ବଞ୍ଚାଉଛନ୍ତି ଭାରତୀୟ ସେନା । ‘ଅପରେସନ ଦୋସ୍ତି’ ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରତି କ୍ଷଣରେ ବନ୍ଦ ହେଉଥିବା ନିଶ୍ବାସରେ ଅମ୍ଳଜାନ ଭରୁଛନ୍ତି ଭାରତୀୟ ଯବାନ । ପ୍ରକୃତିର ପ୍ରକୋପ ପରେ ପୋଡ଼ଶୀ ଘରେ ବନ୍ଧୁତ୍ବ ନିଭାଉଛି ଭାରତ । India's Operation Dost In Turkiyeକୁ ନେଇ ଟ୍ବିଟ୍ କରି ଏଭଳି କିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

{"id":744155,"width":824,"height":618,"sizeSlug":"full","linkDestination":"none"}

ଦିନ ରାତି ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛନ୍ତି ଭାରତୀୟ ସେନା ଓ ଏନଡିଆରଏଫ । ମାଟି ତଳେ ଫଶି ରହିଥିବା ଜୀବନ ବଞ୍ଚାଉଛି । ସଂକଟ ସମୟରେ ସଂକଟମୋଚକ ହୋଇ ତୁର୍କୀବାସୀଙ୍କ ସହିତ ଛିଡ଼ି ହୋଇଛି ଭାରତ । ମୁସ୍କିଲ୍ ସମୟରେ ସହଯୋଗ ମିଳିବା ପରେ ପୀଡିତଙ୍କ ମୁହଁରେ ହସ ଦେଖିବାକୁ ମିଳିଛି । ଭାରତୀୟ ଉଦ୍ଧାରକାରୀ ଦଳକୁ  କିଏ ଧନ୍ୟବାଦ ଜଣାଉଛନ୍ତି । ପୁଣି କିଏ ଯବାନଙ୍କୁ ଅଙ୍କଲ କହି ସମ୍ବୋଦ୍ଧିତ କରୁଛି ।

{"id":744156,"width":830,"height":623,"sizeSlug":"full","linkDestination":"none"}

ତୁର୍କୀର ହାତେ ପ୍ରାନ୍ତଡରେ ଭାରତୀୟ ଉଦ୍ଧାରକାରୀ ଦଳ ଓ ମେଡିକାଲ ଟିମ୍ ଏକ ପଡ଼ିଆରେ ୩୦ ବେଡ୍ ବିଶିଷ୍ଟ ହସ୍ପିଟାଲ ତିଆରି କରିଛି । ଆହତଙ୍କୁ ଉଦ୍ଧାର କରାଯାଇଛି ଚିକିତ୍ସା କରାଯାଉଛି । ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ମୁତାବକ, ୬ଟି ସେନା ବିମାନ ତୁର୍କୀ ପାଇଁ ଉଡ଼ାଣ ଭରିଛି । ୨୫୦ଜଣ ଉଦ୍ଧାରକାରୀ ଦଳ ଏବଂ ୧୪୦ଟନ ମେଡିସିନ୍ ଓ ଅନ୍ୟାନ୍ୟ ସାମଗ୍ରୀ ପଠାଯାଇଛି ।

{"id":744157,"width":832,"height":624,"sizeSlug":"full","linkDestination":"none"}

ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତ ଅରିନ୍ଦମ ବାଗଚୀଙ୍କ ସୂଚନା ଅନୁଯାୟୀ, ଫିଲ୍ଡି ହସ୍ପିଟାଲରୁ ଏକ ଭିଡିଓ ପୋଷ୍ଟ କରାଯାଇଛି । ଏଥିରେ ନୁର୍ଦଗୀରେ ଏନଡିଆରଏଫ ଟିମ୍ ଛାନଭିନ୍ ଏବଂ ଲୋକଙ୍କୁ ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି।

{"id":744158,"width":832,"height":624,"sizeSlug":"full","linkDestination":"none"}

ସୋମବାର ତୁର୍କୀ ଓ ସିରିଆରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ପ୍ରାୟ ୨୩ ହଜାର ୩୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୮୩ ହଜାର ୮ଜଣ ଆହାତ ହୋଇଛନ୍ତି । କେବଳ ତୁର୍କୀରେ ୧୯ ହଜାର ୮୩୩ଜଣ ପ୍ରାଣ ହରାଇଛନ୍ତି । ସେହିପରି ୭୭ ହଜାର ୭୧୧ ଜଣ ଆହତ ହୋଇଛନ୍ତି । ସିରିଆରେ ୪ ହଜାର ୪୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ହଜାର ୨୯୭ଜଣ ଆହତ ହୋଇଛନ୍ତି ।

{"id":744159,"width":833,"height":625,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.