ଭାରତ ବନାମ ପାକିସ୍ତାନ ମ୍ୟାଚ୍‌କୁ ନେଇ ଶ୍ରୀଲଙ୍କାରେ ଉତ୍ସାହ, ଟିକେଟ୍ ଦାମ୍ ଆକାଶଛୁଆଁ

Published By : Prameya-News7 Bureau | August 17, 2023 IST

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍‌ ବୋର୍ଡ ଶୁକ୍ରବାର ଆଗାମୀ ଏସିଆ କପ୍‌ ୨୦୨୩ର ଟିକେଟ୍ ବିକ୍ରି ଘୋଷଣା କରିଛି। ବୋର୍ଡର ଅଫିସିଆଲ ଓ୍ଵେବସାଇଟ୍‌ରେ ଟୁର୍ଣ୍ଣାମେଣ୍ଟର ସମସ୍ତ ୧୩ଟି ମ୍ୟାଚ୍‌ର ଟିକେଟ୍ ବିକ୍ରିର ତଥ୍ୟ ଉପଲବ୍ଧ ରହିଛି। ମାତ୍ର ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ର କ୍ରେଜକୁ ଆପଣ ଏଥିରୁ ବୁଝି ପାରିବେ ଯେ, ଗୋଟିଏ ଘଣ୍ଟା ଭିତରେ ହିଁ ମ୍ୟାଚ୍‌ର ଅଧିକାଂଶ ଟିକେଟ୍ ବିକ୍ରି ହୋଇ ସାରିଛି। ପାକିସ୍ତାନ ନିଜର ଅଭିଯାନ ମୁଲତାନରେ ନେପାଳ ବିପକ୍ଷ ମ୍ୟାଚ୍‌ରୁ ଆରମ୍ଭ କରିବ। ଏହି ମ୍ୟାଚ୍ ଅଗଷ୍ଟ ୩୦ ତାରିଖରେ ଖେଳାଯିବ। ପୁଣି ଶ୍ରୀଲଙ୍କାର କାଣ୍ଡିରେ ଭାରତ ଓ ପାକିସ୍ତାନରେ ବହୁ ପ୍ରତୀକ୍ଷିତ ମୁକାବିଲା ଖେଳାଯିବ।

wp:heading {"level":4}

Also read- World Cup 2023 : ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ବଢିଲା ହୋଟେଲ-ବିମାନ ଭଡ଼ା

/wp:heading

ଭାରତ, ପାକିସ୍ତାନ ଓ ନେପାଳ ଦଳ ଗ୍ରୁପ ଏରେ ଥିବା ବେଳେ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ଦଳ ଗ୍ରୁପ ବିରେ ଅଛନ୍ତି। ଭାରତ ଓ ପାକିସ୍ତାନ ସୁପର-୪ରେ ମଧ୍ୟ ମୁହାଁମୁହିଁ ହୋଇ ପାରନ୍ତି। ଏହାପରେ ଯଦି ଦୁଇ ଦଳ ଫାଇନାଲ୍‌ରେ ପ୍ରବେଶ କରନ୍ତି ତେବେ ସେପ୍ଟେମ୍ବର ୧୭ ତାରିଖରେ ଦୁଇ ଦଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିପାରେ।

ଭାରତ-ପାକିସ୍ତାନ ମଧ୍ୟରେ ମୁକାବିଲାରେ ଟିକେଟ୍‌ର ଚାହିଦା ସବୁଠୁ ଅଧିକ ରହିଥାଏ। ସେ ଯେ କୌଣସି ଦେଶରେ ମ୍ୟାଚ୍ ହେଉ ନା କାହିଁକି। ପାକିସ୍ତାନ କ୍ରିକେଟ୍ ବୋର୍ଡ ଭାରତ-ପାକିସ୍ତାନ ମ୍ୟାଚ୍‌ର ଟିକେଟ୍ ବିକ୍ରି ଖୋଲୁ ଖୋଲୁ କିଛି ସମୟ ଭିତରେ ଭିଆଇପି ଟିକେଟ୍ ବିକ୍ରି  ହୋଇ ଯାଇଛି। ଏହି ମ୍ୟାଚ୍‌ର ଟିକେଟ୍ ବର୍ତ୍ତମାନ ଆକାଶଛୁଆଁ ରହିଛି। ତଥାପି କ୍ରିକେଟ୍ ପ୍ରେମୀ ଟିକେଟ୍ କିଣିବାକୁ ବେଶ ଆଗ୍ରହ ପ୍ରକାଶ କରିଛନ୍ତି।

କାଣ୍ଡିରେ ହେବାକୁ ଥିବା ଏହି ମୁକାବିଲାର ଟିକେଟ୍ ଦାମ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି। ଷ୍ଟାଣ୍ଡିଂ ଟିକେଟ୍‌ର ମୂଲ୍ୟ ୨୫୦୦ ଟଙ୍କା ଥିବା ବେଳେ ଭିଆଇପି ଟିକେଟ୍‌ର ମୂଲ୍ୟ ୧୦ ହଜାର ଟଙ୍କା ଓ ଭିଭିଆଇପି ଟିକେଟ୍‌ର ଦାମ୍ ୨୫ ହଜାର ଟଙ୍କା ରହିଛି। ଭିଆଇପି ଓ ଭିଭିଆଇପି ଟିକେଟ୍ କିଛି ମିନିଟ୍ ଭିତରେ ବିକ୍ରି ହୋଇ ସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.