୧୩ ବର୍ଷର ସର୍ବୋଚ୍ଚ ସ୍ତରରେ ଭାରତୀୟ ସେବା କ୍ଷେତ୍ର, ସର୍ଭେରୁ ଆସିଲା ତଥ୍ୟ

Published By : Prameya-News7 Bureau | August 06, 2023 IST

ନୂଆଦିଲ୍ଲୀ, ୦୬/୦୮: ଜୁଲାଇରେ ହୋଇଛି ଭାରତୀୟ ସେବା କ୍ଷେତ୍ରରେ ସର୍ବକାଳୀନ ବୃଦ୍ଧି । ଗୁରବାର ଏସ୍ ଆଣ୍ଡ୍‌ ପି ଗ୍ଲୋବାଲ (S & P Global)ର ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଭାରତୀୟ ସେବା କ୍ଷେତ୍ର ଜୁଲାଇରେ ଏହାର ୧୩ ବର୍ଷର ସର୍ବକାଳୀନ ସ୍ତରକୁ ଛୁଇଁଛି । ରିପୋର୍ଟରେ କୁହାଯାଇଛି ମୁଦ୍ରାସ୍ଫୀତି ଚାପ ମଧ୍ୟରେ ବି ସେବା କ୍ଷେତ୍ରରେ ବୃଦ୍ଧି ୬୨.୩କୁ ବଢ଼ିଛି । ଯାହାକି ଜୁନ୍‌ ମାସରେ ୫୮.୭ ପ୍ରତିଶତ ରହିଥିଲା। ସୂଚନାଥାଉକି, ପନିପରିବା ଦରରେ ବୃଦ୍ଧି ଇତ୍ୟାଦି କାରଣରୁ ମୁଦ୍ରାସ୍ଫୀତି ୧୩ ମାସର ସର୍ବାଧିକ ସ୍ତରରେ ରହିଛି।

ଅନ୍ତରାଷ୍ଟ୍ରୀୟ ବଜାରରେ ବିକ୍ରି ବୃଦ୍ଧି, ନୂତନ ବ୍ୟବସାୟିକ ପ୍ରବେଶ ଇତ୍ୟାଦି ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। ଖାଲି ସେତିକି ନୁହେଁ ୨୦୧୪ ସେପ୍ଟେମ୍ବର ପରଠାରୁ ରପ୍ତାନୀରେ ଭାରତ ଦ୍ବିତୀୟ ଦ୍ରୁତତମ ଦେଶ ଭାବରେ ମଧ୍ୟ ରେକର୍ଡ କରିଛି। ଭାରତ ମୁଖ୍ୟତଃ ବାଙ୍ଗଲାଦେଶ, ନେପାଳ, ଶ୍ରୀଲଙ୍କା ଏବଂ ୟୁଏଇକୁ ରପ୍ତାନୀ କରିଥାଏ।

ଆହୁରି ପଢ଼ନ୍ତୁ: ମୂଲ୍ୟବୃଦ୍ଧିରୁ ମିଳିବନି ନିସ୍ତାର! ଚଳିତମାସରେ କେଜି ୩୦୦ ଟଙ୍କାକୁ ଛୁଇଁବ ଟମାଟୋ

‘ଏସ୍‌ ଆଣ୍ଡ୍‌ ପି’ର ଆର୍ଥିକ ଆସୋସେଏଟ୍‌ ଡାଇରେକ୍ଟର ପୋଲିୟାନ୍ନା ଡି ଲିମା କହିଛନ୍ତି ‘’ବୈଶ୍ବିକ ଆର୍ଥିକ ସଙ୍କଟ ମଧ୍ୟରେ ଘରୋଇ ଏବଂ ଅନ୍ତର୍ଜାତୀୟ ବଜାରରେ ହୋଇଥିବା ଏହି ବୃଦ୍ଧି ଏବେ ଖୁବ୍‌ ଚର୍ଚ୍ଚା ହେଉଛି’’ । ରିପୋର୍ଟରେ କୁହାଯାଇଛି ସର୍ଭେରେ ଭାଗ ନେଇଥିବା ୨୯ ପ୍ରତିଶତ କମ୍ପାନି ନୂଆ ବ୍ୟବସାୟରେ ଅଧିକ ଲାଭ ହୋଇଥିବା କହିଛନ୍ତି।

ସେହିପରି ରିପୋର୍ଟ ଅନୁଯାୟୀ, ଜୁଲାଇରେ ମଧ୍ୟ ଭାରତୀୟ ସେବା କ୍ଷେତ୍ର ଆଗକୁ ଇନ୍‌ପୁଟ୍‌ ମୂଲ୍ୟରେ ବୃଦ୍ଧି ହେବା ନେଇ ସୂଚନା ମିଳିଥିଲା। ରିପୋର୍ଟରେ କୁହାଯାଇଛି ଯେ, ଅର୍ଥ ଏବଂ ବୀମା କ୍ଷେତ୍ରରେ ବ୍ୟବସାୟିକ ଗତିବିଧି ଏବଂ ନୂଆ ଅର୍ଡର ମାମଲାରେ ସବୁଠୁ ଭଲ ପରିଣାମ ମିଳିଛି। ଅବଶ୍ୟ ଗ୍ରାହକ ସେବା ଏବଂ ରିୟଲ ଏଷ୍ଟେଟ କ୍ଷେତ୍ର କ୍ରମଶଃ ଇନପୁଟ୍‌ ଏବଂ ଆଉଟପୁଟ୍‌ ଖର୍ଚ୍ଚରେ ସବୁଠୁ ଦ୍ରୁତ ବୃଦ୍ଧି ମଧ୍ୟ ଦେଖିବାକୁ ମିଳିଛି। ସେହିଭଳି ସେବା ଯୋଗାଣ କରୁଥିବା କମ୍ପାନିରେ ନିଯୁକ୍ତି ମଧ୍ୟ ସକାରାତ୍ମକ ରହିଥିଲେ ବି ମନ୍ଥର ଗତି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.