୪ ବର୍ଷର ସର୍ବନିମ୍ନ ସ୍ତରରେ ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ଡିପୋଜିଟ୍, ୭୦% କମି ହେଲା ୯୭୭୧ କୋଟି ଟଙ୍କା

Published By : Prameya-News7 Bureau | June 20, 2024 IST

ନୂଆଦିଲ୍ଲୀ: ସ୍ଥାନୀୟ ଶାଖା ଏବଂ ଅନ୍ୟ ଆର୍ଥିକ ସଂସ୍ଥା ମଧ୍ୟରେ ସ୍ୱିସ୍ ବ୍ୟାଙ୍କରେ ଭାରତୀୟ ବ୍ୟକ୍ତି ଏବଂ କମ୍ପାନି ଜମା ଚାରି ବର୍ଷର ସର୍ବନିମ୍ନ ସ୍ତରକୁ ଆସିଛି । ୨୦୨୩ରେ ୭୦ ପ୍ରତିଶତ ହ୍ରାସ ସହ ୧.୦୪ ବିଲିୟନ ସ୍ୱିସ୍ ଫ୍ରାଙ୍କ (୯୭୭୧ କୋଟି ଟଙ୍କା) ହୋଇଛି । ସ୍ୱିଜରଲାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କର ବାର୍ଷିକ ଡାଟାରୁ ଏହା ଜଣାପଡ଼ିଛି ।

ସ୍ୱିସ୍ ବ୍ୟାଙ୍କ ସହ ଭାରତୀୟ ଗ୍ରାହକଙ୍କ ମୋଟ ଜମା ଲଗାତାର ଦ୍ୱିତୀୟ ବର୍ଷରେ କମ ହୋଇଛି । ୨୦୨୧ରେ ଏହା ୩.୮୩ ବିଲିୟନ ଫ୍ରାଙ୍କ ସହ ୧୪ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । ଏହା ବ୍ୟତୀତ ଗ୍ରାହକ ଜମା ଖାତାରେ ଜମା ରାଶି ଏବଂ ଭାରତରେ ଅନ୍ୟ ବ୍ୟାଙ୍କ ଶାଖା ମାଧ୍ୟମରେ ରାଖାଯାଇଥିବା ଅର୍ଥ ମଧ୍ୟ ହ୍ରାସ ପାଇଛି ।

ସ୍ଥାନୀୟ ବ୍ୟାଙ୍କଗୁଡିକ ଦ୍ୱାରା ସ୍ୱିସ୍ ନ୍ୟାସନାଲ ବ୍ୟାଙ୍କ (ଏସଏନବି)କୁ ଦିଆଯାଇଥିବା ଏହା ସରକାରୀ ଡାଟା । ଏବଂ ସ୍ୱିଜରଲାଣ୍ଡରେ ଭାରତୀୟଙ୍କ ଦ୍ୱାରା ରଖାଯାଇଥିବା ବହୁଚର୍ଚ୍ଚିତ କଥିତ କଳା ଧନର ମାତ୍ରାକୁ ଇଙ୍ଗିତ କରୁ ନାହିଁ । ଏହି ଡାଟାରେ ସେହି କଳା ଧନ ସାମିଲ ନାହିଁ, ଯାହା ଭାରତୀୟ,ଏନଆରଆଇ କିମ୍ୱା ଅନ୍ୟଙ୍କ ପାଖରେ ସ୍ୱିସ୍ ବ୍ୟାଙ୍କରେ ତୃତୀୟ ଦେଶର ସଂସ୍ଥା ନାଁରେ ହୋଇପାରେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.