ବେଶି ଦୂର ନୁହେଁ ୫ ଟ୍ରିଲିଅନ୍‌ର ସ୍ୱପ୍ନ; ପ୍ରଥମ ଥର ପାଇଁ ୪ ଟ୍ରିଲିଅନ ଡଲାରରେ ପହଞ୍ଚିଲା ଭାରତର ଜିଡିପି

Published By : Prameya-News7 Bureau | November 19, 2023 IST

ନୂଆଦିଲ୍ଲୀ: ଭାରତ ପାଇଁ ଆଉ ବେଶି ଦୂର ନୁହେଁ ୫ ଟ୍ରିଲିଅନ୍‌ ଡଲାରର ସ୍ୱପ୍ନ। ଅର୍ଥନୀତିରେ ଭାରତର ହାଇ ଜମ୍ପ। ପ୍ରଥମ ଥର ପାଇଁ ୪ ଟ୍ରିଲିଅନ ଡଲାରରେ ପହଞ୍ଚିଲା ଭାରତର ଜିଡିପି। ନଭେମ୍ବର ୧୯ ତାରିଖରେ ଭାରତର ଡିଜିପି ୪ ଟ୍ରିଲିଅନ ଡଲାର ହୋଇଛି ବୋଲି ଇକୋନୋମିକ ଟାଇମ୍ ରିପୋର୍ଟ ପ୍ରକାଶ କରିଛି।

ଏହି ସଫଳତା ସହିତ ଚତୁର୍ଥ ସ୍ଥାନରେ ଥିବା ଜର୍ମାନୀ ସହ ନିକଟତର ହୋଇଛି ଭାରତ। ଖୁବ୍‌ଶୀଘ୍ର ଜର୍ମାନୀକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ଅର୍ଥନୀତିର ଦେଶ ହେବ ବୋଲି ଆକଳନ କରାଯାଇଛି। ଜିଡିପି ଲାଇଭର ଆକଳନ ଅନୁସାରେ, ନଭେମ୍ବର ୧୮ ରାତି ୧୦ଟାରେ ଭାରତ ଏହି ସଫଳତା ହାସଲ କରିଥିଲା।

ଜିଡିପି ମାମଲାରେ ଆମେରିକା ବିଶ୍ୱର ସବୁଠାରୁ ବଡ଼ ଅର୍ଥ ବ୍ୟବସ୍ଥା ରହିଛି। ବର୍ତ୍ତମାନ ଆମେରିକାର ଜିଡିପି ଆକାର ୨୬.୭ ଟ୍ରିଲିଅନ ଡଲାର ରହିଛି। ଏହାପରେ ୧୯.୨୪ ଟ୍ରିଲିଅନ ଡଲାର ଅର୍ଥନୀତି ସହ ପଡ଼ୋଶୀ ଚୀନ ନମ୍ବର ୨ରେ ରହିଛି। ସେହିପରି ଜାପାନ ୪.୩୯ ଟ୍ରିଲିଅନ ଡଲାର ସହ ଚତୁର୍ଥ ସ୍ଥାନରେ ଥିବା ବେଳେ ଜର୍ମାନୀ ୪.୨୮ ଟ୍ରିଲିଅନ ଡଲାର ସହ ଚତୁର୍ଥ ସ୍ଥାନରେ ରହିଛି।

୨୦୨୭ ସୁଦ୍ଧା ଭାରତ ହାସଲ କରିବ ୫ ଟ୍ରିଲିଅନ ଡଲାର ସ୍ୱପ୍ନ

ଦେଶକୁ ଟ୍ରିଲିୟନ ଡଲାର ଅର୍ଥନୀତି କରିବାକୁ ଭାରତ ସରକାର ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ସରକାରଙ୍କ ଲକ୍ଷ୍ୟ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା। ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ୨୦୨୭ ସୁଦ୍ଧା ଭାରତ କେବଳ ଜାପାନ ଏବଂ ଜର୍ମାନୀକୁ ଛାଡି ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ ନାହିଁ, ବରଂ ଭାରତର ଜିଡିପିର ଆକାର ୫ ଟ୍ରିଲିୟନ ଡଲାରରୁ ଅଧିକ ହେବ। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ମଧ୍ୟ ଏହିପରି ଆକଳନ କରିଛି।

ଭାରତ ସରକାର ୫ ଟ୍ରିଲିଅନ ଡଲାର ଅର୍ଥନୀତ କରାଇବାକୁ ରୋଡ୍‌ ମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ଦେଶରେ ଇନକ୍ଲୁସିଭ୍‌ ଗ୍ରୋଥ(ନିଯୁକ୍ତି ସହ ଦାରିଦ୍ର ଦୂରିକରଣ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଗରିବଙ୍କ ପାଇଁ ସୁବିଧା), ଡିଜିଟାଲ ଇକୋନୋମିକୁ ପ୍ରୋତ୍ସାହନ, ଫିନଟେକ୍‌, ପ୍ରଯୁକ୍ତିବିଦ୍ୟା ସମ୍ବଳିତ ବିକାଶ, ଏନର୍ଜୀ ଟ୍ରାଞ୍ଜିସନ,ଓ କ୍ଲାଇମେଟ ଆକ୍ସନ ଆଦି ଦିଗରେ ଭାର କାର୍ଯ୍ୟ କରିବା ଆରମ୍ଭ କରିଦେଇଛି।

ନିବେଶ ଏବଂ ଅଭିବୃଦ୍ଧିର ଏକ ଭଲ ବିକାଶ ଚକ୍ର ଉପରେ ଭାରତର ଅର୍ଥନୀତି ନିର୍ଭର କରେ ବୋଲି ଅଗଷ୍ଟ ମାସରେ କେନ୍ଦ୍ର ଅର୍ଥରାଷ୍ଟ୍ର ମନ୍ତ୍ରୀ ପଙ୍କଜ ତ୍ରିପାଠୀ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.