ରାଜା ଚକ୍ରଙ୍କ ପାଇଁ ପୁଣି ବଢିଲା ଅଡ଼ୁଆ : ଫାର୍ମ ହାଉସ୍ ସହ ବିଭିନ୍ନ କ୍ରସରରେ ତଦନ୍ତ

Published By : Prameya-News7 Bureau | April 05, 2025 IST

କେନ୍ଦୁଝର ୫: ରାଜା ଚକ୍ରଙ୍କ ପାଇଁ ପୁଣି ବଢିଲା ଅଡ଼ୁଆ । ଶୁକ୍ରବାର ରାତିରୁ ରାଜା ଚକ୍ରଙ୍କ ବିଭିନ୍ନ ସଂସ୍ଥା ଉପରେ କଡା ଯାଞ୍ଚ ଆରମ୍ଭ କରିଛି ଇଓଡବ୍ଲୁ ଟିମ୍ । କେନ୍ଦୁଝର ଜିଲ୍ଲା ଶୁଆକାଟୀ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଏଣ୍ଡ ଟ୍ରାନ୍ସପୋର୍ଟିଂ କୋଅପରେଟିଭ ସୋସାଇଟିରେ କୋଟି କୋଟି ଟଙ୍କା ଘୋଟାଲା ମାମଲାରେ ଛନ୍ଦି ହୋଇ ପଡିଥିବା ସୌମ୍ୟ ଶଙ୍କର ଚକ୍ର ଓରଫ ରାଜା ଚକ୍ରଙ୍କର ଏବେ ଅଡ଼ୁଆ ବଢିବାରେ ଲାଗିଛି । ଶୁକ୍ରବାର ରାତିରେ ଇଓଡବ୍ଲୁ ଟିମ୍ ଓ କେନ୍ଦୁଝର ପୋଲିସ ପକ୍ଷରୁ ରାଜା ଚକ୍ରଙ୍କର କ୍ରସର ୟୁନିଟ ସହ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ କରିଥିଲେ ।

ଶନିବାର ମଧ୍ୟ ରାଜା ଚକ୍ରଙ୍କର ୨୦ ନମ୍ବର ଜାତୀୟ ରାଜପଥ ଗୋପାଳପୁର ଠାରେ ଥିବା ଫାର୍ମ ହାଉସ୍, ବିଭିନ୍ନ ସ୍ଥାନରେ ଥିବା କ୍ରସର ଏବଂ ଅନ୍ୟାନ୍ୟ ସଂସ୍ଥା ମାନଙ୍କରେ କ୍ରାଇମବ୍ରାଞ୍ଚର ଜଣେ ଅଫିସରଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ୍, ସଦର ରେଞ୍ଜରଙ୍କ ସହ ବନ ବିଭାଗର ଏକ ଟିମ୍, ଜଣେ ଆରଆଇ, ଜଣେ ଅମିନ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି । ଏପରିକି ଡ୍ରୋନ୍ କ୍ୟାମେରା ମାଧ୍ୟମରେ ମଧ୍ୟ ଫାର୍ମ ହାଉସ ଜାଗାର ଯାଞ୍ଚ କରାଯାଉଛି କି ଫାର୍ମା ହାଉସଟି କି କି କିସମର ଜମି ଉପରେ ନିର୍ମାଣ ହୋଇଛି ।

You Can Read:

ରାଜ୍ୟର ଅଧାରୁ ଅଧିକ ଜାଗା ଜବରଦଖଲ, ମନ୍ତ୍ରୀ କହିଲେ ଖୁବ୍‌ଶୀଘ୍ର ହେବ ଉଚ୍ଛେଦ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.