୧୨୮ ବର୍ଷ ପରେ ଅଲିମ୍ପିକ୍ସକୁ ଫେରିଲା କ୍ରିକେଟ୍‌, ଲସ୍ ଆଞ୍ଜେଲସ୍ କମିଟିର ପ୍ରସ୍ତାବକୁ ଗ୍ରହଣ କଲା IOC

Published By : Prameya-News7 Bureau | October 13, 2023 IST

ନୂଆଦିଲ୍ଲୀ,୧୩/୧୦: ୧୨୮ ବର୍ଷ ପରେ ଅଲିମ୍ପିକ୍ସକୁ ଫେରିଲା କ୍ରିକେଟ। ୨୦୨୮ରେ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟକୁ ଅନ୍ତର୍ଭୁକ୍ତ କରିବାକୁ ଅନୁମତି ମିଳିଛି। କ୍ରିକେଟ୍ ସହିତ ଫ୍ଲାଗ୍ ଫୁଟବଲ୍, ବେସବଲ୍ ଏବଂ ସଫ୍ଟବଲ୍ ସମେତ ୫ କ୍ରୀଡାକୁ ମଧ୍ୟ ଅନ୍ତର୍ଭୁକ୍ତ ନେଇ ମିଳିଛି ଅନୁମତି। ଏଥିପାଇଁ ପୁରୁଷ ଓ ମହିଳା ଟି-20 କ୍ରିକେଟ୍ ଅଲିମ୍ପିକ୍ସରେ ଅନ୍ତର୍ଭୁକ୍ତ ହୋଇଛି।

ଅକ୍ଟୋବର ୧୫ରୁ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି(ଆଇଓସି)ର ୧୪୧ତମ ଅଧିବେଶନ ରହିଛି। ଲସ୍ ଆଞ୍ଜେଲସ୍ କମିଟି ପାଞ୍ଚଟି କ୍ରୀଡା ସାମିଲ କରିବାକୁ ପ୍ରସ୍ତାବ ଦେଇଥିଲା ଯେଉଁଥିରେ  କ୍ରିକେଟ୍ ମଧ୍ୟ ଅନ୍ତର୍ଭୁକ୍ତ। ଏହାକୁ ଆଇଓସି ଗ୍ରହଣ କରିଛି। ରବିବାର ଏଥିରେ ମୋହର ବାଜିବ।

wp:html /wp:html

କ୍ରିକେଟ୍‌ ଏହା ପୂର୍ବରୁ ୧୯୦୦ ମସିହାରେ ପ୍ୟାରିସ୍ ଅଲିମ୍ପିକ୍ସରେ କ୍ରିକେଟ୍ ଖେଳାଯାଇଥିଲା ଯେଉଁଠାରେ ଇଂଲଣ୍ଡ ଏବଂ ଫ୍ରାନ୍ସ ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହୋଇଥିଲେ। କ୍ରିକେଟ୍‌ର ଲୋକପ୍ରିୟତାକୁ ଧ୍ୟାନରେ ରଖି ଆଇଓସି ଭାରତୀୟ ବଜାରରେ ପୁଞ୍ଜି ଲଗାଇବାକୁ ଚେଷ୍ଟା କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.