UN ମହାସଚିବ ଗୁଟେରସଙ୍କ ଏଣ୍ଟ୍ରି ଉପରେ କଟକଣା ଲଗାଇଲା ଇସ୍ରାଏଲ, କହିଲା...

Published By : Prameya-News7 Bureau | October 02, 2024 IST

abp live

ନୂଆଦିଲ୍ଲୀ: ଇରାନ ସହ ଜାରି ଉତ୍ତେଜନା ମଧ୍ୟରେ ଇସ୍ରାଏଲ ମିଳିତ ଜାତିସଂଗର ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ଉପରେ ନିଜ ଦେଶରେ ପ୍ରବେଶ ଉପରେ କଟକଣା ଲଗାଇଛି। ଏହି କଟକଣା ପରେ ଏବେ ୟୁଏନର ମହାସଚିବ ଗୁଟେରସ ଇସ୍ରାଏଲ ଯାତ୍ରା କରି ପାରିବେ ନାହିଁ। ଇସ୍ରାଏଲ କହିଛି ଆଣ୍ଟୋନିଓ ଗୁଟେରସ ମିଳିତ ଜାତିସଂଘ ଇତିହାସର ଏକ ଦାଗ। 

ଇସ୍ରାଏଲର ବୈଦେଶିକ ମନ୍ତ୍ରୀ କ୍ୟାଟ୍‌ଜ କହିଛନ୍ତି, ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ଇସ୍ରାଏଲରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଇସ୍ରାଏଲରେ ଗୁଟେରସଙ୍କୁ ଏକ ଅବାଞ୍ଝିତ ବ୍ୟକ୍ତି ଘୋଷିତ କରାଯାଇଛି। ସେ କହିଛନ୍ତି, ଯେଉଁ ବ୍ୟକ୍ତି ଇସ୍ରାଏଲ ଉପରେ ଇରାନର ଅପରାଧିକ ଆକ୍ରମଣକୁ ସ୍ପଷ୍ଟ ଭାବେ ନିନ୍ଦା କରିବାରେ ଅସମର୍ଥ, ସେହି ବ୍ୟକ୍ତି ଇସ୍ରାଏଲ ମାଟିରେ ପାଦ ରଖିବାକୁ ଯୋଗ୍ୟ ନୁହେଁ। ଯେଉଁ ବ୍ୟକ୍ତି ଆତଙ୍କବାଦୀ, ଦୁଷ୍କର୍ମକାରୀ ଓ ହତ୍ୟାକାରୀଙ୍କୁ ସମର୍ଥନ ଦିଏ ତାକୁ ଇସ୍ରାଏଲ ଘୃଣା କରେ। ଗୁଟେରସଙ୍କୁ ମିଳିତ ଜାତିସଂଘର ଇତିହାସରେ ଜଣେ ଦାଗ ଭାବେ ମନେ ରଖାଯିବ। 

ଇସ୍ରାଏଲ ପକ୍ଷରୁ ଏହି ନିର୍ଣ୍ଣୟ ସେହି ସମୟରେ ନିଆଯାଇଛି ଯେତେବେଳେ ଇରାନ ମଙ୍ଗଳବାର ରାତିରେ ଇସ୍ରାଏଲ ଉପରେ ୧୮୦ରୁ ଅଧିକ ମିସାଇଲ ମାଡ଼ କରିଛି। ମିଳିତ ଜାତିସଂଘ ସର୍ବଦା ପାଲେଷ୍ଟାଇନ ସମର୍ଥନ କରି ଆସିଛି। ପାଲେଷ୍ଟାଇନକୁ ମାନବୀୟ ସହାୟତା ଯୋଗାଇ ଦେବା ପାଇଁ ୟୁଏନ ଇସ୍ରାଏଲକୁ ଚାପ ପକାଇ ଆସିଛି। 

ଇରାନର ଆକ୍ରମଣ ପରେ ଇସ୍ରାଏଲର ଆଇରନ ଡୋମ ସକ୍ରିୟ ହୋଇଉଠିଛି ଓ ପୁରା ଇସ୍ରାଏଲରେ ଏବେ ସାଇରନ ବାଜୁଛି। ତେବେ ଇରାନ ଉଚିତ ସମୟରେ ଜବାବ ଦିଆଯିବ ବୋଲି ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ବୁଧବାର କହିଛି। ପ୍ରତିଶୋଧର ସମୟ ଓ ତାରିଖ ଆମେ ନିର୍ଦ୍ଧାରଣ କରିବୁ ବୋଲି ଆଇଡିଏଫ କହିଥିବା ବେଳେ ଏବେ ନାଗରିକଙ୍କ ସୁରକ୍ଷା ଉପରେ ଜୋର ଦେଉଛି।  ଆଇଡିଏଫ ମୁଖପାତ୍ର କହିଛନ୍ତି ଯେ ଆମେ ଆମକୁ ବଞ୍ଚାଇବା ପାଇଁ କୌଣସି ସୀମାକୁ ବି ଯାଇପାରୁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.