ଦୁଇ ଦିନ ବଢିଲା ଇସ୍ରାଏଲ ଓ ହମାସ ଯୁଦ୍ଧ ବିରାମ, ମଧ୍ୟସ୍ଥି କତର କଲା ଘୋଷଣା

Published By : Prameya-News7 Bureau | November 27, 2023 IST

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ବିରାମକୁ ଆଉ ଦୁଇ ଦିନ ପାଇଁ ବଢାଯାଇଛି । ମଧ୍ୟସ୍ଥି ଭୂମିକାରେ ଥିବା କତର ଏହି ସୂଚନା ଦେଇଛି । ଗାଜାରେ ଚାରି ଦିନ ଯୁଦ୍ଧ ବିରାମ ପାଇଁ ଇସ୍ରାଏଲ ଘୋଷଣା କରିଥିଲା । ଯାହା ମଙ୍ଗଳବାର ଶେଷ ହୋଇଥାନ୍ତା ।

କତର ବିଦେଶ ମନ୍ତ୍ରାଳୟର ମୁଖପାତ୍ର ମାଜିଦ ଅଲ ଅଂସାରୀ ଏକ୍ସରେ ଲେଖିଛନ୍ତି, 'ମଧ୍ୟସ୍ଥି ରୂପେ କତର ରାଜ୍ୟ ଘୋଷଣା କରୁଛି ଯେ ଗାଜା ପଟ୍ଟିରେ ମାନବୀୟ ସଂଘର୍ଷ ବିରାମକୁ ଅତିରିକ୍ତ ଦୁଇ ଦିନ ଯାଏଁ ବଢାଇବା ଉପରେ ସହମତି ହୋଇଛି'।

wp:html /wp:html

ଯୁଦ୍ଧ ବିରାମ ସମୟରେ ଓ ଏହା ପୂର୍ବରୁ ଆମେରିକା ଏବଂ ମିଶର ସମର୍ଥନରେ ଗାଜାରେ ଶାନ୍ତି ସ୍ଥାପନ ପାଇଁ କତର ଆଲୋଚନା ଜାରି ରଖିଛି । ସଂଘର୍ଷ ଆରମ୍ଭ ପରେ ପ୍ରଥମ ଯୁଦ୍ଧ ବିରାମରେ ୫୦ ଇସ୍ରାଏଲୀ ବନ୍ଦୀ ନାଗରିକଙ୍କୁ ମୁକ୍ତ କରାଯିବା ବଦଳରେ ଇସ୍ରାଏଲ ଦ୍ୱାରା ବନ୍ଦୀ ଥିବା ୧୫୦ ଫିଲିସ୍ତିନୀଙ୍କୁ ମୁକ୍ତ କରାଯିବା ପାଇଁ ସହମତି ହୋଇଥିଲା । ଏହାସହ ଗାଜାରେ ମାନବୀୟ ସହାୟତା ପାଇଁ ଅନୁମତି ଦିଆଯାଇଥିଲା ।

ପ୍ରଥମ ତିନି ଦିନରେ ଉଭୟ ପକ୍ଷ ବୁଝାମଣା ଅନୁସାରେ ଇସ୍ରାଏଲ ଜଲରେ ବନ୍ଦୀ ୧୧୭ ଫିଲିସ୍ତିନୀଙ୍କ ବଦଳରେ ହମାସ ଦ୍ୱାରା ୩୯ ଇସ୍ରାଏଲୀଙ୍କୁ ମୁକ୍ତ କରାଯାଇଛି । ଅକ୍ଟୋବର ୭ରେ ହମାସ ଆତଙ୍କବାଦୀ ଇସ୍ରାଏଲ ଇତିହାସର ସବୁଠୁ ବଡ଼ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଇସ୍ରାଏଲର ୧୪୦୦ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଏହାର ପ୍ରତିଜବାବରେ ଇସ୍ରାଏଲ ପକ୍ଷରୁ ଘାତକ ଆକ୍ରମଣ କରାଯାଇଥିଲା । ହମାସ ଶାସିତ ଗାଜା ଉପରେ ଇସ୍ରାଏଲ ଆକାଶ ଓ ସ୍ଥଳ ଭାଗରୁ ଆକ୍ରମଣ କରିଥିଲା । ଗାଜା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଏଥିରେ ୧୫,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।

Also Read: ଗାଜାରେ ପହଞ୍ଚି ସେନାଙ୍କୁ ଭେଟିଲେ ନେତାନ୍ୟାହୁ, କହିଲେ- ଇସ୍ରାଏଲକୁ କେହି ଅଟକାଇ ପାରିବେ ନାହିଁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.