ହମାସ୍ ଆତଙ୍କୀଙ୍କ ଆଡ୍ଡା ଏବେ ସ୍କୁଲ; ସେପଟେ ଅଲ-ଶିଫା ହସ୍ପିଟାଲକୁ ନେଇ ଚିନ୍ତା ପ୍ରକଟ କଲା WHO

Published By : Prameya-News7 Bureau | November 19, 2023 IST

ନୂଆଦିଲ୍ଲୀ: ଭୟଙ୍କର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ । ଆତଙ୍କୀଙ୍କ ଆଡ୍ଡା ସ୍ଥଳି ପାଲଟିଛି ଧର୍ମାନୁଷ୍ଠାନ । ହସ୍ପିଟାଲ, ମହଜିଦ୍ ପରେ ଏବେ ସ୍କୁଲର ରକ୍ତ ରଞ୍ଜିତ ହେଉଛି । ହମାସ୍ ଆତଙ୍କବାଦୀ ସ୍କୁଲରେ ଆତଙ୍କୀ ସେଣ୍ଟର ଚଳାଉଛନ୍ତି । ଯାହାର ତଥ୍ୟ ଦେଇଛି ଇସ୍ରାଏଲ ସେନା । ଗାଜାପଟ୍ଟୀରେ ଛାନବିନ୍ ବେଳେ ସ୍କୁଲ ଭିତରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ମିଳିଥିବା ସୂଚନା ଦେଉଛନ୍ତି । ଏନେଇ ଆଇଡିଏଫ ପକ୍ଷରୁ ସୋସିଆଲ୍ ମିଡିଆ  ପ୍ଲାଟଫର୍ମ ଏକ୍ସରେ ମଧ୍ୟ ପୋଷ୍ଟ କରିଛନ୍ତି ।

ସେପଟେ ହମାସ ବିରୋଧରେ ଇସ୍ରାଏଲ ପ୍ରତିଶୋଧ ପରାୟଣ ହୋଇଛି ବୋଲି ବିଶ୍ବସ୍ବାସ୍ଥ୍ୟ ସଂଗଠନ ଅଭିଯୋଗ କରିଛି । ଆଲ-ଶିଫା ହସ୍ପିଟାଲରେ ମନବୀୟ ସଙ୍କଟ ଗମ୍ଭୀର ହେବାରେ ଲାଗିଛି ଡବ୍ଲୁଏଚଓ ପକ୍ଷର କୁହାଯାଇଛି । ଜୀବନକୁ ବାଜିରେ ଲଗାଇ ରୋଗୀଙ୍କୁ ବଞ୍ଚାଇବାକୁ ସ୍ବାସ୍ଥ୍ୟକର୍ମୀ ଉଦ୍ୟମ ଚଳାଇଛନ୍ତି । ବର୍ତ୍ତମାନ ରୋଗୀଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଇସ୍ରାଏଲ ସେନା ସହିତ ଆଲୋଚନା ଚାଲିଛି ବୋଲି ଡବ୍ଲୁଏଚଓ ଅଧିକାରୀ କହିଛନ୍ତି ।

wp:embed {"url":"https://www.prameyanews7.com/road-accident-rajasthan-police-five-personnel-died/","type":"wp-embed","providerNameSlug":"prameya-news-7"}
https://www.prameyanews7.com/road-accident-rajasthan-police-five-personnel-died/
/wp:embed

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବୟାନ ଅନୁଯାୟୀ, ଗାଜାପଟ୍ଟୀରେ ଅଲ୍-ଶିଫା ହସ୍ପିଟାଲରେ ନିୟୋଜିତଥିବା ଟିମ୍ ମେଡିକାଲ ଗେଟ୍ ନିକଟରେ ମୃତକଙ୍କ ଗଣ କବର ଦେଉଛନ୍ତି । ପ୍ରାୟ ୮୦ରୁ ଅଧିକ ଲୋକଙ୍କୁ ଏଠାରେ ସମାଧି ଦିଆଯାଇଛି ବୋଲି ସେ କହିଛନ୍ତି । ଡବ୍ଲୁଏଚଓ ଟିମର ୨୫ ଜଣ କର୍ମଚାରୀ, ୨୯୧ ରୋଗୀ ଓ ୩୨ଜଣ ଗୁରୁତର ଶିଶୁଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ହେଉଛନ୍ତି । ଆସନ୍ତା ଦିନରୁ ଦୁଇ ଦିନ ମଧ୍ୟରେ ସମସ୍ତଙ୍କୁ ସ୍ଥାନାନ୍ତର କରାଯିବ । ଏଥିପାଇଁ WHO, OCHA, UNDSS, UNRWAର ଏକ ମିଳିତ ଦଳ ନିୟୋଜିତ ଅଛନ୍ତି । ଅନ୍ୟପଟେ ଉତ୍ତର ଗାଜାରେ ଇସ୍ରାଏଲ ସେନା ଜୋରଦାର ହମାଲା ଜାରି ରଖିଛି ।

ସୂଚନା ଅନୁଯାୟୀ, ଇସ୍ରାଏଲ-ହମାସ ଯୁଦ୍ଧରେ ଏପର୍ଯ୍ୟନ୍ତ ୧୪ ହଜାର ଲୋକ ପ୍ରାଣ ହାରାଇଛନ୍ତି । ଏଥିମଧ୍ୟରୁ ଗାଜା ପଟ୍ଟୀରେ ୧୨,୩୦୦ ଲୋକ ରହିଥିବା ବେଳେ ଇସ୍ରାଏଲର ୧୪ ଶହ ଲୋକଙ୍କ ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.