ଇରାନ ଉପରେ ଇସ୍ରାଏଲର ପାଲଟା ଆକ୍ରମଣ; ଶହେ ଯୁଦ୍ଧ ବିମାନରେ ଏୟାର ଷ୍ଟ୍ରାଇକ୍, ଟାର୍ଗେଟରେ ସୈନ୍ୟ ଆଡ୍ଡା

Published By : Prameya-News7 Bureau | October 26, 2024 IST

ନୂଆଦିଲ୍ଲୀ: ଇସ୍ରାଏଲର ପାଲଟା ଆକ୍ରମଣ । ଇରାନ ଉପରେ ଏୟାର ଷ୍ଟ୍ରାଇକ୍ । ଭୋରୁ ଘନଘନ ବୋମା ବର୍ଷା । ଶନିବାର ଭୋରୁ ଇରାନ ସୈନ୍ୟ ଠିକଣାକୁ ଟାର୍ଗେଟ୍ କରିଛି ଇସ୍ରାଏଲ । ଇରାନ ଆକ୍ରମଣର ପାଲଟା ଜବାବ ଦେଇ ରାଜଧାନୀରେ ତେହରାନ ଉପରେ ବୋମା ବର୍ଷା କରିଛି । ଏହି ଭୀଷଣ ହମଲାରେ ତତ୍କାଳ କ୍ଷୟକ୍ଷତିରେ କୌଣସି ରିପୋର୍ଟ ମିଳିନାହିଁ, ହେଲେ ଇରାନର ସେନା ଶିବିର ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି । ଏହି ହମଲାକୁ ନେଇ ଇସ୍ରାଏଲ ଡିଫେନ୍ସ ଫୋର୍ସ ମଧ୍ୟ ସ୍ପଷ୍ଟ କରିଛି । 

ସୂଚନା ଅନୁଯାୟୀ, ଇସ୍ରାଏଲ ସେନା ଏହି ଆକ୍ରମଣ ପୂର୍ବ ପ୍ରସ୍ତୁତି ଅନୁଯାୟୀ କରିଛି । ଏଥିରେ ଶହେରୁ ଅଧିକ ଫାଇଟର ଜେଟ୍ ବ୍ୟବହାର ହୋଇଥିଲା । ଅକ୍ଟୋବର ପହିଲାରେ ଇରାନ କରିଥିବା ଆକ୍ରମଣର ଜବାବ ଦେଇଛି ଇସ୍ରାଏଲ । ଏଫ-35 ଫଇଟର ଜେଟ୍ ଦ୍ବାରା ୨ହଜାର କିଲୋମିଟର ଦୂର ଟାର୍ଗେଟକୁ ହିଟ୍ କରାଯାଇଥିଲା । ଜଣେ ଆମେରିକା ଅଧିକାରୀ ନ୍ୟୁଜ୍ ଏଜେନ୍ସି ରୟଟର୍ସକୁ ସୂଚନା ଦେଇ କହିଛନ୍ତି,  ଇରାନ ଉପରେ ଆକ୍ରମଣ ହେବା ପୂର୍ବରୁ ଆମେରିକା ଗୁଇନ୍ଦା ସଂସ୍ଥାକୁ ସୂଚନା ଥିଲା । ମାତ୍ର ଏହି ଅପରେସନରେ ଆମେରିକା ସେନା ସାମିଲ୍ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବେ ଏଥିରେ ସାମିଲ୍ ନାହିଁ  ।

ଟାଇମ୍ସ ଅଫ୍ ଇସ୍ରାଏଲ ଅନୁଯାୟୀ, ଏନବିସି ଜଣେ ଅଜ୍ଞାତ ଇସ୍ରାଏଲୀ ଅଧିକାରୀଙ୍କ ଜରିଆରେ ସୂତନା ଦେଇଛି, ଇସ୍ରାଏଲ ଡିଫେନ୍ସ ଫୋର୍ସ ଇରାନର କୌଣସି ପରମାଣୁ ଅସ୍ତ୍ର ଠିକଣା ଏବଂ ତୈଳ ଡିପୋ ଉପରେ ଆକ୍ରମଣ କରିନାହିଁ । ଆଇଡିଏଫର କେବଳ ଲକ୍ଷ୍ୟ ଇରାନର ସୈନ୍ୟ ଶିବିର ଉପରେ । ଇସ୍ରାଏଲର ଜଣେ ଅଧିକରୀ କହିଛନ୍ତି, ଆମେ ତାକୁ ଟାର୍ଗେଟ୍ କରୁଛୁ, ଯାହା ଭବିଷ୍ୟତରେ ଆମ ପାଇଁ ବିପଦ ସୃଷ୍ଟି କରିବ । ସେପଟେ ଇରାନ ବାଲାଷ୍ଟିକ୍ ମିସାଇଲ୍ ଆକ୍ରମଣକୁ ବିରୋଧ କରି ଇସ୍ରାଏଲର କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିଛନ୍ତି । ହେଲେ ଇରାନର କୌଣସି ପରମାଣୁ ଠିକଣା ହମଲା ନକରିବାକୁ ସୂଚୀତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.