ଲେବାନନ୍‌ରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକରେ ୩ ସାମ୍ବାଦିକ ମୃତ, ଜାତିସଂଘର ଚିନ୍ତା ପ୍ରକଟ

Published By : Prameya-News7 Bureau | October 26, 2024 IST

theindianawaaz

ନୂଆଦିଲ୍ଲୀ ୨୬।୧୦ : ଲେବାନନରେ ଇସ୍ରାଏଲ୍‌ ଲଗାତର ଭାବେ ଘାତକ ଆକ୍ରମଣ କରିଚାଲିଛି । ଏହି ମଧ୍ୟରେ ଦକ୍ଷିଣ-ପୂର୍ବ ଲେବାନନ୍‌ରେ ହୋଇଥିବା ଆଟାକ୍‌ରେ ତିନି ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଲେବାନନ ସରକାରୀ ନ୍ୟୁଜ ଏଜେନ୍ସି ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେପଟେ ଜାତିସଂଘ ଏହି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛି । 

ତେବେ ଏହି ଘଟଣାକୁ ନେଇ ହିଜ୍‌ବୁଲ୍ଲା ପକ୍ଷରୁ ଏକ ବୟାନ ଜାରି କରାଯାଇଛି । ଏହି ବୟାନରେ କହିଛନ୍ତି ଯେ, ଇସ୍ରାଏଲ୍‌ ପକ୍ଷରୁ ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ତିନି ସାମ୍ବାଦିକଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ସାମ୍ବାଦିକ, ଜଣେ କ୍ୟାମେରା ଅପରେଟର, ବାକି ଅନ୍ୟ ଜଣଙ୍କ ପ୍ରସାରଣ ବିଭାଗରେ କାମ କରୁଥିବା କର୍ମଚାରୀ ବୋଲି ଜଣାପଡିଛି । 

ସେପଟେ ଜାତିସଂଘ ମୁଖପାତ୍ରଙ୍କ ଅନୁସାରେ, ଯେତେବେଳେ ସାମ୍ବାଦିକମାନେ ମାନବୀୟ କାମରେ ନିଜକୁ ନିୟୋଜିତ କରିଛନ୍ତି । ଆଉ ସମସ୍ତଙ୍କ ସୁରକ୍ଷା ପାଇଁ ଲଗାତର ଭାବେ କାମ କରୁଛନ୍ତି । ତେଣୁ ସେମାନଙ୍କୁ ଟାର୍ଗେଟ କରି ମାରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ସାମ୍ବାଦିକଙ୍କୁ ହତ୍ୟା ଗଣତନ୍ତ୍ର ପାଇଁ ବିପଦ । ଜାତିସଂଘ ପକ୍ଷରୁ ଏହି ଘଟଣାକୁ ପୁରା ନିନ୍ଦା କରାଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.