ଭାରତ ଆସୁଥିବା ମାଲବାହୀ ଜାହାଜକୁ ଲାଲ ସାଗରରେ ହାଇଜ୍ୟାକ, ୟେମେନର ଆତଙ୍କୀ ଘଟାଇଥିବା ଦାବି

Published By : Prameya-News7 Bureau | November 19, 2023 IST

ନୂଆଦିଲ୍ଲୀ: ୟେମେନର ହୁତି ବିଦ୍ରୋହୀ ତୁର୍କୀରୁ ଭାରତ ଆସୁଥିବା କାର୍ଗୋ ଜାହାଜକୁ ରବିବାର ଅପହରଣ କରିଛି। ଇସ୍ରାଏଲ ଡିଫେନ୍ସ ଫୋର୍ସ ଏନେଇ ଏକ୍ସରେ ପୋଷ୍ଟ ସେୟାର କରି ସୂଚନା ଦେଇଛି। ସୂଚନା ଅନୁଯାୟୀ ଏହି ବିଦ୍ରୋହୀ ଗାଲାକ୍ସି ଲିଡର’ ନାମକ ଏକ ଇସ୍ରାଏଲ ଜାହଜକୁ ଲାଲ ସାଗରରେ ଅପହରଣ କରିନେଇଛନ୍ତି। ଅଲଅରବିୟାର ରିପୋର୍ଟ ଅନୁଯାୟୀ ଜାହାଜରେ ୨୨ ଜଣ ରହିଥିଲେ। ଏହା ପୂର୍ବରୁ ରବିବାର ସମୂହର ଟେଲିଗ୍ରାମ ଚ୍ୟାନେଲ ଅନୁଯାୟୀ, ଇରାନ ସମର୍ଥିତ ହୁତିସର ପ୍ରବକ୍ତା ୟାହ୍ବା ସାରିୟା କହିଥିଲେ ଯେ, ସଂଗଠନ ଇସ୍ରାଏଲ କମ୍ପାନିର ସ୍ବାମିତ୍ବରେ ଥିବା ସଞ୍ଚାଳିତ କିମ୍ବା ଇସ୍ରାଏଲ ପତାକା ନେଇ ଯାଉଥିବା ସବୁ ଜାହାଜକୁ ଟାର୍ଗେଟ କରିବ।

ସେହିଭଳି ସରିୟା ଆହୁରି ମଧ୍ୟ କହିଥିଲା ଯେ, ଏଭଳି ଜାହାଜରେ କାମ କରୁଥିବା ଲୋକେ ନିଜ ଦେଶକୁ ପଳାଇଯାଆନ୍ତୁ। ଗତ ମଙ୍ଗଳବାର ମଧ୍ୟ ହୁତିସ ନେତା ଚେତାବନୀ ଦେଇଥିଲେ ଯେ, ତାଙ୍କ ସେନା ଇସ୍ରାଏଲ ଉପ‌ରେ ଆହୁରି ଆକ୍ରମଣ କରିବ ଏବଂ ଲାଲ ସାଗର ଏବଂ ବାବ ଅଲ ମଣ୍ଡବ ଜଳସନ୍ଧିରେ ଇସ୍ରାଏଲ ଜାହାଜକୁ ଟାର୍ଗେଟ କରାଯାଇପାରେ। ସେଥିରେ ନିଆଁ ଲଗାଇଦିଅଯିବ ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ: ପାକିସ୍ତାନକୁ ସୈନ୍ୟ ସହାୟତା ତୁରନ୍ତ ବନ୍ଦ କରାଯାଉ, ଆମେରିକା ସାଂସଦଙ୍କ ଅପିଲ୍‌

ସୂଚନାଥାଉକି, ହୁତିସ ୨୦୧୫ରୁ ଆରବର ନେତୃତ୍ବାଧୀନ ସଂଗଠନ ବିରୋଧରେ ଯୁଦ୍ଧ କରୁଛି। ଏହି ସଂଗଠନ ଉତ୍ତର ୟେମେନ ଏବଂ ଏହାର ଲାଲ ସାଗର ଉପକୂଳ ଅଞ୍ଚଳକୁ ନିୟନ୍ତ୍ରଣ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.