ନୂଆଦିଲ୍ଲୀ: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଲେପ୍ଟ ଲିବେରାଲଙ୍କ ଦୋ ମୁହାଁ ନୀତିକୁ ନେଇ ଜୋରଦାର ହମଲା କରିଛନ୍ତି । ୱାଶିଂଟନ ଡିସିରେ ଆୟୋଜିତ ଜଞ୍ଜରଭେଟିଭ୍ ପଲିଟିକାଲ୍ ଆକ୍ସନ କନଫରେନ୍ସରେ ବାମପନ୍ଥୀଙ୍କ ଉପରେ ଜୋରଦାର ବର୍ଷିଛନ୍ତି । ସେ ଦାବି କରିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟରେ ବାମପନ୍ଥୀମାନେ ବିଚଳିତ ହୋଇପଡ଼ିଛନ୍ତି । ସେ ଆହୁରି କହିଛନ୍ତି ଯେ ଆଜି ଯେତେବେଳେ ଟ୍ରମ୍ପ, ମେଲୋନି, ମିଲ୍ଲେ ଓ ମୋଦୀ କିଛି କହୁଛନ୍ତି, ତେବେ ସେମାନଙ୍କୁ ଗଣତନ୍ତ୍ର ପାଇଁ ବିପଦ ବୋଲି କୁହାଯାଉଛି ।
କଞ୍ଜରଭେଟିଭ ପଲିଟିକାଲ୍ ଆକ୍ସନ୍ କନଫରେନ୍ସ (ସିପିଏସି)କୁ ସମ୍ବୋଧିତ କରି ମେଲୋନି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଉପରାଷ୍ଟ୍ରପତି ଜେଡି ଭାନ୍ସ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶାଂସା କରିଛନ୍ତି । ମେଲୋନି କହିଛନ୍ତି, “ନବେ ଦଶନ୍ଧିରେ ବିଲ୍ କ୍ଲିଣ୍ଟନ୍ ଏବଂ ଟୋନି ବ୍ଲେୟାରଙ୍କୁ ଏକ ବିଶ୍ୱ ବାମପନ୍ଥୀ ଉଦାରବାଦୀ ନେଟୱାର୍କ ସୃଷ୍ଟି କରିବା ପାଇଁ ରାଷ୍ଟ୍ରନେତା କୁହାଯାଉଥିଲା ଏବଂ ଟ୍ରମ୍ପ, ମେଲୋନି, ମିଲ୍ଲି କିମ୍ବା ମୋଦୀ କଥା କୁହନ୍ତି ତ ସେମାନଙ୍କୁ ଗଣତନ୍ତ୍ର ପାଇଁ ବିପଦ ବୋଲି କୁହାଯାଉଛି । ଏହା ସେମାନଙ୍କର ଦୋ ମୁହାଁ ନୀତି, କିନ୍ତୁ ଆମେ ଏବେ ଏଥିରେ ଅଭ୍ୟସ୍ତ ହୋଇଗଲୁଣି ଏବଂ ଭଲ କଥା ହେଉଛି ଯେ ଏବେ ଲୋକମାନେ ସେମାନଙ୍କର ମିଛକୁ ବିଶ୍ୱାସ କରୁନାହାନ୍ତି । ତେଣୁ ଏବେ ସେମାନେ ଯେତେ କାଦୁଅ ଫୋପାଡ଼ିଲେ ମଧ୍ୟ, ଜନସାଧାରଣ ଆମକୁ ଭୋଟ ଦେଇ ଚାଲିବେ।”
VIDEO | "The Left is nervous and with Trump's victory, their irritation has turned into hysteria, not only because conservatives are winning, but because conservatives are now collaborating globally. When Bill Clinton and Tony Blair created the global leftist liberal network in… pic.twitter.com/uqBmi5bCxp
— Press Trust of India (@PTI_News) February 22, 2025
ମେଲୋନି ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଜଣେ ମଜଭୁତ ନେତା ଭାବେ ଅଭିହିତ କରିଛନ୍ତି । ସେ କହିଛନ୍ତି, 'ବାମପନ୍ଥୀ ଭୟଭୀତ ଅଛନ୍ତି ଏବଂ ଟ୍ରମ୍ପଙ୍କ ବିଜୟ ପରେ ସେମାନଙ୍କ ରାଗ ଏବେ ଉଗ୍ର ରୂପ ନେବାରେ ଲାଗିଛି । ଏହା କେବଳ କଞ୍ଜରଭେଟିଭ ବିଜୟୀ ହେଉଛନ୍ତି ବୋଲି ନୁହେଁ, ବରଂ ଜଞ୍ଜରଭେଟିଭ୍ ଆଜି ସାରା ଦୁନିଆରେ ଏକଜୁଟ୍ ହେଉଛନ୍ତି ।'