ପୋପ୍ ଫ୍ରାନ୍ସିସ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ, ଶ୍ୱାସକ୍ରିୟାରେ ସଂକ୍ରମଣ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | February 23, 2025 IST

News7

ନୂଆଦିଲ୍ଲୀ: ପୋପ୍ ଫ୍ରାନ୍ସିସ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ। ଦୀର୍ଘ ଦିନ ଧରି ଆଜମା ଓ ଶ୍ୱାସକ୍ରିୟା ସମସ୍ୟାରେ ସେ ପୀଡିତ ଅଛନ୍ତି। ଏଥିପାଇଁ ତାଙ୍କୁ ଅମ୍ଳଜାନର ଅଧିକ ଡୋଜ ଆବଶ୍ୟକ ପଡୁଛି। ୮୮ ବର୍ଷୀୟ ପୋପ୍ ଫ୍ରାନ୍ସିସ୍ ଗତ ଗୋଟିଏ ସପ୍ତାହ ଧରି ଗୁରୁତର ଫୁସଫୁସ ସଂକ୍ରମଣ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଡାକ୍ତରଙ୍କ ଅନୁସାରେ, ତାଙ୍କର ରକ୍ତହୀନତାର ସମସ୍ୟା ମଧ୍ୟ ଅଛି, ଯାହା ଯୋଗୁଁ ତାଙ୍କର ବ୍ଲଡ୍‌ ଟ୍ରାନ୍ସଫର କରାଯାଇଥିଲା।

ପୋପ୍ ଫ୍ରାନ୍ସିସ୍ ବ୍ରୋଙ୍କାଇଟିସ୍ ରୋଗରେ ପୀଡିତ ହେବା ପରେ ଫେବୃଆରୀ ୧୪ ତାରିଖରେ ରୋମର ଜେମେଲି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ମଙ୍ଗଳବାର ଡାକ୍ତରମାନେ ତାଙ୍କ ଉଭୟ ଫୁସଫୁସରେ ନିମୋନିଆ ଚିହ୍ନଟ କରିଥିଲେ। ଏହା ସହିତ, ତାଙ୍କ ଶ୍ୱାସକ୍ରିୟା ନଳୀରେ 'ପଲିମାଇକ୍ରୋବାୟଲ୍' ସଂକ୍ରମଣ ମଧ୍ୟ ମିଳିଥିଲା। ଡାକ୍ତରମାନେ କହିଛନ୍ତି ଯେ ଫ୍ରାନ୍ସିସ୍‌ଙ୍କ ଅବସ୍ଥା ବହୁତ ଗମ୍ଭୀର ଏବଂ ସେ କୌଣସି ପ୍ରକାରେ ବିପଦମୁକ୍ତ ନୁହଁନ୍ତି।

ଡାକ୍ତରମାନେ କହିଛନ୍ତି ଯେ ଫ୍ରାନ୍ସିସ୍‌ର ମୁଖ୍ୟ ବିପଦ ହେଉଛି ସେପ୍ସିସ୍, ଯାହା ରକ୍ତ ସଂକ୍ରମଣର ଆରମ୍ଭ। ପୋପଙ୍କ ଡାକ୍ତରୀ ଟିମ୍‌ କହିଛନ୍ତି ଯେ ଶୁକ୍ରବାର ସୁଦ୍ଧା ସେପ୍ସିସର କୌଣସି ଲକ୍ଷଣ ନଥିଲା। ବିଭିନ୍ନ ଔଷଧର ବ୍ୟବହାର ଫ୍ରାନ୍ସିସ୍ ଉପରେ ପ୍ରଭାବ ପକାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.