ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକରେ ଆତଙ୍କୀ ଜମାଲ ମୁସା ନିପାତ, ୨୪ ଘଣ୍ଟାରେ ହମାସ୍‌ର ୪୫୦ ଠିକଣା ଧ୍ୱଂସ

Published By : Prameya-News7 Bureau | November 06, 2023 IST

ନୂଆଦିଲ୍ଲୀ: ଗାଜା ପଟିରେ ହମାସ୍ ବିରୋଧରେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଗତ ୨୪ ଘଣ୍ଟାରେ ହମାସ୍‌ର ୪୫୦ ଠିକଣାକୁ ଧ୍ୱଂସ କରିସାରିଛି । ଏଥିରେ ଆତଙ୍କୀ ଓ ମିଲିଟାରୀ କମ୍ପାଉଣ୍ଡ୍ସ, ଅବଜର୍ବେସନ ପୋଷ୍ଟ, ମିସାଇଲ୍ ଲଞ୍ଚ ପୋଷ୍ଟ ସମେତ ଅନେକ ସୈନ୍ୟ ଠିକଣା ସାମିଲ ରହିଛି । ଏହାସହ ଆଇଡିଏଫ ସ୍ଥଳ ଭାଗରୁ ହମାସର ମିଲିଟାରୀ ପରିସର ଉପରେ କବଜା କରିଛି । ଏହି ପରିସରରେ ନୀରିକ୍ଷଣ ପୋଷ୍ଟ ଓ ହମାସ୍ ଆତଙ୍କୀଙ୍କ ଟ୍ରେନିଂ ଅଞ୍ଚଳ ସାମିଲ ରହିଛି । ଏଥିରେ ଗାଜା ସ୍ଥିତ ଅଣ୍ଡର ଗ୍ରାଉଣ୍ଡ ଟେରର ଟନେଲ୍ସ ମଧ୍ୟ ସାମିଲ ରହିଛି । ଇସ୍ରାଏଲୀ ସେନା ଅନୁସାରେ ଆଇଏସଏ ଓ ଆଇଡିଏଫ୍ ଇଣ୍ଟେଲିଜେନ୍ସିର ସହଯୋଗରେ ଆଇଡିଏଫ ଜେଟ୍ ଫାଇଟର୍ସ ଆତଙ୍କୀ ଜମାଲ ମୁସାକୁ ନିପାତ କରିଛି । ହମାସ୍‌ର ସ୍ପେଶାଲ ସିକ୍ୟୁରିଟି ଅପରେସନ ପାଇଁ ମୁସା ଦାୟୀ ଥିଲା ।

ପଢନ୍ତୁ: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ମଧ୍ୟ ପ୍ରାଚ୍ୟରେ ଆମେରିକାର ଯୁଦ୍ଧପୋତ ନିୟୋଜିତ, ହିଜବୁଲ୍ଲାହ ପାଇଁ ଚେତାବନୀ !

ଇସ୍ରାଏଲୀ ସେନା ଗତ ରାତିରେ ହମାସ ଶାସିତ ଗାଜାର ଉତ୍ତର ଭାଗକୁ ଦକ୍ଷିଣଠାରୁ ଅଲଗା କରି ଆକଶ ମାର୍ଗରୁ ଆକ୍ରମଣ କରିଥିଲା । ଇସ୍ରାଏଲୀ ମିଡିଆ ଅନୁସାରେ ସୈନ୍ୟ ବଳ ସହରରେ ସୋମବାର କମ୍ୱା ମଙ୍ଗଳବାର ଦୀର୍ଘ ବର୍ଷରୁ ଥିବା ସୁଡଙ୍ଗ ନେଟୱାର୍କରେ ଲଢେଇ କରିବାର ସମ୍ଭାବନା ରହିଛି । ଯୁଦ୍ଧରେ ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି । ଗାଜା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, ଏହି ଯୁଦ୍ଧରେ ଫିଲିସ୍ତିନର ୯,୭୦୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି । ଇସ୍ରାଏଲରେ ୧,୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏଥିରୁ ଅଧିକାଂଶଙ୍କ ମୃତ୍ୟୁ ଅକ୍ଟୋବର ୭ରେ ହମାସ୍ ଆକ୍ରମଣରେ ହୋଇଥିଲା ।

ନୀରିହ ଲୋକଙ୍କ ସୁରକ୍ଷା ପାଇଁ କିଛି ଦିନ ପାଇଁ ଯୁଦ୍ଧ ବିରାମ ଲାଗି ଇସ୍ରାଏଲକୁ ଆମେରିକା ନିବେଦନ କରିଥିଲା । କିନ୍ତୁ ଇସ୍ରାଏଲର କହିବା କଥା ସେ ଗାଜାରେ ହମାସ ଶାସନକୁ ଶେଷ କରିବା ଯାଏ ଆକ୍ରମଣ ଜାରି ରଖିବ । ଯେପର୍ଯ୍ୟନ୍ତ ବନ୍ଧୀଙ୍କୁ ମୁକ୍ତ କରା ନଯାଇ, ସେପର୍ଯ୍ୟନ୍ତ ଆକ୍ରମଣ ଜାରି ରଖିବ ବୋଲି ଇସ୍ରାଏଲ୍ କହିଥିଲା ।

Also Read: ଇସ୍ରାଏଲ ଆକ୍ରମଣରେ ଗାଜା ପଟ୍ଟିି ଦୁଇ ଭାଗ: ନେତାନ୍ୟାହୁ କହିଲେ ଥମିବନି, ଆଗକୁ ଭୟାବହ ହେବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.