ମୁମ୍ବାଇ ୨୬।୧୧ : ପର୍ଥରେ କଙ୍ଗାରୁ ଟିମ୍ ଚିତ୍ପଟାଙ୍ଗ । ଦୀର୍ଘ ୧୬ ବର୍ଷ ପରେ ପର୍ଥରେ ଅଷ୍ଟ୍ରେଲିଆକୁ ଶୋଚନୀୟ ଭାବେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଘରୋଇ ଟିମ୍ ବିରୋଧରେ ୨୯୫ ରନ୍ରେ ବିଜୟୀ ହୋଇଛି ବୁମ୍ରା ବାହିନୀ । ଏହି ବିଜୟ ଯୋଗୁ ଦଳ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍ରେ ୦-୧ରେ ଆଗୁଆ ରହିଛି । ତେବେ ପର୍ଥରେ ବିଜୟ ପରେ ବୁମ୍ରା ପ୍ରେସ୍ମିଟ୍ରେ ବିରାଟ କୋହଲିଙ୍କୁ ନେଇ କହିଛନ୍ତି ବଡ଼ କଥା । ଆସନ୍ତୁ ଜାଣିବା ବିରାଟଙ୍କୁ ନେଇ କଣ କହିଛନ୍ତି କ୍ୟାପଟେନ୍ ବୁମ୍ରା…
ପର୍ଥ ମହାବିଜୟ ପରେ ଆୟୋଜିତ ପ୍ରେସ୍ମିଟ୍କୁ ଆସିଥିଲେ କ୍ୟାପଟେନ୍ ବୁମ୍ରା । ଏଥିରେ ତାଙ୍କୁ ଜଣେ ସାମ୍ବାଦିକ ବିରାଟଙ୍କ ଫର୍ମ ଏବଂ ଖେଳ ନେଇ ପ୍ରଶ୍ନ କରିଥିଲେ । ଯାହାର ମଜାଳିଆ ଢଙ୍ଗରେ ଉତ୍ତର ଦେଇଥିଲେ କ୍ୟାପଟେନ୍ ବୁମ୍ରା । ସେ କହିଥିଲେ କି, ବିରାଟ କୋହଲିଙ୍କ ପାଇଁ ଆମର କୌଣସି ଆବଶ୍ୟକ ନାହିଁ.. ବରଂ ଆମ ଟିମ୍କୁ ବିରାଟଙ୍କ ଢେର୍ ଆବଶ୍ୟକ ରହିଛି । କାହିଁକି ନାଁ ଆମ ଟିମ୍ରେ ବିରାଟଙ୍କ ଅଭିଜ୍ଞତା ସବୁଠୁ ଅଧିକ । କେଉଁ ପରିସ୍ଥିତିରେ କେଉଁ ଖେଳ ଖେଳିବା ଉଚିତ୍ । ତାହା ଜଣେ ଅଭିଜ୍ଞତା କ୍ରିକେଟ୍ର ଠାରୁ ହିଁ ଆବଶ୍ୟକ କରିଥାଏ ଟିମ୍ । ଦଳରେ କେତେ କ୍ୟାପଟେନ୍ ଆସିବେ ଆଉ ଯିବେ, ହେଲେ ଅଭିଜ୍ଞତା ଥିବା ଖେଳାଳି ହିଁ କଠିନ ସମୟରେ ଟିମ୍ ସହିତ ଛିଡାହେବେ । ଆଜିକା ସମୟରେ ବିରାଟ ଆମ ଦଳର କ୍ୟାପଟେନ୍ ନୁହଁନ୍ତି ସତ, କିନ୍ତୁ ତାଙ୍କ ଅଭିଜ୍ଞତା ହିଁ ଆମକୁ ବହୁ କଠିନ ସମୟରେ ସହାୟତା କରୁଛି । ଏହାବ୍ୟତୀତ ସେ କହିଛନ୍ତି ଯେ, ବିରାଟଙ୍କୁ ମୁଁ କେତେବେଳେ ଆଉଟ୍ ଅଫ ଫର୍ମରେ ଦେଖିନାହିଁ । ସମୟ ସମୟରେ ପିଚ୍ କଣ୍ଡିସନ୍ ଏବଂ ଟିମ୍ର ଆବଶ୍ୟକ ଅନୁସାରେ ଖେଳିବାକୁ ପଡିଥାଏ ।
ତେବେ ବିରାଟ ଦୀର୍ଘ ୪୯୧ ଦିନ ପରେ ଟେଷ୍ଟ କ୍ରିକେଟ୍ରେ ଶତକ ହାସଲ କରିଥିଲେ । ପର୍ଥ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହି ଶତକ ହାସଲ କରିଥିଲେ । ଏହାପୂର୍ବରୁ ବିରାଟ ଶେଷ ଥର ପାଇଁ ୨୨ ନଭେମ୍ବର ୨୦୧୯ରେ ବାଂଲାଦେଶ ବିପକ୍ଷରେ ଶତକ ହାସଲ କରିଥିଲେ । ବର୍ତ୍ତମାନ ଯାଏଁ ବିରାଟ ଟେଷ୍ଟ କ୍ରିକେଟ୍ରେ ମୋଟ ୩୦ ତମ ଶତକ ଅର୍ଜନ କରିଥିଲେ ।
ପର୍ଥରେ ପ୍ରଥମ ବିଜୟ ସହ ଇତିହାସ ରଚିଲା ବୁମରା ବାହିନୀ, ତିଷ୍ଠି ପାରିଲେନି କଙ୍ଗାରୁ ବ୍ୟାଟର