ଓ୍ଵିଲ ଜ୍ୟାକ୍ସଙ୍କୁ ଛାଡ଼ି ବୋକାମୀ କଲା RCB, କିଣି ନେଲା ମୁମ୍ବାଇ; ପ୍ରଶଂସକ କ୍ଷୁବ୍ଧ

Published By : Prameya-News7 Bureau | November 25, 2024 IST

abp live

ନୂଆଦିଲ୍ଲୀ: ଆଇପିଏଲ୍‌ ୨୦୨୫ ମେଗା ନିଲାମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଉପରେ ଏକ ମଜବୁତ ଦଳ  ଗଠନ କରିବାର ଚାପ ଥିଲା। କାରଣ ଆରସିବି ବିରାଟ କୋହଲି, ୟଶ ଦୟାଲ ଓ ରଜତ ପାଟିଦାରଙ୍କୁ ରିଟେନ୍ କରିଥିଲା। ଏଥିପାଇଁ ଦଳକୁ ଟପ୍ ଅର୍ଡର ବ୍ୟାଟିଂ, ମଧ୍ୟକ୍ରମ ବ୍ୟାଟିଂ ବ୍ୟତୀତ ଭଲ ଫିନିସର ଦରକାର ଥିଲା।   ଆଶା କରାଯାଉଥିଲା ଆରସିବି ଇଂଲଣ୍ଡର ବିସ୍ଫୋରକ ବ୍ୟାଟର ଓ୍ଵିଲ ଜ୍ୟାକ୍ସଙ୍କ ଉପରେ ରାଇଟ୍ ଟୁ ମ୍ୟାଚ୍ ପ୍ରୟୋଗ କରିବ ଏବଂ ନିଜ ଦଳରେ ପୁଣି ସାମିଲ କରି ନେବ। ମାତ୍ର ବେଙ୍ଗାଲୁରୁ ଏମିତି କରି ନାହିଁ।

ଓ୍ଵିଲ ଜ୍ୟାକ୍ସ ନିଜର ମୂଳ ମୂଲ୍ୟ ୨ କୋଟି ଟଙ୍କା ରଖିଥିଲେ ଏବଂ ତାଙ୍କ ଉପରେ ପ୍ରଥମେ ଡାକରା ମୁମ୍ବାଇ ଇଣ୍ଡିଆନ୍ସ ଲଗାଇଥିଲା। ପଞ୍ଜାବ କିଙ୍ଗ୍ସ ଓ୍ଵିଲ ଜ୍ୟାକ୍ସଙ୍କ ଉପରେ ୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଥିଲା ମାତ୍ର ମୁମ୍ବାଇ ଜ୍ୟାକ୍ସଙ୍କୁ ହାତଛଡ଼ା କରିବାକୁ ପ୍ରସ୍ତୁତ ନ ଥିଲା। ଶେଷରେ ମୁମ୍ବାଇ ୫.୨୫ କୋଟି ଟଙ୍କାରେ ଓ୍ଵିଲ ଜ୍ୟାକ୍ସଙ୍କୁ କିଣିବାରେ ସଫଳ  ହୋଇଛି। ଏହି ଖେଳାଳି ଇଂଲଣ୍ଡର ପ୍ରଭାବଶାଳୀ ଅଲରାଉଣ୍ଡର। 

Also read: ଆଫଗାନିସ୍ତାନର ୧୮ ବର୍ଷୀୟ ଖେଳାଳି ପାଇଁ ମୁମ୍ବାଇର ଟଙ୍କା ବର୍ଷା

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରେ ଆରଟିଏମ କାର୍ଡ ବଞ୍ଚିଥିଲା। ତେବେ ଆରସିବି ୫.୨୫ କୋଟି ଟଙ୍କା ଖର୍ଚ୍ଚ କରି ଆରଟିଏମ ପ୍ରୟୋଗ କରିବାକୁ ମନା କରି ଦେଇଥିଲା। ଏହା ପରେ ମୁମ୍ବାଇ ଇଣ୍ଡିଆନ୍ସ ସୁଯୋଗ ହାତଛଡ଼ା ନ କରି ଓ୍ଵିଲ  ଜ୍ୟାକ୍ସଙ୍କୁ ନିଜ ଦଳରେ ସାମିଲ କରି ନେଇଛି। ଏହା ପରେ ଆକାଶ ଅମ୍ବାନୀ ନିଜ ଚେୟାରରୁ ଉଠି ଆରସିବି ମ୍ୟାନେଜମେଣ୍ଟ ପାଖକୁ ଯାଇ ହାତ ମିଳାଇଛନ୍ତି। 

ଆକାଶ ଜାଣିଛନ୍ତି ଯେ, ଓ୍ଵିଲ ଜ୍ୟାକ୍ସ ନିଜ ଦମରେ ମ୍ୟାଚ୍‌ର ଦିଗ ବଦଳାଇବାକୁ ସମର୍ଥ। ଆଇପିଏଲ୍ ୨୦୨୪ରେ ୮ଟି ମ୍ୟାଚ୍ ଖେଳି ଜ୍ୟାକ୍ସ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହ ୨୩୦  ରନ କରିଥିଲେ। ତାଙ୍କର ଷ୍ଟାଇକ୍ ରେଟ୍ ୧୭୫ରୁ ଅଧିକ ଥିଲା।

ଆରସିବିର ଏହି ନିଷ୍ପତ୍ତିରେ ଦଳର ପ୍ରଶଂସକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜଣେ ପ୍ରଶଂସକ କହିଛନ୍ତି, ବେଙ୍ଗାଲୁରୁ ଦଳ ମ୍ୟାନେଜମେଣ୍ଟରେ ଜୋକର ଭରି ରହିଛନ୍ତି। ଆଉ ଜଣେ ପ୍ରଶଂସକ ଲେଖିଛନ୍ତି, ଆରସିବି ଏମଆଇର ଟିମ୍ ଡେଭିଡକୁ କିଣିଥିବା ବେଳେ ମୁମ୍ବାଇ ବେଙ୍ଗାଲୁରୁର ଓ୍ଵିଲ ଜ୍ୟାକ୍ସଙ୍କୁ କିଣି ହିସାବ ବରାବର କରିଛି। ଏହି ପରି ଟୁଇଟ୍ କରି ପ୍ରଶଂସକ ସାମାଜିକ ଗଣମାଧ୍ୟମରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। 

 

  • IPL 2025
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.