ନୂଆଦିଲ୍ଲୀ ୨୫।୧୧ : ବାଜିବ ବିଗୁଲ୍। ଆରମ୍ଭ ହେବ ବିଶ୍ୱ ଚେସ୍ ଚମ୍ପିଆନ୍ସିପ୍ । ନଭେମ୍ବର ୨୫ରୁ ଆରମ୍ଭ ହୋଇ ଡିସେମ୍ବର ୧୫ ଯାଏଁ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ । ୧୩୮ ବର୍ଷ ପରେ ଟାଇଟଲ ପାଇଁ ଲଢିବେ ଦୁଇ ଏସୀୟ ପ୍ରତିଦ୍ୱନ୍ଦୀ । ଡିଫେଣ୍ଡିଂ ଚମ୍ପିଆନ୍ ଡିଙ୍ଗ୍ ଲିରେନଙ୍କୁ କଡା ଟକ୍କର ଦେବେ ଭାରତର ଚ୍ୟାଲେଞ୍ଜର ଡି ଗୁକେଶ ।
ସୋମବାରଠୁ ସିଙ୍ଗାପୁରରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ଚେସ୍ ଚମ୍ପିଅନ୍ସିପ୍ । ଡିଫେଣ୍ଡିଂ ଚାମ୍ପିଅନ୍ ଚୀନର ଡିଙ୍ଗ୍ ଲିରେନ ଓ ଭାରତର ଡି. ଗୁକେଶ ବିଶ୍ୱଙ୍କ ମଧ୍ୟରେ ହେବ ଟାଇଟଲ୍ ଫାଇଟ୍। ସିଙ୍ଗାପୁରର ରିସୋର୍ଟ୍ସ ୱାର୍ଲ୍ଡ ସେଣ୍ଟୋସା ହଲ୍ରେ ଖେଳାଯିବ ଏହି ମୁକାବିଲା । ୧୯ ଦିନ ଧରି ଚାଲିବାକୁ ଥିବା ଏହି ଚମ୍ପିଆନ୍ସିପ୍ରେ ମୋଟ ୧୪ଟି ରାଉଣ୍ଡ ରହିଛି । ଡିସେମ୍ବର ୧୨ରେ ରହିଛି ଅନ୍ତିମ ରାଉଣ୍ଡ । ଯଦି ଅନ୍ତିମ ରାଉଣ୍ଡ ଟ୍ରାଏ ବ୍ରେକ୍ ରୁହେ, ତେବେ ତାପରେ ଦିନ ମାନେ ୧୩ରେ ଖେଳାଯିବ ଆଉ ଏକ ରାଉଣ୍ଡ । ଉଭୟ ଖେଳାଳିଙ୍କୁ ପ୍ରତି ରାଉଣ୍ଡରେ ୧୨୦ ମିନିଟ୍ ଲେଖାଏଁ ସମୟ ମିଳିବ । ଏଥିରେ ସେମାନେ ପ୍ରଥମ ୪୦ଟି ଗୋଟି ଚାଳନା କରିବେ । ରେଜଲ୍ଟ ନବାହାରିଲେ ଅତିରିକ୍ତ ୩୦ ମିନିଟ୍ ସମୟ ଦିଆଯିବ। କ୍ଲାସିକାଲ୍ ଫର୍ମାଟରେ ଖେଳାଯିବ ଏହି ମ୍ୟାଚ୍।
ଭାରତୀୟ ପ୍ଲେୟାର ଗୁକେଶ ଏବେ ସେ ଭଲ ଫର୍ମରେ ଅଛନ୍ତି । କ୍ୟାଣ୍ଡି଼ଡେଟ୍ସ ଚମ୍ପିଆନ୍ ହେବା ପରେ ବିଶ୍ୱ ଚମ୍ପିଆନ୍ସିପ୍ ମ୍ୟାଚ୍ ପାଇଁ କ୍ଲାଲିଫାଏ କରିଛନ୍ତି । ଫିଡେ ରାଙ୍କିରେ ଗୁକେଶ ୨୭୮୩ ରେଟିଂ ସହ ପଞ୍ଚମ ସ୍ଥାନରେ ରହିଥିବା ବେଳେ ଡିଫେଣ୍ଟିଂ ଚମ୍ପିଆନ୍ ଲିରେନ୍ ୨୭୨୮ ପଏଣ୍ଟ ରଖି ୨୩ ତମ ସ୍ଥାନରେ ରହିଛନ୍ତି । ଗତ ବର୍ଷ ଲିରେନ୍ ରୁଷିଆର ଇଆନ୍ ନେପୋମନିଆଚିଙ୍କୁ ହରାଇ ବିଶ୍ୱ ଚମ୍ପିଆନ ହୋଇଥିଲେ । ହେଲେ ଚଳିତ ସିଜିନ୍ରେ ଲିରେନ୍ଙ୍କ ଫର୍ମ ସେତେଟା ଭଲ ନାହିଁ । ତେଣୁ ଗୁକେଶଙ୍କ ପାଖରେ ବିଶ୍ୱ ଚମ୍ପିଆନ୍ ହେବାର ସୁଯୋଗ ରହିଛି । ବିଶ୍ୱ ଚେସ୍ ଚମ୍ପିଆନ୍ସିପ୍ର ଚମ୍ପିଆନ୍ଙ୍କୁ ଭାରତୀୟ ମୁଦ୍ରା ହିସାବରେ ୨୦. ୮ କୋଟିର ପୁରସ୍କାର ରାଶି ମିଳିବ । ଏହାପରେ ପ୍ରତି ରାଉଣ୍ଡର ବିଜେତାଙ୍କୁ ପାଖାପାଖି ୧.୬୭ କୋଟି ମିଳିବ।